ହାରିବା ପରେ ନିୟନ୍ତ୍ରଣ ହରାଇଲେ ମାଗନସ୍, ଟେବୁଲ ଉପରେ ସୁଝାଇଲେ ରାଗ : ଭିଡିଓ ଭାଇରାଲ

NEWS7
ctc-fire-tragedyhealth-minister-mukesh-mahaling-is-coming-to-cuttack

ନୂଆଦିଲ୍ଲୀ,୩୦/୧୨ : ଚର୍ଚ୍ଚାରେ ବିଶ୍ୱର ଏକ ନମ୍ବର ଚେସ୍ ଖେଳାଳି ମାଗନସ୍ କାର୍ଲସନ୍ । ଦୋହାରେ ଆୟୋଜିତ ହୋଇଥିବା ଫାଇଡ୍ ଓ୍ୱାର୍ଲଡ୍ ବ୍ଲିଜ୍ ଚାମ୍ପିଅନସିପରେ କାର୍ଲସେନ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛନ୍ତି । ଏକ ମୁକାବିଲା ସେ ନିଜ ଉପରୁ ନିୟନ୍ତ୍ରଣ ହରାଇଥିଲେ । ଭାରତୀୟ ଖେଳାଳି ଅର୍ଜୁନ ଏରିଗେସିଙ୍କଠୁ ନବମ ରାଉଣ୍ଡ ହାରିବା ପରେ ନିଜ କ୍ରୋଧକୁ ନିୟନ୍ତ୍ରଣରେ ରଖି ପାରିନଥିଲେ କାର୍ଲସେନ୍ । ଏପରିକି ରାଗିଯାଇ ଟେବୁଲକୁ ହାତରେ ପିଟିଥିବା ମଧ୍ୟ ଦେଖିବାକୁ ମିଳିଛି ।

ଡିସେମ୍ବର ୨୭ ତାରିଖରେ ଖେଳାଯାଇଥିବା ମୁକାବିଲାର ଭାରତୀୟ ଖେଳାଳି ଅର୍ଜୁନଙ୍କୁ ଭେଟିଥିଲେ କାର୍ଲସେନ୍ । ସମସ୍ତେ ଭାବିଥିଲେ ଯେ ସହଜରେ ବାଜି ମାରିବେ ନରଓ୍ୱେର ଏହି ପୂର୍ବତନ ବିଶ୍ୱ ଚାମ୍ପିଅନ୍ । କିନ୍ତୁ ଏପରି କିଛି ହୋଇନଥିଲା । ନବମ ରାଉଣ୍ଡରେ ଏକ ଭୁଲ୍ ମୁଭ୍ କରିଥିଲେ ସେ । ଫଳରେ ପରାସ୍ତ ହେବାକୁ ପଡିଥିଲା । ଯାହା ପରେ ସେ ରାଗି ଯାଇ ଟେବୁଲକୁ ହାତରେ ପିଟି ଦେଇଥିଲେ । ମ୍ୟାଚ୍ ଦେଖୁଥିବା ହଜାର ହଜାର ଫ୍ୟାନ୍ସ ଚେସ୍ ଚାରକାଙ୍କ ଏପରି ଆଚରଣ ଦେଖି ତକିତ ହୋଇ ପଡିଥିଲେ ।

ଏହା ପ୍ରଥମ ଥର ନୁହେଁ । ଅନେକ ସମୟରେ ସେ ନିଜ ଉପରୁ ନିୟନ୍ତ୍ରଣ ହରାଇଛନ୍ତି । ମ୍ୟାଚ୍ ହାରିବା ପରେ ଅଧିକ ଉତ୍ତେଜିତ ହୋଇ ପଡିଛନ୍ତି । ଗତ ଜୁନ ମାସରେ ନରଓ୍ୱେ ଚେସ୍ ଟୁର୍ଣ୍ଣାମେଣ୍ଟରେ ସେ ସେ ଡି ଗୁକେଶଙ୍କଠୁ ପରାସ୍ତ ହୋଇଥିଲେ । ଏହାପରେ ,ରାଗି ଯାଇ ସମାନ ଆଚରଣ ପ୍ରଦର୍ଶନ କରିଥିଲେ ।

ପୂର୍ବରୁ ୨୦୧୪, ୨୦୧୫, ୨୦୧୯, ୨୦୨୨ ଏବଂ ୨୦୨୩ରେ ମାଗନସ୍ ଓ୍ୱାର୍ଲଡ୍ ରାପିଡ୍ ଚେସ୍ ଚାମ୍ପିଅନସିପରେ ବିଜୟ ହାସଲ କରିସାରିଛନ୍ତି । ଚଳିତ ଥର ମଧ୍ୟ ସେ ଚାମ୍ପିଅନସିପର ଟାଇଟଲ ହାତେଇଥିଲେ । କିନ୍ତୁ ଏହାର ଗୋଟିଏ ଦିନ ପରେ ସେ ଫାଇଡ୍ ଫାଇଡ୍ ଓ୍ୱାର୍ଲଡ୍ ବ୍ଲିଜ୍ ଚାମ୍ପିଅନସିପରେ ପରାସ୍ତ ହୋଇଥିଲେ । ହାରିବା ସମୟର ଦୃଶ୍ୟ ଏବଂ ତାଙ୍କର କ୍ରୋଦିତ ହେବା ମୁହୁର୍ତ୍ତର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।