ଭୁବନେଶ୍ୱର ୨୭।୦୭ : ନାବାଳିକା ଗଣଦୁଷ୍କର୍ମ ମାମଲା । ବିଜେଡି କର୍ପୋରେଟର ଅମରେଶ ଜେନାଙ୍କୁ ଗିରଫ କରିଛି । ବାଲେଶ୍ୱରରୁ ଗିରଫ କରିଛି କମିଶନରେଟ୍ ପୋଲିସ । ଶନିବାର ଅମେରଶ ଜେନାଙ୍କ ୫ ଜଣ ସହଯୋଗୀକୁ ମଧ୍ୟ ଗିରଫ କରିଛି ପୋଲିସ ।
ଖବର ଅନୁଯାୟୀ, ଗତ ୨୪ ତାରିଖ ଦିନ ଲକ୍ଷ୍ମୀସାଗର ଥାନାରେ ଜଣେ ନାବାଳିକା ବିଜେଡ଼ି କର୍ପୋରେଟର ଅମରେଶ ଜେନାଙ୍କ ନାଁରେ ଅଭିଯୋଗ କରିଥିଲେ । ନାବାଳିକାଙ୍କୁ ଦୁଷ୍କର୍ମ କରିବା ସହ ଗର୍ଭପାତ କରିଥିବା ଅଭିଯୋଗ ଆସିଥିଲା । ଏହାପରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ହେଲେ ଅମରେଶ ଜେନା ଫେରାର ହୋଇଯାଇଥିଲେ । କିନ୍ତୁ ପୋଲିସ ତଦନ୍ତ କରି ଅମରେଶ ଜେନାଙ୍କୁ ଫେରାର କରାଇବାରେ ସହଯୋଗ କରିଥିବା ୫ ସହଯୋଗୀଙ୍କୁ ଗିରଫ କରିଥିଲା ।ଶେଷରେ ରବିବାର ଦିନ ଅମରେଶ ଜେନାଙ୍କୁ ବାଲେଶ୍ୱର ନୀଳଗିରି ଅଞ୍ଚଳରୁ ପୋଲିସ ଗିରଫ କରିଛି ।
ସେପଟେ ଦୁଷ୍କର୍ମ ଅଭିଯୋଗ ପରେ ଦଳ ପକ୍ଷରୁ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ବିଜୁ ଜନତା ଦଳ ପକ୍ଷରୁ ତୁରନ୍ତ ଅମରେଶ ଜେନାଙ୍କୁ ସସ୍ପେଣ୍ଡ କରାଯାଇଛି ।