ଯେଉଁ ବର୍ଷ ବିଦ୍ୟୁତ ବ୍ୟବହାର କମିଛି, କେତେ ଉପଭୋକ୍ତାଙ୍କୁ ଟଙ୍କା ଫେରସ୍ତ କରିଛି ଟାଟା ?

NEWS7
critics-choice-awards-2023-rajamouli-film-rrr

ଭୁବନେଶ୍ବର ୨୧।୧୨: ଟାଟା ପାଓ୍ବାରର ଅତିରିକ୍ତ ସୁରକ୍ଷା ଜମା ନୋଟିସ୍‌କୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ । ସେ କହିଛନ୍ତି, ଟାଟା ପାୱାର ଅନୁଯାୟୀ ଅତିରିକ୍ତ ସୁରକ୍ଷା ଜମା ଆଇନ ସମ୍ମତ । ହେଲେ ରାଜ୍ୟର ୧.୨୦ କୋଟି ଉପଭୋକ୍ତାଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ଅତିରିକ୍ତ ସୁରକ୍ଷା ଜମା ବିଲ୍ ପଠାଇଛି ଟାଟା ।

ଯେଉଁ ବର୍ଷ ବିଦ୍ୟୁତ ବ୍ୟବହାର କମିଛି, କେତେ ଉପଭୋକ୍ତାଙ୍କୁ ଟଙ୍କା ଫେରସ୍ତ କରିଛି ଟାଟା ବୋଲି ପଞ୍ଚାନନ ପ୍ରଶ୍ନ କରିଛନ୍ତି । ଟଙ୍କା ବଢିବା ନେଇ ଫେବୃଆରୀରେ ବୈଠକ ହୋଇ ମାର୍ଚ୍ଚରେ ନିଷ୍ପତ୍ତି ନିଆଯାଇଥାଏ । OERC ଅଧ୍ୟକ୍ଷଙ୍କ ସହ ଆଲୋଚନା ହୋଇଛି କି ? ଟାଟା କହିଲା ଯେ ଅନ୍ୟ ରାଜ୍ୟରେ ଅଧିକ ଟଙ୍କା ଅଛି, ତେବେ ସେ ସବୁ ରାଜ୍ୟ ବିଦ୍ୟୁତ ଉତ୍ପାଦନ କରନ୍ତି ନାହିଁ ହେଲେ ଓଡ଼ିଶାରେ ବିଦ୍ୟୁତ ଉତ୍ପାଦନ ହୁଏ ।

ଚଳିତ ବର୍ଷ ୧୬% କୁ ଟ୍ରାନ୍ସମିଶନ କମିଛି ଯାହା ପୂର୍ବରୁ ୪୭% ଥିଲା । ଏହି ହିସାବରେ ବିଦ୍ୟୁତ ଦର କମିବା କଥା । ୮୮ ପଇସା ୟୁନିଟ୍ ଖର୍ଚ୍ଚ କମିବା କଥା । ସରକାର ଏ ସବୁ ଜାଣିଛନ୍ତି ନା ନାହିଁ ? ଜନମତ ଏହା ବିରୋଧରେ ଗଲାଣି ବୋଲି ପଞ୍ଚାନନ କାନୁନଗୋ କହିଛନ୍ତି ।