ମେୟରଙ୍କୁ ଘେରିବା ସହିତ ମୁହାଁମୁହିଁ ହେଲେ କଂଗ୍ରେସ ଓ ବିଜେପି କର୍ପୋରେଟର , କହିଲେ ଏଇଠି ବସିବୁ

Published By : Prameya-News7 Bureau | July 30, 2025 IST

କଟକ :  ବୁଧବାର  ଅନୁଷ୍ଠିତ କଟକ ମହାନଗର ନିଗମର ୩୩ତମ ସାଧାରଣ ଅଧିବେଶନରେ ଆରମ୍ଭରୁ ହୋହାଲ୍ଲା। ଉଭୟ କଂଗ୍ରେସ ଓ ବିଜେପିର କର୍ପୋରେଟରମାନେ ମେୟରଙ୍କୁ ଘେରିବା ସହିତ ମୁହାଁମୁହିଁ ହୋଇଥିଲେ। ଅଧିବେଶନ ଆରମ୍ଭରୁ କଂଗ୍ରେସର କିଛି କର୍ପୋରେଟରମାନେ ମେୟର ସୁବାଷ ସିଂଙ୍କୁ ଘେରିଥିଲେ। ୱାର୍ଡର ଯେତେବେଳେ ସରକାରୀ କାର୍ଯ୍ୟକ୍ରମ ହେଉଛି ସେତେବେଳେ କଂଗ୍ରେସର କର୍ପୋରେଟରମାନଙ୍କୁ ଡକା ଯାଉନାହିଁ ବୋଲି ଅଭିଯୋଗ ହୋଇଛି। ଆରମ୍ଭରୁ ହୋହାଲ୍ଲା ପାଇଁ ଠିକ୍ ଭାବରେ ଚାଲି ପାରି ନଥିଲା ବୈଠକ। ୧୮ନମ୍ବର ୱାର୍ଡର କର୍ପୋରେଟର ନିଜ ୱାର୍ଡରେ କିଛି ଉନ୍ନୟନମୂଳକ କାର୍ଯ୍ୟ ହୋଇନାହିଁ ବୋଲି ମେୟରଙ୍କୁ ଘେରିବା ସହିତ ବୈଠକ କକ୍ଷରେ ଧାରଣାରେ ବସିଥିଲେ। ଏହା ପରେ ମେୟର ବୁଝାସୁଝା କରିବା ପରେ ଧାରଣାରୁ ଉଠିଥିଲେ। 

ଠିକ୍ ସେହିପରି ଭାବେ ବିଜେପିର ମଧ୍ୟ କିଛି କର୍ପୋରେଟର ମାନେ ମେୟର ସୁବାଷ ସିଂହଙ୍କୁ ଘେରିଥିଲେ। ପୂର୍ବତନ କମିଶନର ଅନାମ ଚରଣ ପାତ୍ର ଚାକିରିର ଶେଷ ଦିନରେ ୫୦୦କୋଟି ଟଙ୍କାର ଫାଇଲରେ ଦସ୍ତଖତ ମାରି ଦୁର୍ନୀତି କରି ଯାଇଛନ୍ତି ବୋଲି ଅଭିଯୋଗ କରିଛନ୍ତି ବିଜେପି କର୍ପୋରେଟର। ସେ ଯେଉଁ ସବୁ ଫାଇଲରେ ଦସ୍ତଖତ କରିଛନ୍ତି ସେ ସବୁ ଫାଇଲକୁ ଆଉ ଥରେ ଦେଖାଯାଉ ବୋଲି ଦାବି କରିଛନ୍ତି ବିଜେପି କର୍ପୋରେଟର। ଏହାପରେ ସାଧାରଣ ଭାବେ ଅଧିବେଶନ ଚାଲିବା ସହିତ ଯେଉଁ ୱାର୍ଡର ଯାହା ସମସ୍ୟା ରହିଛି ସେ ସବୁକୁ ମେୟର ଏବଂ ନୂଆ କମିଶନର ଶୁଣିଛନ୍ତି। ତେବେ ଇଏ ପ୍ରଥମ ଘଟଣା ନୁହେଁ ଏବଂ ପ୍ରତିଥର ମହାନଗର ନିଗମ ବୈଠକ ରେ ଏଭଳି ହୋହାଲ୍ଲା ଦେଖିବାକୁ ମିଳିଥାଏ। 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.