LIVE TV

ଚୈତନ୍ୟାନନ୍ଦଙ୍କୁ ମିଳିବନି ଆଗୁଆ ଜାମିନ , କୋର୍ଟ ଖାରଜ କରି ଦେଲେ ଆବେଦନ

NEWS7
self-styled godman

ନୂଆଦିଲ୍ଲୀ : ଦିଲ୍ଲୀର ଏକ କୋର୍ଟ ଶୁକ୍ରବାର ଠକେଇ , ଜାଲିଆତି ଓ ଅପରାଧିକ ଷଡ଼ଯନ୍ତ୍ର ମାମଲାରେ ଆତ୍ମଘୋଷିତ ଧର୍ମଗୁରୁ ଚୈତନ୍ୟାନନ୍ଦ ସରସ୍ୱତୀଙ୍କ ଆଗୁଆ ଜାମିନ ଆବେଦନକୁ କରି ଦେଇଛନ୍ତି। ଅତିରିକ୍ତ ସେସନ ବିଚାରପତି ହରଦୀପ କୌର କହିଛନ୍ତି ଯେ, ସଦ୍ୟ ମାମଲାର ଯାଞ୍ଚ ଏବେ ପ୍ରାରମ୍ଭିକ ପର୍ଯ୍ୟାୟରେ ଅଛି। ଯାଞ୍ଚ ଅଧିକାରୀ (ଆଇଓ)ଙ୍କୁ ଠକେଇ, ଷଡ଼ଯନ୍ତ୍ର ଓ ଧନର ଦୁରୁପଯୋଗର ପୂରା ଶୃଙ୍ଖଳାକୁ ଜାଣିବା ପାଇଁ ଅଭିଯୁକ୍ତକୁ ହେପାଜତରେ ପଚରାପଚରିର ଆବଶ୍ୟକ ରହିଛି। ଆଇଓ ଅନୁସାରେ, ଅଭିଯୁକ୍ତ ନିଜର ଦିଆ ଯାଇଥିବା ଠିକଣାରେ ଉପସ୍ଥିତ ନାହାନ୍ତି ଏବଂ ତାଙ୍କର ମୋବାଇଲ ଫୋନ୍‌ ମଧ୍ୟ ବନ୍ଦ ଅଛି।

ବିଚାରପତି ଆହୁରି କହିଛନ୍ତି ଯେ, ଅଭିଯୋଗର ଗମ୍ଭୀରତା ଓ ଅପରାଧର ଗମ୍ଭୀରତାକୁ ଦେଖି ଏହି କୋର୍ଟ ଅଭିଯୁକ୍ତକୁ ଆଗୁଆ ଜାମିନ ଦେବା ପକ୍ଷରେ ନାହାନ୍ତି। ଏଥିପାଇଁ, ବର୍ତ୍ତମାନ ଜାମିନ ଆବେଦନ ଖାରଜ କରାଯାଇ ପାରେ।

ଆତ୍ମଘୋଷିତ ଧର୍ମଗୁରୁଙ୍କ ଉପରେ ଦିଲ୍ଲୀର ଏକ ଘରୋଇ ପରିଚାଳନା ପ୍ରତିଷ୍ଠାନର ୧୭ ଜଣ ଛାତ୍ରଛାତ୍ରୀଙ୍କ ଉପରେ ଯୌନ ଉତ୍ପୀଡ଼ନ କରିବାର ମଧ୍ୟ ଏକ ମାମଲା ରୁଜୁ କରାଯାଇଛି। ଏହାପର ଠାରୁ ସେ ଫେରାର ଅଛନ୍ତି। ପୁଲିସ ତାଙ୍କ ବିରୋଧରେ ଲୁକ୍‌ ଆଉଟ୍‌ ନୋଟିସ୍‌ ମଧ୍ୟ ଜାରି କରିଛି, ଯେମିତି କି ସେ ଦେଶ ଛାଡ଼ି ଯାଇ ପାରିବେ ନାହିଁ।

ଦିଲ୍ଲୀ ପୁଲିସ କହିଛନ୍ତି ଯେ, ଯାଞ୍ଚରୁ ଜଣାପଡ଼ିଛି ଯେ, ଚୈତନ୍ୟାନନ୍ଦ କଥିତ ଭାବେ ସଂସ୍ଥା ଉପରେ ନିଜର ନିୟନ୍ତ୍ରଣ ଦୃଢ କରି ନେଇ ଥିଲେ। ସେ ଆର୍ଥିକ ଲାଭ ପାଇଁ ଏହି ସଂସ୍ଥାକୁ ଚଲାଉ ଥିବା ଜଗଦଗୁରୁ ଶଙ୍କରାଚାର୍ଯ୍ୟ ମହାସଂସ୍ଥାନମ୍‌ ଦକ୍ଷିଣମୟ ଶ୍ରୀ ଶାରଦା ପୀଠମର ସଂପତ୍ତିକୁ ଘରୋଇ କମ୍ପାନୀକୁ ଭଡ଼ାରେ ଦେଇ ଥିଲେ।

ଜଣେ ଅଧିକାରୀ କହିଛନ୍ତି ଯେ, କଥିତ ଭାବେ ସେ ଏହି ଅର୍ଥର ବ୍ୟବହାର ମହଙ୍ଗା ବିଳାସପୂର୍ଣ୍ଣ ଗାଡ଼ି କିଣିବାରେ କରିଛନ୍ତି। ପୁଲିସ କହିଛି ଯେ, ଏବେସୁଦ୍ଧା ଚୈତନ୍ୟାନନ୍ଦଙ୍କ ପାଖରୁ ଦୁଇଟି କାର ମିଳିଛି। ଗୋଟିଏ ଭଲଭୋ, ଯେଉଁଥିରେ ନକଲି ନମ୍ୱର ପ୍ଲେଟ୍‌ ’୩୯ ୟୁଏନ -୧ ’ ରହିଛି ଏବଂ ଏହା ଏକ ଫେକ୍‌ ଠିକଣାରେ ରେଜିଷ୍ଟର୍ଡ ଅଛି। ଦ୍ୱିତୀୟଟି ବିଏମଡବ୍ଲ୍ୟୁ କାର , ଯାହାକୁ ସେ ମାର୍ଚ୍ଚ ମାସରେ କିଣି ଥିଲେ।