LIVE TV

୧୩ ଲକ୍ଷ ଟଙ୍କା ଖର୍ଚ୍ଚ କରି ମଧ୍ୟ ଝିଅକୁ ବଞ୍ଚାଇ ପାରିଲିନି ..., ଛିନ୍ଦୱାଡାରେ ସିରପ୍ ମୃତ୍ୟୁ ପରେ ମାତା-ପିତାଙ୍କ ଆଖିରେ ଥମୁନି ଲୁହ

NEWS7
Chhindwara died of kidney failure.

ନୂଆଦିଲ୍ଲୀ : ‘ ପାପା ମୋତେ ଘରକୁ ନେଇ ଚାଲ ... ଏହା ଥିଲା ମୋର ଝିଅର ଶେଷ ଶବ୍ଦ। ଏହା କହୁଥିବା ବେଳେ ୨ ବର୍ଷର ଯୋଜିତା ଠାକରେଙ୍କ ବାପା ସୁଶାନ୍ତଙ୍କ ଆଖି ଲୁହରେ ଭରିଗଲା। ଛିନ୍ଦୱାଡାର ଦୁଇ ବର୍ଷିୟା ଶିଶୁ କନ୍ୟା ଯୋଜିତାର ଦୁଇ ଦିନରେ କିଡନୀ ଫେଲିୟରର ଶିକାର ହୋଇଗଲା। ପରିବାର ଚିକିତ୍ସାରେ ପାଖାପାଖି ୧୩ ଲକ୍ଷ ଟଙ୍କା ଖର୍ଚ୍ଚ କଲେ, ହେଲେ ଯୋଗିତାଙ୍କ ଜୀବନ ରକ୍ଷା ହୋଇ ପାରିଲା ନାହିଁ। ସରକାର ଏବେ ତାଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର କ୍ଷତିପୂରଣର ଘୋଷଣା କରିଛନ୍ତି, କିନ୍ତୁ ବାପା ସୁଶାନ୍ତ ଠାକୁର କହିଛନ୍ତି , ଏଥିରେ ମୋ ଝିଅ ଆଉ ଫେରି ଆସି ପାରିବ ନାହିଁ।

ଛିନ୍ଦୱାଡାର ସୁଶାନ୍ତ ଠାକରେ ଏକ ପ୍ରାଇଭେଟ୍ ସ୍କୁଲରେ ଶିକ୍ଷକ ଅଛନ୍ତି। ଆଜତକ୍ ସହ କଥା ହୋଇ ସେ କହିଛନ୍ତି ଯେ, ତାଙ୍କର ଦୁଇ ବର୍ଷର ଝିଅ ଯୋଜିତା ଯେବେ ବି ଅସୁସ୍ଥ ହୁଏ , ତ ସେ ନିୟମିତ ଭାବେ ଡାକ୍ତର ଠାକୁରଙ୍କ ପାଖକୁ ଚିକିତ୍ସା ପାଇଁ ଯାଉଥିଲେ। ୮ ସେପ୍ଟେମ୍ୱର ସନ୍ଧ୍ୟାରେ ଯେବେ ଝିଅକୁ ଜ୍ୱର ଆସିଲା, ତ ସୁଶାନ୍ତ ଡାକ୍ତର ଠାକୁରଙ୍କୁ ଖୋଜି କ୍ଲିନିକରେ ପହଞ୍ଚିଲେ, କିନ୍ତୁ ସେ ସେଠାରେ ଉପସ୍ଥିତ ନଥିଲେ। ବାଧ୍ୟ ହୋଇ ସେ ନିକଟରେ ଥିବା ଡାକ୍ତର ପ୍ରବୀଣ ସୋନିଙ୍କୁ ସଂପର୍କ କରି ଥିଲେ। ଡା. ସୋନି ଯୋଜିତାକୁ କିଛି ଔଷଧ ଦେଲେ ଏବଂ ଚାରି ଟାଇମ୍ ଔଷଧ ଖାଇବାକୁ ପରାମର୍ଶ ଦେଇ ଘରକୁ ପଠାଇ ଦେଲେ। ୯ ସେପ୍ଟେମ୍ୱର ସକାଳେ ଜ୍ୱର ତ କମିଲା , କିନ୍ତୁ ଯୋଜିତାର ସ୍ୱାସ୍ଥ୍ୟ ଆହୁରି ବିଗିଡି ଗଲା। ସେ ୩ ଥର ସବୁଜ ରଙ୍ଗର ବାନ୍ତି କରିଥିଲା। ସୁଶାନ୍ତ ଆଉ ଥରେ ଝିଅକୁ ନେଇ ଡାକ୍ତର ପ୍ରବୀଣ ସୋନିଙ୍କ ପାଖରେ ପହଞ୍ଚି ଥିଲେ। ଯାଞ୍ଚ ପରେ ଡାକ୍ତର ପ୍ରବୀଣ ତୁରନ୍ତ କହିଥିଲେ ଯେ, ଯୋଜିତାର କିଡନୀରେ ଇନଫେକ୍ସନ ଅଛି ଏବଂ ଛିନ୍ଦୱାଡାରେ ଏହାର ଚିକିତ୍ସା ସମ୍ଭବ ନୁହେଁ , ଏଥିପାଇଁ ତାକୁ ନାଗପୁର ନେଇଯାଅ।

ସୁଶାନ୍ତ ତୁରନ୍ତ ତାଙ୍କ ଝିଅକୁ ନେଇ ନାଗପୁର ଚାଲିଗଲେ। ସେଠାରେ ଯେଉଁ ହସ୍ପିଟାଲକୁ ନେଇଯିବାକୁ ଡାକ୍ତର ସୋନୀ ତାଙ୍କୁ କହିଥିଲେ , ସେଠାରେ ପହଞ୍ଚିବା ପରେ ଜାଣିବାକୁ ପାଇଲେ ଯେ, ସେଠାରେ ଡାଏଲିସିସର ସୁବିଧା ନାହିଁ। ଏହାପରେ ଯୋଜିତାକୁ ସେହି ବିଳମ୍ୱିତ ରାତିରେ ନେଲସନ ହସ୍ପିଟାଲରେ ଭର୍ତ୍ତି କରାଗଲା। ସେଠାରେ ୨୨ ଦିନ ଯାଏ ଲଗାତାର ଚିକିତ୍ସା ଚାଲିଲା ଏବଂ ଏହି ସମୟରେ ଯୋଜିତାର ୧୬ ଥର ଡାଏଲିସିସ ହେଲା ଏବଂ ଦିନ ଯେତେ ବିତୁ ଥିଲା ଏହାସହ ବାପାଙ୍କ ଆଶା ଓ ଚିକିତ୍ସାର ବିଲ୍‌ ଉଭୟ ବଢିବାରେ ଲାଗିଲା।

ନେଲସନ ହସ୍ପିଟାଲର ବିଲ୍‌ ୧୨ ଲକ୍ଷ ଟଙ୍କାରୁ ଅଧିକ ପହଞ୍ଚି ଗଲା। ଏକ ପ୍ରାଇଭେଟ୍‌ ସ୍କୁଲରେ ଶିକ୍ଷକତା କରୁଥିବା ସୁଶାନ୍ତଙ୍କ ପାଖରେ ଏତେ ପରିମାଣର ଅର୍ଥ ରାଶି ନଥିଲା। ଯୋଜିତାର ଚିକିତ୍ସାରେ ପରିବାର ନିଜର ପୂରା ଶକ୍ତି ଲଗେଇ ଦେଲେ। ସୁଶାନ୍ତଙ୍କ ବଡ଼ ଭାଇ ନିଜର ଏଫଡି ଭାଙ୍ଗି ଦେଲେ। ସୁଶାନ୍ତଙ୍କ ବନ୍ଧୁ , ଭଉଣୀ , ଶ୍ୱଶୂରଘର ପକ୍ଷରୁ ଯେତେ ସମ୍ଭବ ସେତିକି ସାହାଯ୍ୟ କଲେ। ସୁଶାନ୍ତ ସୋସିଆଲ ମିଡ଼ିଆ ମାଧ୍ୟମରେ କ୍ରାଉଡ୍‌ ଫଣ୍ଡିଂ ମଧ୍ୟ କରିଥିଲେ ଏବଂ ମୁମ୍ୱାଇର ଏକ ଏନଜିଓ ମଧ୍ୟ ଏକ ଲକ୍ଷ ଟଙ୍କାର ସାହାଯ୍ୟ କରିଥିଲା।

ଖାଲି ଏତିକି ନୁହେଁ , ପଡୋଶୀ ଓ ସ୍କୁଲର ସାଥି ଶିକ୍ଷକମାନେ ମଧ୍ୟ ଆର୍ଥିକ ସାହାଯ୍ୟ କଲେ, କିନ୍ତୁ ଅନେକ ଚେଷ୍ଟା ସତ୍ତ୍ୱେ ୨୨ ଦିନର ସଂଘର୍ଷ ପରେ ଯୋଗିତା ୪ ଅକ୍ଟୋବରରେ ଜୀବନ ଯୁଦ୍ଧ ହାରିଗଲା। ଯୋଜିତାଙ୍କ ମୃତ୍ୟୁ ପରେ ପ୍ରଶାସନ ପରିବାରକୁ ୪ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାର ଘୋଷଣା କଲେ। କିନ୍ତୁ ବାପା ସୁଶାନ୍ତ ଠାକରେଙ୍କର କହିବାନୁସାରେ , ଏ ଟଙ୍କା ମୋ ଝିଅର ଜୀବନ ଠାରୁ ଅଧିକ ଦାମୀ ନୁହେଁ, ମୁ ଚାହୁଁଛି ଯେ ଏମିତି ଭୁଲ ଆଉ ଥରେ କୌଣସି ନିରୀହ ପିଲା ସହ ନହେଉ , ଏଥିପାଇଁ ଦୋଷୀ ଡାକ୍ତର ଓ ଔଷଧ କମ୍ପାନୀର ଲୋକଙ୍କ କଡ଼ା ଦଣ୍ଡ ମିଳିବା ଉଚିତ।