ରେଲୱେ ଟ୍ରାକ୍‌ରେ ପଡିଛି ବୃଦ୍ଧ ଦମ୍ପତିଙ୍କ ମୃତଦେହ, ପାରିବାରିକ କଳହରୁ ଆତ୍ମହତ୍ୟା ସନ୍ଦେହ

Published By : Prameya-News7 Bureau | June 11, 2024 IST

କଣ୍ଟାବାଞ୍ଜି ୧୧।୬: ରେଳ ଧାରଣାରେ ପଡିଛି ବୃଦ୍ଧ ଦମ୍ପତିଙ୍କ ମୃତଦେହ । କଣ୍ଟାବାଞ୍ଜି ତୁରେକେଲା ରେଲୱେ ଟ୍ରାକରେ ପଡିଛି ମୃତଦେହ । ମୃତଦେହ ଖଣ୍ଡ ବିଖଣ୍ଡ ହୋଇଥିବା ବେଳେ କୌଣସି ଟ୍ରେନ୍ ଧକ୍କାରେ ମୃତ୍ୟୁ ହୋଇଥିବା ଜଣାପଡୁଛି । ମୃତ ବୃଦ୍ଧ ଦମ୍ପତି ହେଲେ ଲାଠୋର ଥାନା ଜଳପାଙ୍କେଲ ଗାଁର ଲକ୍ଷ୍ମୀଧର ରଣା ଏବଂ ତାଙ୍କ ସ୍ତ୍ରୀ ହିରା ରଣା । 

ସୂଚନାଯୋଗ୍ୟ ଯେ, ସୋମବାର ବୃଦ୍ଧ ଦମ୍ପତ୍ତି ନିଜ ପୁଅ-ବୋହୁଙ୍କ ସହ ଝଗଡା ହୋଇ ଘରୁ ବାହାରିଥିଲେ । ରେଳ ଧାରଣାରୁ ମିଳିଲା ବୃଦ୍ଧ ଦମ୍ପତିଙ୍କ ମୃତଦେହ । ପାରିବାରିକ କଳହ ଯୋଗୁଁ ଆତ୍ମହତ୍ୟା କରିଥିବା ପୋଲିସ ପ୍ରାଥମିକ ସୂତ୍ରରୁ ଜଣାପଡିଛି । ତେବେ ଶବ ବ୍ୟବଚ୍ଛେଦ ପରେ ପ୍ରକୃତ କାରଣ ଜଣାପଡିବ ବୋଲି ପୋଲିସ କହିଛି । ଜିଆରପି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ଅଧିକ ତଦନ୍ତ ଜାରି ରଖିଛି ।

You Can Read :

ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ଚାଲିଗଲା ଦୁଇ ଜଣଙ୍କ ଜୀବନ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.