ଅଲ୍ଲୁ ଅର୍ଜୁନଙ୍କୁ ଦେଖିବାକୁ ପୁଣି ଫ୍ୟାନ୍ସଙ୍କ ଠେଲାପେଲା, ହାତ ଯୋଡ଼ି ଶାନ୍ତ ରହିବାକୁ କଲେ ଅନୁରୋଧ

NEWS7
covid-rules-violated-by-samiti-sabhya-candidate-in-binika

ନୂଆଦିଲ୍ଲୀ ୦୭।୦୧; ହାଇଦ୍ରାବାଦ କ୍ୟାଫେ ସାମ୍ନାରେ ପୁଣି ଥରେ ଷ୍ଟାରଡମ୍ ପାଇଁ ଭିଡ଼ ଜମିଥିବା ଦେଖିବାକୁ ମିଳିଛି । ଗତକାଲି ଅଲ୍ଲୁ ଅର୍ଜୁନ ତାଙ୍କ ପତ୍ନୀ ସ୍ନେହା ରେଡ୍ଡୀଙ୍କ ସହ ଡିନର ପାଇଁ ଯାଇଥିଲେ । କିନ୍ତୁ ତାଙ୍କୁ ଦେଖିବା ପାଇଁ ଚାରି ପାଖରେ ଭିଡ଼ ଜମି ଯାଇଥିଲା । ଏମିତି ପରିସ୍ଥିତି ପରେ ତାଙ୍କ ପତ୍ନୀ ଭୟଭୀତ ହୋଇଯାଇଥିଲେ । ଯାହାର ଭିଡିଓ ଏବେ ଭାଇରଲ ହେଉଛି ।

ଏଭଳି ପରିସ୍ଥିତି ପାଇଁ ଅନେକ ସେଲିବ୍ରିଟି କଷ୍ଟକର ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି । ନିଧି ଅଗ୍ରୱାଲ, ସାମନ୍ଥା ଏବଂ ବିଜୟଙ୍କ ଭଳି ଷ୍ଟାରଙ୍କ ପରେ ଅଲ୍ଲୁ ଅର୍ଜୁନ ଏହି ସମସ୍ୟାର ମଧ୍ୟ ସାମ୍ନା କରିଛନ୍ତି । ଅଲ୍ଲୁ ଅର୍ଜୁନ ଗୋଟିଏ ଫିଲ୍ମ ଇଭେଣ୍ଟ ପାଇଁ ହାଇଦ୍ରାବାଦରେ ପହଞ୍ଚିଥିଲେ । ଇଭେଣ୍ଟ ସରିବା ପରେ ସେ ତାଙ୍କ ପତ୍ନୀଙ୍କ ସହ ନିରଳାରେ ସମୟ କାଟିବାକୁ ଇରାଦେର ହାଇଟେକ୍ ସିଟି ସ୍ଥିତ ନୀଲୋଫର କ୍ୟାଫେ ଯାଇଥିଲେ । କିନ୍ତୁ ସେମାନେ ଶାନ୍ତିରେ ସମୟ ବିତାଇ ପାରିନଥିଲେ । ଅଲ୍ଲୁ ଅର୍ଜୁନ କ୍ୟାଫେରେ ଥିବା କଥା ଜାଣିବା ମାତ୍ରେ ତାଙ୍କ ପ୍ରଶଂସକମାନଙ୍କର ଭିଡ଼ ଜମିଥିଲା । ସେହି ସ୍ଥାନରେ ପରିସ୍ଥିତି ତୁରନ୍ତ ଉତ୍ତେଜନାପୂର୍ଣ୍ଣ ହୋଇଯାଇଥିଲା ।

ଯାହାଫଳରେ ପତ୍ନୀ ସ୍ନେହାଙ୍କ ହାତ ଧରି ଭିଡ଼ ଦେଇ ଚାଲୁଥିବା ଦେଖିବାକୁ ମିଳିଥିଲା । ଏତେ ମାତ୍ରାରେ ଭିଡ଼ ଜମା ହୋଇଥିଲା ଯେ ପରିସ୍ଥିତି ନିୟନ୍ତ୍ରଣ କରିବା ପାଇଁ ସୁରକ୍ଷା କର୍ମଚାରୀଙ୍କ ଆବଶ୍ୟକତା ପଡିଥିଲା । ଶେଷରେ କଡ଼ା ସୁରକ୍ଷା ସହିତ ଅଲ୍ଲୁ ଅର୍ଜୁନ ଏବଂ ପତ୍ନୀ ସ୍ନେହାଙ୍କୁ କାର୍ ନିକଟକୁ ନିଆଯାଇଥିଲା । ଯିବା ପୂର୍ବରୁ ଅଲ୍ଲୁ ଅର୍ଜୁନ ତାଙ୍କ ପ୍ରଶଂସକମାନଙ୍କୁ ଶାନ୍ତ ରହିବାକୁ ଅନୁରୋଧ କରିଥିଲେ ଏବଂ କାର୍ ଭିତରୁ ହାତ ହଲାଇଥିଲେ ।