ଗୋପାଳପୁର: ବହୁଚର୍ଚ୍ଚିତ ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ୫୭୪ ପୃଷ୍ଠାର ଚାର୍ଜସିଟ୍ ଦାଖଲ କଲା କ୍ରାଇମବ୍ରାଞ୍ଚ୍। ସୋମବାର କ୍ରାଇମବ୍ରାଞ୍ଚ ବ୍ରହ୍ମପୁର କୋର୍ଟରେ ଚାର୍ଜସିଟ୍ ଦାଖଲ କରିଛି। ଜୁନ୍ ୧୭ରେ ମାମଲା ହସ୍ତାନ୍ତର ପରେ କ୍ରାଇମବ୍ରାଞ୍ଚ ଛାନ୍ଭିନ୍ ଜୋରଦାର କରିଥିଲା । ଘଟଣାରେ ଗିରଫ ଅଭିଯୁକ୍ତଙ୍କୁ ନେଇ କ୍ରାଇମ୍ସ୍ପଟ୍କୁ ନେଇ ଛାନ୍ଭିନ୍ କରିଥିଲା କ୍ରାଇମ୍ବ୍ରାଞ୍ଚ।
ସୂଚନାଥାଉକି, ଗତ ଜୁନ ୧୫ ତାରିଖରେ ଗୋପାଳପୁର ବେଳାଭୂମିରେ ଘଟିଥିଲା ଏହି ନୃଶଂସ ଘଟଣା। ବେଳାଭୂମିରେ ଜଣେ ଯୁବତୀଙ୍କୁ କରାଯାଇଥିଲା ଗଣଦୁଷ୍କର୍ମ। ଯୁବତୀ ଜଣକ ନିଜ ପୁରୁଷ ବନ୍ଧୁଙ୍କ ସହ ବେଳାଭୂମି ବୁଲିବାକୁ ଯାଇଥିବା ସମୟରେ କିଛି ଦୁର୍ବୃତ୍ତ ପୁରୁଷ ବନ୍ଧୁଙ୍କୁ କାବୁ କରି ଯୁବତୀଙ୍କୁ ଗଣଦୁଷ୍କର୍ମ କରିଥିଲେ। ପୀଡ଼ିତାଙ୍କ ଅଭିଯୋଗ କ୍ରମେ ପୋଲିସ ତଦନ୍ତ କରି ୧୦ ଜଣକୁ ଗିରଫ କରିଥିଲା। ଯେଉଁଥିରେ ଥିଲେ ୪ ନାବାଳକ।
ତେବେ ଚାର୍ଜସିଟ୍ ଦାଖଲକୁ ନେଇ କ୍ରାଇମବ୍ରାଞ୍ଚ୍ ଏଡିଜି ବିନୟ ତୋଷ ମିଶ୍ର କହିଛନ୍ତି, ‘‘ଗୋପାଳପୁରରେ ଯୁବତୀଙ୍କୁ ଦୁଷ୍କର୍ମ ଘଟଣାରେ କ୍ରାଇମବ୍ରାଞ୍ଚ୍ ପକ୍ଷରୁ ଦାଖଲ ହୋଇଛି ଚାର୍ଜସିଟ୍। ଚାର୍ଜସିଟ୍ ଦାଖଲ କରିବା କ୍ରାଇମବ୍ରାଞ୍ଚର ପ୍ରାଥମିକତା ଥିଲା। ଅପରାଧୀମାନଙ୍କ ଭୟ ସୃଷ୍ଟି କରିବା ସହ ଅପରାଧୀ ଯେମିତି ଏଭଳି ଘୃଣ୍ୟ କାର୍ଯ୍ୟ ନକରିବେ ତାହା ଥିଲା ଉଦ୍ଦେଶ୍ୟ। ଏଥିପାଇଁ କଡ଼ା ଦଣ୍ଡବିଧାନ ପାଇଁ ମଧ୍ୟ ଚାର୍ଜସିଟ୍ରେ କୁହାଯାଇଛି। ମହିଳାମାନଙ୍କୁ କିଭଳି ସମ୍ମାନ ମିଳିବ ସେନେଇ ପୋଲିସ ସବୁବେଳେ ଯତ୍ନବାନ। ଏହି ଘଟଣାରେ ଖୁବ୍ ଶୀଘ୍ର ଆରମ୍ଭ ବିଚାର ପ୍ରକ୍ରିୟା ଆରମ୍ଭ ହେବ ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ବିନୟ ତୋଷ ମିଶ୍ର।