୮ ମାସ ତଳେ କରିଥିଲେ ବିବାହ, ହଠାତ୍ ହେଲା କ’ଣ ? ପୋଡ଼ି ହୋଇଗଲେ ନା ପୋଡ଼ିଦେଲେ

NEWS7
covid-vaccine-how-effective-can-access-through-blood-test-said-research-report

ଭଦ୍ରକ ୧୨।୧: ବିବାହର ୮ ମାସ ପରେ ବୋହୂକୁ ପୋଡ଼ି ହତ୍ୟା । ବାପଘର ଲୋକ ଏଭଳି ଅଭିଯୋଗ ଆଣିବା ପରେ ସ୍ଵାମୀ କହିଲେ ବାପା ଓ ମା’ ଆମ ଦୁଇ ଜଣଙ୍କୁ ଅଣଦେଖା କରନ୍ତି । ଏମିତି ଘଟଣା ଭଦ୍ରକ ଜିଲ୍ଲା ଆଗରପଡ଼ା ଥାନା ଅଧୀନ ବରହମପୁର ଗାଁରେ ଘଟିଛି । ଜାନୁଆରୀ ମାସ ୧ ତାରିଖରୁ କଟକ ବଡ଼ ମେଡିକାଲରେ ଭର୍ତ୍ତି ହୋଇଥିବା ବେଳେ ଏବେ ତାଙ୍କର ମୃତ୍ୟୁ ହୋଇଛି ।

ସୂଚନାଯୋଗ୍ୟ ଯେ, ମୃତକ ମହିଳା ଜଣଙ୍କ ୨୦୨୫ ମସିହା ମେ’ ମାସରେ ବରହମପୁର ଗ୍ରାମର ରଞ୍ଜନ କୁମାର ସାହୁଙ୍କୁ ବିବାହ କରିଥିଲେ । ବିବାହ ପରେ ନବବଧୂଙ୍କୁ ନିର୍ଯାତନା ଦିଆଯାଉଥିବା ଅଭିଯୋଗ କରିଛନ୍ତି ମୃତ ମହିଳାଙ୍କ ବାପା । ତେବେ ନୂଆବର୍ଷ ଦିନ ଝିଅ ଦେହରେ ନିଆଁ ଲାଗିଯାଇଥିଲା ଖବର ପାଇ ମୃତକଙ୍କ ବାପା ତୁରନ୍ତ ତାଙ୍କୁ ଭେଟିବାକୁ ଆସିଥିଲେ । ପରେ ତାଙ୍କୁ କଟକ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଦୀର୍ଘ ଦିନର ଚିକିତ୍ସା ପରେ ତାଙ୍କର ସୋମବାର ମୃତ୍ୟୁ ହୋଇଛି । ତେବେ ମୃତ୍ୟୁ ପରେ ମୃତଦେହକୁ ଭଦ୍ରକ ମେଡିକାଲକୁ ଅଣାଯାଇଛି । ଝିଅ ଦେହରେ ନିଆଁ ଲଗାଇ ଦେଇଥିବା ଆଗରପଡା ଥାନାରେ ଅଭିଯୋଗ କରିଛନ୍ତି ମୃତ ମହିଳାଙ୍କ ପରିବାର ଲୋକ ।

ସେପଟେ କିନ୍ତୁ ମୃତକଙ୍କ ସ୍ବାମୀ କହିଛନ୍ତି ଯେ, ତାଙ୍କ ବାପା ଓ ମା’ ଉଭୟ ସ୍ବାମୀ-ସ୍ତ୍ରୀଙ୍କୁ ଅଣଦେଖା କରୁଥିଲେ । ଶ୍ଵଶୁର ଘରଲୋକଙ୍କ ହତ୍ୟା ଅଭିଯୋଗକୁ ନେଇ କିଛି ଜାଣି ନଥିବା ସେ କହିଛନ୍ତି ।