ଯାଜପୁର ୨୪।୦୭ : ରଖେ ହରି ତ ମାରେ କିଏ | ଲୁଙ୍ଗି ପିନ୍ଧିଥିବାରୁ ବଞ୍ଚି ଯାଇଛନ୍ତି ନାରାୟଣ । କୁମ୍ଭୀର ପାଟିରୁ ବର୍ତ୍ତିଯାଇଛି ଜୀବନ । ଯାଜପୁର ଜିଲ୍ଲା ଶିମିଳିଆ ପଞ୍ଚାୟତ କୁଳ ଚିହାହାଟ ଗାଁରେ ଏଭଳି ଘଟଣା ଦେଖିବାକୁ ମିଳିଛି ।
ଖବର ଅନୁଯାୟୀ, ନାରାୟଣ ନାୟକ ନିଜର ଗୃହପାଳିତ ପଶୁ ଗୋରୁର ଖାଇବା ମାଣ୍ଡିଆ ନିଜ ଗ୍ରାମ ଦେଇ ଯାଇଥିବା ଖରସ୍ରୋତା ନଦୀକୁ ଧୋଇବାକୁ ଯାଇଥିଲେ । ଏହା ସମୟରେ ହଠାତ ନଦୀ ଜଳରୁ କୁମ୍ଭୀର ନାରାୟଣ ଉପରକୁ ଲମ୍ପ ମାରିଥିଲା । ଆଉ ଗିଳିବା ପାଇଁ ଚେଷ୍ଟା ମଦ୍ୟ କରିଥିଲା | ହେଲେ ସୋଭାଗ୍ୟ ବଶତଃ ନାରାୟଣ ପିନ୍ଧିଥିବା ଲୁଙ୍ଗିଟି କୁମ୍ଭୀରର ପାଟିରେ ପଶି ଯାଇଥିଲା ।ଶେଷରେ ନାରାୟଣ ଅତି ଭୟରେ ନିଜ ଦେହରୁ ଲୁଙ୍ଗି ଫୋପାଡ଼ି ବନ୍ଧ ଉପରକୁ ପଳାଇ ଆସିଥିଲା । ପରେ ନାରାୟଣଙ୍କ ଚିତ୍କାର ଶୁଣି ଗ୍ରାମବାସୀମାନେ ଦୌଡି ଆସିଥିଲା । ଆଉ ଦେଖନ୍ତି ତ ପାଣିରେ ଏକ ବିରାଟକାୟ କୁମ୍ଭୀର ରହିଛି ।ତେବେ ଭଗବାନଙ୍କ ଦୟା ଓ ଲୁଙ୍ଗି ଥିବାରୁ ମୃତ୍ୟୁ ମୁଖରୁ ବଞ୍ଚିଗଲି ବୋଲି ନାରାୟଣ ପ୍ରକାଶ କରିଛନ୍ତି |