ବାଟରେ ଛକି ବସିଥିଲା ଯମ, ମେଡିକାଲରୁ ଘରକୁ ଫେରିବା ବେଳେ ଆମ୍ବୁଲାନ୍ସ ଦୁର୍ଘଟଣାରେ ଚାଲିଗଲା ଜୀବନ

NEWS7
cricket-ms-dhoni-new-hairstyle-photo-viral-on-social-media-fans-advice-him-to-keep-distance-with-ranveer-singh

ଦିଗପହଣ୍ଡି ୧୩।୧: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ସହର ଉପକଣ୍ଠ  ୩୨୬ ନଂ ଜାତୀୟ ରାଜପଥ କପାମଣ୍ଡି ନିକଟରେ ବୋଲେରୋ ସହ ଆମ୍ବୁଲାନ୍ସ  ମୁହାଁମୁହିଁ ଧକ୍କା ହୋଇଛି । ଏହି ଛାତିଥରା ଦୁର୍ଘଟଣାରେ ଜଣେ ମହିଳାଙ୍କ ଜୀବନ ଯାଇଥିବା ସୂଚନା ରହିଛି । ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକ ଜଣକ ହେଲେ ରାୟଗଡ଼ା କାଶୀପୁର ଅଞ୍ଚଳର ଲଳିତା ନାୟକ ଏବଂ ଆହତ ଦୁଇ ଜଣ ହେଲେ ଭଉଣୀ କୁମାରୀ ନାୟକ, ଭଣଜା ବୁନା ନାୟକ ।

​​​​​​​

ସୂଚନାଯୋଗ୍ୟ ଯେ, ସୋମବାର ରାତି ପ୍ରାୟ ସାଢ଼େ ୨ଟାରେ କଟକ ବଡ଼ ଡ଼ାକ୍ତରଖାନାରେ ଲଳିତାଙ୍କୁ ଚିକିତ୍ସା କରାଇ ପରିବାର ଲୋକେ କାଶୀପୁର ଫେରୁଥିଲେ । ସେହି ସମୟରେ ବିପରୀତ ଦିଗରୁ ଆମ୍ବୁଲାନ୍ସଟି ଦ୍ରୁତଗତିରେ ଆସି ଧକ୍କା ଦେଇଥିଲା । ଖବର ପାଇ ଦିଗପହଣ୍ଡି ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ପୋଲିସ କର୍ମଚାରୀ ମାନଙ୍କ ସହାୟତାରେ ସମସ୍ତ ଆହତ ମାନଙ୍କୁ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ଲଳିତାଙ୍କୁ ମୃତ ଘୋଷଣା କରିଥିଲେ । ଆହତ କୁମାରୀ ଏବଂ ବୁନାଙ୍କୁ ପ୍ରାଥମିକ ଚିକିତ୍ସା କରାଯିବା ପରେ ଅବସ୍ଥା ଗୁରୁତର ଥିବାରୁ ଉଭୟଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ପୋଲିସ ମାମଲା ରୁଜୁ କରି ଲଳିତାଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଇଛନ୍ତି । ଦୁର୍ଘଟଣାଗସ୍ତ ଦୁଇଟି ଗାଡ଼ିକୁ ଜବତ କରାଯାଇ ତଦନ୍ତ କରୁଛି ପୋଲିସ ।