ବାରବାଟୀରେ ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣକୁ ନେଇ ରାଜନୀତି ଜୋର୍, କଟାକ୍ଷ କରି କ’ଣ କହିଲେ ଦେବୀ,ଲଲାଟେନ୍ଦୁ

NEWS7
corona-fear-screening-in-airport-and-port-in-india

ଭୁବନେଶ୍ବର ୨୬/୧:  ​​​​କଟକ ବାରବାଟୀ ଷ୍ଟାଡିୟମରେ ଜାତୀୟ ପତାକା ଉତ୍ତୋଳନ କରି ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାର ସପଳତା ବଖାଣିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।କହିଥିଲେ ଆମ ସରକାର ଲୋକଙ୍କ ହିତ ପାଇଁ କାମ କରୁଛି । ଯୁବ ଚାଷୀ, ମହିଳା ଓ ଗରିବଙ୍କ ପାଖରେ ଠିଆ ହୋଇଛି । ସୁଭଦ୍ରା ଭଳି ଅନେକ ନାରୀକୈନ୍ଦ୍ରିକ ଯୋଜନାର ସଫଳ ରୂପାୟନ କରିଛନ୍ତି ।ଓଡ଼ିଶାରେ ମହିଳା ବିରୋଧୀ ହିଂସାର ସ୍ଥାନ ନାହିଁ । ମହିଳାଙ୍କ ବିରୋଧରେ ଅତ୍ୟାଚାରକୁ ବରଦାସ୍ତ କରାଯିବନି । ମହିଳାଙ୍କ ସୁରକ୍ଷା ପ୍ରତି ଆମେ ପ୍ରତିଶ୍ରୁତିବଦ୍ଧ । ଯେଉଁମାନେ ଏଥିରେ ଲିପ୍ତ ସେମାନଙ୍କ ଠିକଣା ଜେଲ୍‌ ବୋଲି କଡା ଚେତାବନୀ ଦେଇଥିଲେ ମୁଖ୍ୟମନ୍ତ୍ରୀ   । ଏହି ଅବସରରେ ସେ ପୂର୍ବ ସରକାରଙ୍କୁ ଟାର୍ଗେଟ କରିବାକୁ ଭୁଲିନଥିଲେ । ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ ନସରୁଣୁ କଡା ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ  ।

ବିଜେଡିର ବରିଷ୍ଠ ଉପସଭାପତି ଦେବୀ ମିଶ୍ର କହିଛନ୍ତି ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ମୁହଁରେ ଏସବୁ କଥା ଶୋଭା ପାଉନି ।ମୁଁ ଜାଣିନି ୧୯ ମାସରେ କଣ ହେଲାଣି । ବିକାଶ ଗୋଟିଏ ନୀରବଛିନ୍ନ ପ୍ରକ୍ରିୟା । କିନ୍ତୁ ବିଜେପି ସରକାର ଯେଉଁ ମାନସିକତା ରଖିଛନ୍ତି ଆମେ ସବୁ କରିଦେବୁ ଆଗ କରନ୍ତୁ ।ନବୀନ ପଟ୍ଟନାୟକଙ୍କ ସରକାର ସମୟର ବିକାଶକୁ ନୀତି ଆୟୋଗଠାରୁ ଆରମ୍ଭ କରି ଉପା ଓ NDA ସରକାର ପ୍ରଶଂସା କରିଛନ୍ତି ତାହା ସ୍ବୀକାର କରନ୍ତୁ । ସେ ଆହୁରି କହିଛନ୍ତି ବାଲି,ଖଣି ମାଫିଆଙ୍କୁ ଧରିବା ଥୟ । ଏଥିରେ କିଛି ଦ୍ବିମତ ନହେଉ । ପ୍ରତିଶ୍ରୁତି ରକ୍ଷା କରନ୍ତୁ ।

ଓଡ଼ିଶାରେ ମହିଳା ବିରୋଧୀ ହିଂସାର ସ୍ଥାନ ନଥିବା କଥାକୁ କଟାକ୍ଷ କରିଛି କଂଗ୍ରେସ । ବରିଷ୍ଠ ନେତା ଲଲାଟେନ୍ଦୁ ମହାପାତ୍ର କହିଛନ୍ତି ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ, ବର୍ଷେ ୭ମାସ ଶାସନ ପରେ ତାଙ୍କର ବୁଦ୍ଧି ଉଦୟ ହୋଇଛି । ତାଙ୍କର ମହିଳା ବିରୋଧୀ ହିଂସା ମନ୍ତବ୍ୟ ଭିତ୍ତିହୀନ ଓ ହାସ୍ୟାସ୍ପଦ । ତାଙ୍କ ସମୟରେ ହିଁ ରାଜ୍ୟରେ ମହିଳା ହିଂସା ଓ ନାରୀ ନିର୍ଯାତନା ବୃଦ୍ଧି ପାଇଛି । ଅପରାଧୀଙ୍କ ଜେଲ୍‌ ହେବ ନୂଆ ଠିକଣା, ଏ କେଉଁ ନୂଆ କଥା କହିଲେ ମୁଖ୍ୟମନ୍ତ୍ରୀ । ଏବେବି ରାଜନୈତିକ ଚାପରେ  ଅପରାଧୀ  ଖସିଯାଉଥିବା ସେ କହି ସମାଲୋଚନା କରିଛନ୍ତି