ପୁଣି ମାତିଲାଣି କରୋନା: କର୍ଣ୍ଣାଟକରେ ପ୍ରାଣ ହରାଇଲେ ବ୍ୟକ୍ତି, କେରଳରେ ସର୍ବାଧିକ ପଜିଟିଭ୍

Published By : Prameya-News7 Bureau | May 29, 2025 IST

internet

ନୂଆଦିଲ୍ଲୀଦେଶରେ ପୁଣି ମାତିଲାଣି କରୋନା ଭାଇରସ୍। ଭାରତର ବିଭିନ୍ନ ରାଜ୍ୟରେ କରୋନା ପୀଡ଼ିତ ରୋଗୀଙ୍କ ସଂଖ୍ୟା ବଢ଼ୁଥିବା ବେଳେ ପୁଣି ଜଣେ ସଂକ୍ରମିତ ବୟସ୍କ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। କର୍ଣ୍ଣାଟକର ବେଲଗାଭୀ ଜିଲ୍ଲାରେ ଚିକିତ୍ସିତ ଅବସ୍ଥାରେ ହସ୍‌ପିଟାଲରେ ଜଣେ ବୟସ୍କ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ସ୍ୱାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। 

ରୋଗୀ ଜଣକଙ୍କର ବୟସ ୭୦ ବର୍ଷ ଥିଲା। ତା ସହିତ ତାଙ୍କର ଅନ୍ୟାନ୍ୟ ରୋଗ ମଧ୍ୟ ଥିଲା। ସେହି ରୋଗୀଙ୍କୁ ମଧୁମେହ, ଉଚ୍ଚ ରକ୍ତଚାପ, ଆଇଏଚ୍‌ଡି ଏବଂ ପଜିଟିଭ୍ ଆଦି ବିଭିନ୍ନ କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହା ପୂର୍ବରୁ ମେ ୧୭ ତାରିଖରେ, ବେଙ୍ଗାଲୁରୁର ହ୍ୱାଇଟ୍‌ଫିଲ୍ଡର ଏକ ଘରୋଇ ହସ୍ପିଟାଲରେ ଗୁରୁତର ରୋଗରେ ପୀଡିତ ଜଣେ ୮୪ ବର୍ଷୀୟ ବୟସ୍କ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା। ତାଙ୍କ ମୃତ୍ୟୁ ପରେ ସେ କୋଭିଡ୍ -୧୯ ପଜିଟିଭ୍ ଥିବା ଜଣାପଡ଼ିଥିଲା। 

ଦକ୍ଷିଣଭାରତ ରାଜ୍ୟମାନଙ୍କ ମଧ୍ୟରୁ କେରଳରେ ସର୍ବାଧିକ ୪୩୦ ପଜିଟିଭ ଚିହ୍ନଟ ହୋଇଛନ୍ତି। ତେବେ କର୍ଣ୍ଣାଟକରେ ମଧ୍ୟ ଏହି ସଂଖ୍ୟା ବଢ଼ିବାରେ ଲାଗିଛି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁସାରେ, ୨୯ ମେ ସୁଦ୍ଧା କର୍ଣ୍ଣାଟକରେ ୧୪୮ ଜଣ କୋଭିଡ୍ -୧୯ ପଜିଟିଭ ଚିହ୍ନଟ ହୋଇଛନ୍ତି। ଗୁରୁବାର ୪୨ ନୂଆ ମାମଲା ରିପୋର୍ଟ ହୋଇଛି।

ପଢନ୍ତୁ- ମେ ୩୧ରେ ପୁଣି ମକ୍‌ ଡ୍ରିଲ୍: ପାକିସ୍ତାନ ସୀମାବର୍ତ୍ତି ରାଜ୍ୟ ସମେତ ୬ଟି ସ୍ଥାନରେ ହେବ ସୁରକ୍ଷା ଅଭ୍ୟାସ

ରାଜଧାନୀ ଦିଲ୍ଲୀରେ ମଧ୍ୟ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ତେବେ ଚିନ୍ତା କରିବାର କୌଣସି କାରଣ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା କହିଛନ୍ତି। ଦିଲ୍ଲୀରେ, ଅତି କମରେ ୧୯ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ସରକାର ସଜାଗ ଅଛନ୍ତି ଏବଂ ହସ୍ପିଟାଲଗୁଡ଼ିକ ଯେକୌଣସି ପରିସ୍ଥିତି ପାଇଁ ପ୍ରସ୍ତୁତ ଅଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି “୧୯ ଜଣ ରୋଗୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ଏବଂ ବାକିମାନେ ସେମାନଙ୍କ ଘରେ ଚିକିତ୍ସା ପାଉଛନ୍ତି। କିନ୍ତୁ କୋଭିଡ୍ -୧୯ ସଂକ୍ରମଣ ଚିନ୍ତାଜନକ ସ୍ଥିତିରେ ପହଞ୍ଚି ନାହିଁ। ସରକାର ପ୍ରତ୍ୟେକ ପରିସ୍ଥିତି ପାଇଁ ପ୍ରସ୍ତୁତ ଅଛନ୍ତି।”ତେବେ ସୋମବାର(ମେ ୨୬) ତାରିଖରେ ପ୍ରକାଶିତ ରିପୋର୍ଟ ଅନୁସାରେ ଦିଲ୍ଲୀରେ କରୋନା ସଂଖ୍ୟା ୧୦୪ ଅତିକ୍ରମ କରିଥିଲା। 

ଅନ୍ୟପଟେ ଉତ୍ତର ପ୍ରଦେଶର ଉପମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକ ମଧ୍ୟ ଲୋକଙ୍କୁ ଆଶ୍ୱାସନା ଦେଇଛନ୍ତି। ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ। ଆମେ ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ସେ କହିଛନ୍ତି। ଇତିମଧ୍ୟରେ ଝାଡ଼ଖଣ୍ଡରେ, ରାଜ୍ୟରେ ଆଉ ଦୁଇଜଣଙ୍କ ନମୁନା ପଜିଟିଭ୍ ଆସିଛି। ଏନେଇ ରାଞ୍ଚି ସିଭିଲ ସର୍ଜନ ପ୍ରଭାତ କୁମାର କହିଛନ୍ତି ଯେ ଗତ ଦୁଇ ଦିନ ମଧ୍ୟରେ ରାଞ୍ଚିରେ କୋଭିଡ-୧୯ର ଦୁଇଟି ନୂତନ ମାମଲା ରିପୋର୍ଟ ହୋଇଛି। ଏହା ସହିତ, ସଂକ୍ରମଣ ପାଇଁ ପଜିଟିଭ୍ ଆସିଥିବା ଲୋକଙ୍କ ସଂଖ୍ୟା ତିନିରେ ପହଞ୍ଚିଛି।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.