୪୦% ନେତା ଅପରାଧିକ ପୃଷ୍ଠଭୂମିର, NCERT ପୁସ୍ତକରେ ନ୍ୟାୟପାଳିକାରେ ଦୁର୍ନୀତି ଚାପ୍ଟର ଦେଖି କ୍ଷୁବ୍ଧ ଆଡଭୋକେଟ୍

NEWS7
controversy-over-river-bank-in-berhampur

ନୂଆଦିଲ୍ଲୀ: ଏନସିଇଆରଟିର ଅଷ୍ଟମ ଶ୍ରେଣୀର ପୁସ୍ତକରେ ନ୍ୟାୟପାଳିକାରେ ଦୁର୍ନୀତି ହେଉଥିବା ଚାପ୍ଟରକୁ ନେଇ ବିବାଦ ଘନେଇବାରେ ଲାଗିଛି।ସୁପ୍ରିମକୋର୍ଟ ବୁଧବାର ଏହି ମାମଲାକୁ ନେଇ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ତେବେ ସରକାରୀ ସୂତ୍ରରୁ ପ୍ରକାଶ ଯେ, ଏହି ପୁସ୍ତକରୁ ନ୍ୟାୟପାଳିକାକୁ ନେଇ ବିବାଦୀୟ ଚାପ୍ଟରକୁ ହଟାଇ ଦିଆଯିବ। ମାମଲାରେ ସୁପ୍ରିମକୋର୍ଟର ଓକିଲ ମଧ୍ୟ ଭୀଷଣ ଅସନ୍ତୁଷ୍ଟ। ବରିଷ୍ଠ ଆଇନଜୀବୀ ତଥା ସୁପ୍ରିମକୋର୍ଟ ବାର ଆସୋସିଏସନର ସଭାପତି ବିକାଶ ସିଂ ମାମଲାକୁ ନେଇ ନେତାଙ୍କ ଉପରେ ଖୁବ ବର୍ଷିଛନ୍ତି। ସେ ଦାବି କରିଛନ୍ତି ଯେ, ୪୦ ପ୍ରତିଶତ ନେତା ଅପରାଧିକ ପୃଷ୍ଠ ଭୂମିରୁ ଆସିଛନ୍ତି।

ବିକାଶ ସିଂ କହିଛନ୍ତି, ଏନସିଇଆରଟିର ପୁସ୍ତକରେ ନ୍ୟାୟପାଳିକାକୁ ନେଇ ଚାପ୍ଟର ରଖାଯିବ ଆଶ୍ଚର୍ଯ୍ୟ ଲାଗୁଛି। ପୁସ୍ତକ ପିଲାଙ୍କୁ ଆମ ସମାଜ ବିଷୟରେ ଶିଖାଇବା ପାଇଁ ରହିଥାଏ। ଯଦି ସେମାନେ ବାସ୍ତବରେ ଶିଖାଇବାକୁ ଚାହାନ୍ତି ତେବେ ଏହା ଉପରେ ଧ୍ୟାନ ଦେବା ଉଚିତ୍ ଯେ, ପ୍ରାୟ ୪୦ ପ୍ରତିଶତ ନେତା ଅପରାଧିକ ପୃଷ୍ଠ ଭୂମିରୁ ଆସିଛନ୍ତି। ଦେଶ ସ୍ଵାଧୀନ ହେବା ପରେ ଦେଶ ରାଜନୀତି ଏମିତି ଦିଗରେ ଗତି କରିବ ବୋଲି ଆମେ କେବେ ବି ଚିନ୍ତା କରି ନ ଥିଲୁ। ଭାରତରେ ଯିଏ ଶାସନ କରୁଛି, ସେ ଖୋଦ୍ ଆଇନ ଭାଙ୍ଗୁଛି। ମାତ୍ର ନ୍ୟାୟପାଳିକାରେ ଦୁର୍ନୀତି ବିଷୟରେ କଥା ହେବା, ମୋତେ ଲାଗୁଛି ବାସ୍ତବରେ ଏହା ସମ୍ବିଧାନକୁ ଦୁର୍ବଳ କରୁଛି।

ସେ ଏହା ମଧ୍ୟ କହିଛନ୍ତି, ଦୁର୍ନୀତି ପ୍ରତିଟି ଜାଗାରେ ରହିଛି। ମାତ୍ର ମୁଁ ବିଶ୍ଵାସର ସହ କହୁଛି ଯେ, ନ୍ୟାୟପାଳିକାରେ ଦୁର୍ନୀତି କାର୍ଯ୍ୟପାଳିକା ଓ ବିଧାୟିକା ତୁଳନାରେ ବହୁତ ବହୁତ କମ ରହିଛି। ଏଥିପାଇଁ ମୁଁ ସ୍ପଷ୍ଟ ଭାବେ କହି ପାରିବି ନାହିଁ ଯେ, ଏହି ଚାପ୍ଟରକୁ ସାମିଲ୍ କରାଯିବା ପଛର ଉଦ୍ଦେଶ୍ୟ କଣ ଥିଲା। କିନ୍ତୁ ମୁଁ ଆଶା କରୁଛି ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତଙ୍କୁ ଏନସିଇଆରଟିର ସେହି ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ଉଚିତ୍, ଯେଉଁମାନେ ଏହାକୁ ପୁସ୍ତକରେ ସାମିଲ୍ କରିବାକୁ ନିଷ୍ପତ୍ତି ନେଇଥିଲେ। ସେମାନଙ୍କ ବିରୋଧରେ ଅବମାନନା ନୋଟିସ୍ ଜାରି କରାଯିବା ଉଚିତ୍। ଏହା ସହ ଏହି ପ୍ରଶ୍ନ ପଚରାଯିବା ଉଚିତ୍ ଯେ, ସେମାନଙ୍କ ବିରୋଧରେ କାହିଁକି ଅପରାଧିକ ଅପରାଧିକ ଅବମାନନା ଚଲାଯିବ ନାହିଁ।