କଟକ କସରତ, ନବୀନ ନିବାସରେ ଆଶୀର୍ବାଦ ବେହେରା ଓ ସଞ୍ଜୟ ବେହେରା

Published By : Prameya-News7 Bureau | April 14, 2024 IST

ଭୁବନେଶ୍ୱର ୧୪।୦୪ : ନବୀନ ନିବାସରେ କଟକ କସରତ । ୧୫ କର୍ପୋରେଟରଙ୍କ ସହ ପହଞ୍ଚିଥିଲେ ଆଶୀର୍ବାଦ ବେହେରା ଓ ସଞ୍ଜୟ ବେହେରା । କଟକ ବାରବାଟି ଆସନର ଦାବି ଦାର ଥିଲେ ସଞ୍ଜୟ।

ତେବେ ବୈଠକ ସରିବା ପରେ କର୍ପୋରେଟର ବିକାଶ ବେହେରାଙ୍କ କହିଛନ୍ତି ଯେ, ଆମେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଲୁ । କାରଣ ସେମାନେ ପ୍ରକାଶ ବେହେରା ଓ ସଂତୃପ୍ତ ମିଶ୍ରଙ୍କ ପରି ଉଚିତ ପ୍ରାର୍ଥୀ ଦେଇଛନ୍ତି। ପ୍ରକାଶ ଖୋଦ କଟକିଆ, ତାଙ୍କ ଘର ମାଛୁଆ ବଜାର । ତେଣୁ ତାଙ୍କୁ କେମିତି ବିପୁଳ ଭୋଟରେ ଜିତାଇବୁ, ସେ ନେଇ ଆଲୋଚନା ହୋଇଛି । କଟକ ଜିଲ୍ଲା ବିଜେଡି ସଭାପତି, ମେୟରଙ୍କ ସହ ମିଶି ସଂଗଠନ ଆହୁରି ମଜବୁତ କରିବୁ । କାହା ସହ କିଛି ମତାନ୍ତର ନାହିଁ । ସଂଗଠନ ସୁଦୃଢ ଅଛି । ନିର୍ବାଚନ ନିଶ୍ଚିତ ଭାବେ ବିଜେଡି ହିଁ ଜିତିବ । 

  • Lok Sabha Election 2024
  • Odisha assembly election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.