ସହିପାରିଲେନି ଡିଜେ ସାଉଣ୍ଡ, ଛାତିରେ ଯନ୍ତ୍ରଣା ଯୋଗୁଁ ଟଳି ପଡ଼ିଲେ

NEWS7
corruption-free-govt-political-stability-has-led-to-indias-rapid-economic-growth

ଆଠଗଡ଼ ୧୭।୧: ଡିଜେ ସାଉଣ୍ଡରେ ତିଗିରିଆ ଥାନା ନୂଆପାଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ଗ୍ରାମରେ ଚାପା ଉତ୍ତେଜନା । ୬୫ ନମ୍ୱର ରାଜ୍ୟ ରାଜପଥ ନୂଆପାଟଣା ଠାରେ ରାସ୍ତାରେ ଶବ ରଖି ଅବରୋଧ କଲେ ଗ୍ରାମବାସୀ । ଡିଜେ ହେଲା କାଳ, ଅକାଳରେ ଚାଲିଗଲା ଜୀବନ । ତିଗିରିଆ ଥାନା ଅନ୍ତର୍ଗତ ନୂଆପାଟଣାରେ ଏଭଳି ଅଭାବନୀୟ ଘଟଣା ଘଟିଛି ।

ଶୁକ୍ରବାର ରାତିରେ ନୂଆପାଟଣା ସୁରେନ୍ଦ୍ର ପାଟଣାରେ ଯାଉଥିବା ଏକ ବାହାଘର ପ୍ରସେସନର ଡିଜେରେ ଦିଆଯାଇଥିବା ଭାଇବ୍ରେଟର ଓ ସାଉଣ୍ଡକୁ ସହ୍ୟ କରିପାରିଲେନି । ଛାତି କ’ଣ ହୋଇଯାଇଛି କହି ଟଳି ପଡ଼ିଲେ l ପରିବାର ଲୋକେ ତାଙ୍କୁ ତିଗିରିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ଭର୍ତ୍ତି କରିଥିଲେ । କିନ୍ତୁ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ l ମୃତକ ହେଲେ ସୁରେନ୍ଦ୍ର ପାଟଣାର ଲକ୍ଷ୍ମୀଧର ଚନ୍ଦ । ତାଙ୍କ ବୟସ ୪୭ ବର୍ଷ ବୋଲି ଜଣାପଡିଛି । ଏନେଇ ତିଗିରିଆ ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି l