ସୋଆ ପ୍ରତିଷ୍ଠାତା ସଭାପତିଙ୍କ ସହ ପଦ୍ମ ପୁରସ୍କାର ବିଜେତା ପ୍ରଫେସର ଅଶୋକ ମହାପାତ୍ରଙ୍କ ସୌଜନ୍ୟମୂଳକ ସାକ୍ଷାତ

Published By : Prameya-News7 Bureau | May 03, 2025 IST

ଭୁବନେଶ୍ୱର ୩।୫୨୦୨୫ର ପଦ୍ମଶ୍ରୀ ବିଜେତା ପ୍ରଫେସର ଅଶୋକ କୁମାର ମହାପାତ୍ର ଶନିବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କ ସହିତ ସୌଜନ୍ୟମୂଳକ ସାକ୍ଷାତ ଆଲୋଚନା କରିଛନ୍ତି । 

ଗତ ୨୮ ତାରିଖ ଦିନ ନୂଆଦିଲ୍ଲୀ ସ୍ଥିତ ରାଷ୍ଟ୍ରପତି ଭବନରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରଫେସର ମହାପାତ୍ରଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଥିଲେ ।

ଭେଷଜ ବିଜ୍ଞାନ କ୍ଷେତ୍ରରେ ନିଜର ଅବଦାନ ନିମନ୍ତେ ପ୍ରଫେସର ମହାପାତ୍ରଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା । ଦେଶର ବିଶିଷ୍ଟ ସ୍ନାୟୁଶଲ୍ୟ ବିଶେଷଜ୍ଞ ପ୍ରଫେସର ମହାପାତ୍ର ସୋଆର ପୂର୍ବତନ କୁଳପତି ଭାବେ ଦାୟିତ୍ୱ ତୁଲାଇ ସାରିଥିବା ବେଳେ ବର୍ତ୍ତମାନ ବିଶ୍ୱବିଦ୍ୟାଳୟର ପ୍ରମୁଖ ଉପଦେଷ୍ଟା (ସ୍ୱାସ୍ଥ୍ୟ ବିଜ୍ଞାନ) ପଦବୀରେ ଅଧିଷ୍ଠିତ ଅଛନ୍ତି । 

ନୂଆଦିଲ୍ଲୀ ସ୍ଥିତ ଏମ୍ସର ନ୍ୟୁରୋସର୍ଜରୀ ବିଭାଗର ମୁଖ୍ୟ ଭାବେ ଦାୟିତ୍ୱ ତୁଲାଇଥିବା ପ୍ରଫେସର ମହାପାତ୍ର ଭୁବନେଶ୍ୱର ଏମ୍ସର ମଧ୍ୟ ପ୍ରଥମ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ତୁଲାଇଥିଲେ । ବିଶ୍ୱର ଶ୍ରେଷ୍ଠ ୫ ଜଣ ନ୍ୟୁରୋସର୍ଜନଙ୍କ ମଧ୍ୟରେ ତାଙ୍କୁ ମାନ୍ୟତା ଦିଆଯାଇଛି । 

ନୂଆଦିଲ୍ଲୀରୁ ଫେରିବା ପରେ ପ୍ରଫେସର ମହାପାତ୍ର ସୋଆ ପ୍ରତିଷ୍ଠାତା ସଭାପତିଙ୍କୁ ଭେଟି ବିଶ୍ୱବିଦ୍ୟାଳୟ ସମ୍ପର୍କରେ ବିଭିନ୍ନ ଆଲୋଚନା କରିଥିଲେ । ପ୍ରଫେସର ନାୟକ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ ।

You Can Read:

ପଶ୍ଚିମବଙ୍ଗ ସରକାର ରାଜନୀତି ଉଦ୍ଦେଶ୍ୟ ରଖି ଏଭଳି କାର୍ଯ୍ୟ କରୁଛନ୍ତି, ଏହାର ପ୍ରଭାବ ନିଶ୍ଚୟ ତାଙ୍କ ଉପରେ ପଡିବ : ଜନାର୍ଦ୍ଦନ ପାଟଯୋଶୀ ମହାପାତ୍ର

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.