LIVE TV

ଦଳାଚକଟା ଭଗବାନଙ୍କ ଇଚ୍ଛାରେ ହୋଇଛି, ଭେଙ୍କଟେଶ୍ବରସାମୀ ମନ୍ଦିର ଟ୍ରାଜେଡିକୁ ନେଇ କହିଲେ ମନ୍ଦିର ପ୍ରତିଷ୍ଠାତା

NEWS7
cuttack-is-ready-for-2019-election

ନୂଆଦିଲ୍ଲୀ୦୨ |୧୧ :  ଆନ୍ଧ୍ରପ୍ରଦେଶର ଶ୍ରୀଭେଙ୍କଟେଶ୍ବର ସ୍ୱାମୀ ମନ୍ଦିରରେ ହୋଇଥିବା ଦଳାଚକଟା ସାରା ଦେଶକୁ ସ୍ତବ୍ଧ  କରିଛି । ଯେଉଁଥିରେ ଶନିବାର ୧୦ରୁ ଅଧିକ ଭକ୍ତ ପ୍ରାଣ ହରାଇଥିଲେ । ମୃତକଙ୍କ ମଧ୍ୟରେ ଅନେକାଂଶ ମହିଳା ଏବଂ ଶିଶୁ ରହିଥିବା ବେଳେ ୨୫ରୁ ଅଧିକ ଆହତ ମଧ୍ୟ ହୋଇଥିଲେ । ତେବେ ବିଶୃଙ୍ଖଳା କାରଣରୁ ଏପରି ଅଘଟଣ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣା ପଡିଛି ।

ଶନିବାର କାର୍ତ୍ତିକ ଏକାଦଶୀ ହୋଇଥିବାରୁ ମନ୍ଦିରରେ ପ୍ରବଳ ଗହଳି ହୋଇଥିଲା । ସେଠାରେ ସୁରକ୍ଷାକର୍ମୀ ମାତ୍ରାଧିକ ସଂଖ୍ୟାରେ ଉପସ୍ଥିତ ନଥିବାରୁ ସ୍ଥିତି ଅଣାୟତ ହୋଇଯାଇଥିଲା । ଯାହା ଫଳରେ ଦଳାଚକଟା ହୋଇଥିଲା । କିନ୍ତୁ ଏତେ ବଡ ଘଟଣାକୁ କେବଳ ଭଗବାନଙ୍କ ଇଚ୍ଛା ବୋଲି କହିଛନ୍ତି ମନ୍ଦିରକୁ ପ୍ରତିଷ୍ଠା କରିଥିବା ୯୪ ବର୍ଷୀୟ ହରି ମୁକୁନ୍ଦ ପଣ୍ଡା ।

ପଲାସାରେ ଅବସ୍ଥିତ ଏହି ମନ୍ଦିରକୁ ତିରୁପତି ମନ୍ଦିର ଢାଞ୍ଚାରେ ତିଆରି କରାଯାଇଥିଲା । ଯାହାକୁ ନିର୍ମାଣ କରିଥିଲେ ହରି ମୁକୁନ୍ଦ । ୪ ମାସ ତଳେ ଏହାକୁ ସାଧାରଣ ଦର୍ଶନ ପାଇଁ ଖୋଲା ଯାଇଥିଲା । ତେବେ ଏହି ଘଟଣ ପରେ ସେ କହିଛନ୍ତି ଯେ, ମନ୍ଦିରରେ ଗୋଟିଏ ମୁଖ୍ୟ ଫାଟକ ରହିଛି । ଯେଉଁଥିରେ ଶ୍ରଦ୍ଧାଳୁମାନେ ଉଭୟ ପ୍ରବେଶ ଏବଂ ପ୍ରସ୍ଥାନ କରିଥାନ୍ତି । ଶନିବାର କାର୍ତ୍ତିକ ଏକାଦଶୀ ଥିବାରୁ ପ୍ରବଳ ଗହଳି ହୋଇଥିଲା । ହେଲେ ଏହି ଅଘଟଣ ପାଇଁ କେହି ଦାୟୀ ନୁହନ୍ତି । ଏହା ଭଗବାନଙ୍କ ଇଚ୍ଛାନୁସାରେ ହୋଇଥିବା ସେ କହିଛନ୍ତି ।

ସ୍ଥାନୀୟ ପୋଲିସ ଅଧିକାରୀଙ୍କ କହିବା କଥା ହେଲା, ମନ୍ଦିରର ମୁଖ୍ୟ ପ୍ରତିମୂର୍ତ୍ତି ପ୍ରଥମ ମହଲାରେ ରହିଛି । ଯେଉଁଠି ପାଇଁ ୨୦ଟି ପାହାଚ ଚଢି ଯିବାକୁ ହୋଇଥାଏ । ପାହାଚରେ ଲାଗିଥିବା ଏକ ଲୁହା ବାଡ ଦୁର୍ବଳ ହୋଇ ଭାଙ୍ଗି ଯାଇଥିଲା । ଫଳରେ ଶ୍ରଦ୍ଧାଳୁମାନେ ଭୟଭୀତ ହୋଇଯାଇଥିଲେ । ତେଣୁ ଏତେବଡ ଅଘଟଣ ଘଟିଥିଲା ।

କୁହାଯାଉଛି ଯେ, ଶନିବାର ପ୍ରାୟ ୩ହଜାର ଶ୍ରଦ୍ଧାଳୁ ମନ୍ଦିରକୁ ଦର୍ଶନ କରିବା ପାଇଁ ଆସିଥିଲେ । ଯାହା ସାଧାରଣ ଦିନ ଅପେକ୍ଷା ୭ ଗୁଣ ଅଧିକ ଥିଲା । ଏପରିକି ଏତେ ସଂଖ୍ୟକ ଜନ ସମାଗମ ପୂର୍ବରୁ ମନ୍ଦିର ପ୍ରଶାସନ ସ୍ଥାନୀୟ ପୋଲିସକୁ ମଧ୍ୟ ସୂଚନା ଦେଇନଥିଲା ।