Rajyasabha election: ଉପାସନାଙ୍କ ଭୋଟ୍‌କୁ ନେଇ ହାଇ ଭୋଲଟେଜ୍ ଡ୍ରାମା

NEWS7
counting-for-mizoram-shifted-from-sunday-to-monday

ଭୁବନେଶ୍ୱର ୧୬/୦୩: ରାଜ୍ୟସଭା ନିର୍ବାଚନ ପ୍ରକ୍ରିୟା ଭିତରେ ବଡ଼ ଅଭିଯୋଗ ଆଣିଛି ବିରୋଧୀ ଦଳ । ବିଧାୟିକା ଉପାସନାଙ୍କ ଭୋଟ୍‌କୁ ନେଇ ବିରୋଧୀ ଦଳ ନେତାଙ୍କ ନବୀନ ପଟ୍ଟନାୟକଙ୍କ ଅଭିଯୋଗ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଉପାସନା ମହାପାତ୍ରଙ୍କୁ ଦ୍ୱିତୀୟ ଥର ବାଲାଟ ଦେବା ନେଇ ପ୍ରଶ୍ନ ଉଠାଇଛନ୍ତି ।

ଏହା ଗଣତନ୍ତ୍ର ବିରୋଧୀ ଓ ପୋଲିଂ ଅଧିକାରୀ ପକ୍ଷପାତିତା କରୁଥିବା ନେଇ ନବୀନ ପଟ୍ଟନାୟକ ଅଭିଯୋଗ କରିଛନ୍ତି । ଯଦି ଏଭଳି ଭାବେ ଜଣଙ୍କୁ ଦୁଇ ଦୁଇଟି ବାଲାଟ ଦିଆଯିବ ତେବେ ପୋଲିଂ ଅଧିକାରୀ ବାଲାଟ କେଉଁଠୁ ଆଣିବେ । ଏହା ଉପରେ ତଦନ୍ତ ଦାବି କରିଛନ୍ତି ନବୀନ । କେବଳ ନବୀନ ପଟ୍ଟନାୟକ ନୁହେଁ ବିଜେଡିି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ମଧ୍ୟ ସମାନ ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି, ନିର୍ବାଚନ କମିସନଙ୍କୁ ବିଜେପି ପ୍ରଭାବିତ କରି ବେଆଇନ କାମ କରାଉଛନ୍ତି । ଏହା ଉପରେ ତଦନ୍ତ ହେବାର ଆବଶ୍ୟକତା ରହିଛି ।

 

ସେହିଭଳି ଉପାସନା ମହାପାତ୍ରଙ୍କ ଭୋଟ୍ କାହିଁକି ଗ୍ରହଣ କରାଗଲା । ସେଥିପାଇଁ ପୁନଃ ନିର୍ବାଚନ ଦାବି କରିବା ସହ ନିର୍ବାଚନକୁ ଅବୈଧ କରିବାକୁ ଗଣେଶ୍ୱରଙ୍କ ଦାବି । ସେ କହିଛନ୍ତି ଉପାସନା ମହାପାତ୍ରଙ୍କୁ ଭୋଟିଂ ପାଇଁ ବାଲାଟ୍ ପେପର୍ ଦିଆଯାଇଥିଲା କିନ୍ତୁ ସେ ପୁଣି ଥରେ ଦ୍ୱିତୀୟ ବାଲାଟ୍ ପେପର୍ ମାଗିଲେ ଏବଂ ତାଙ୍କୁ ଦିଆଗଲା ମଧ୍ୟ । ଯାହା ଆଦୈ ଯଥାର୍ଥ ନୁହେଁ , ଆଇନଗତ ଏହା ଅନୁମୋଦିତ ନୁହେଁ । ଆମ ଏଜେଣ୍ଟ ଏ ବାବଦରେ ନିର୍ବାଚନ କମିସନରଙ୍କୁ ଲିଖିତ ଭାବରେ ଅବଗତ କରୁଛନ୍ତି । ଆମେ ଚାହୁଛୁ ଆମ ଆବେଦନର ଶୁଣାଣି ହୋଇ କାର୍ଯ୍ୟାନୁଷ୍ଠାନ ହେଉ । କାରଣ , ନିର୍ବାଚନ ଆଇନର ଉଲ୍ଲଂଘନ ହୋଇଛି ।

also read...

Rajyasbha Poll: କିଏ ହାତେଇବ ଚତୁର୍ଥ ଆସନ, ପୋଲ୍ ଖୋଲିଦେଲେ ବିଜୟ