କେଜରିୱାଲ୍‌ଙ୍କୁ ଜେଲ୍‌ରେ ମାରିଦେବାକୁ ଷଡ଼ଯନ୍ତ୍ର ହେଉଛି, ଇନ୍‌ସୁଲିନ ଦିଆଯାଉନି: ଆପ୍‌ର ବଡ଼ ଅଭିଯୋଗ

Published By : Prameya-News7 Bureau | April 18, 2024 IST

indiatoday

ନୂଆଦିଲ୍ଲୀ: ବିଜେପି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେଜରିୱାଲ୍‌ଙ୍କ ବିରୋଧରେ ବଡ଼ ଷଡ଼ଯନ୍ତ୍ର କରୁଛନ୍ତି। ସେମାନେ କେଜରିୱାଲ୍‌ଙ୍କୁ ମାରିଦେବାକୁ ଚାହୁଁଛନ୍ତି ବୋଲି ଦିଲ୍ଲୀ ମନ୍ତ୍ରୀ ଅତୀଶି କହିଛନ୍ତି। 

ଦିଲ୍ଲୀ ରାଉଜ୍ ଏଭିନ୍ୟୁ କୋର୍ଟରେ କେଜରିୱାଲ୍‌ଙ୍କ ଆବେଦନ ଉପରେ ଶୁଣାଣି ହୋଇଛି। ଏଥିରେ ଇଡି ନିଜ ପକ୍ଷ ରଖି କହିଛି କେଜରିୱାଲ୍‌ଙ୍କୁ ଡାଇବେଟିକ୍ ଥିବା ସତ୍ତ୍ୱେ ଘର ଖାଇବା ସହ ଜାଣିଶୁଣି ମିଠା ଖାଉଛନ୍ତି। ଇଡିର ଏହି ବୟାନକୁ ନେଇ ଗୁରୁବାର ସାମ୍ବାଦିକ ସମ୍ମିଳନୀ କରି ଇଡି ସମାଲଚୋନା କରିଛନ୍ତି ଆପ୍ ମନ୍ତ୍ରୀ ଅତିଶୀ। 

ଇଡିର ବୟାନ ପରେ ଦିଲ୍ଲୀ ମନ୍ତ୍ରୀ ଅତିଶୀ କହିଛନ୍ତି “ ଅରବିନ୍ଦ କେଜରିୱାଲ୍‌ଙ୍କୁ ୩୦ ବର୍ଷ ହେଲା ଶୁଗାର ରୋଗ ରହିଛି। ସେ ଦୈନିକ ୫୪ ୟୁନିଟ ଇନ୍‌ସୁଲିନ ନେଉଛନ୍ତି। କୋର୍ଟ ବି ଘର ଖାଇବାକୁ ଅନୁମତି ଦେଇଛନ୍ତି। ଇଡି ଓ ବିଜେପି ତାଙ୍କ ଘର ଖାଇବାକୁ ବନ୍ଦ କରିବାକୁ ଚାହୁଁଛନ୍ତି। କେଜିରିୱାଲ୍ ମିଠା ଚା’ ପିଉଛନ୍ତି ଓ ଜାଣିଶୁଣି ମିଠା ଖାଉଛନ୍ତି ବୋଲି ଇଡି କୋର୍ଟରେ କହିଛି। ହେଲେ ଏହା ସମ୍ପୂର୍ଣ୍ଣ ମିଛ। ସେହିପରି ଓଜନ ବଢ଼ାଇବା ପାଇଁ କେଜରିୱାଲ୍ କଦଳୀ ଖାଇବା କଥା ବି ଇଡି ମିଛ କହିଛି। ସୁଗାର ରୋଗୀଙ୍କୁ ସବୁବେଳେ ଟଫି ଓ କଦଳୀ ସାଙ୍ଗରେ ରଖିବାକୁ ପରାମର୍ଶ ଦିଆଯାଏ। କୋର୍ଟ ଅର୍ଡରେ ବି ଏହା ଲେଖାଯାଇଛି।”

ପଢ଼ନ୍ତୁ-କଙ୍ଗନା ରାଣାୱତ ଏକ ବେଙ୍ଗ ପରି,ନିର୍ବାଚନ ପ୍ରଚାର ସରିଗଲେ ଛାଡ଼ି ପଳାଇବେ: କଂଗ୍ରେସ ମଣ୍ଡି ପ୍ରାର୍ଥୀ
କୋର୍ଟରେ ଇଡି ମିଛ କହୁଛି ବୋଲି ଅଭିଯୋଗ କରି ଅତିଶୀ ଆହୁରି କହିଛନ୍ତି “କେଜରିୱାଲ ଦୈନିକ ଆଳୁ ପୁରୀ ଖାଉଛନ୍ତି ବୋଲି ଇଡି ତୃତୀୟ ମିଛ କହିଛି। ଇଡି କୋର୍ଟରେ ଦାଖଲ କରିଥିବା ଡାଏଟ୍ ଚାର୍ଟରେ ଉଲ୍ଲେଖ ରହିଛି ଯେ ସେ ଗୋଟିଏ ଦିନ ଆଳୁ-ପୁରୀ ଖାଇଥିଲେ। ସେ ଫେବୃଆରୀ ୧ ରୁ ଡାକ୍ତରଙ୍କ ତତ୍ତ୍ୱାବଧାନରେ ଏକ ଇନସୁଲିନ୍ ରିଭର୍ସାଲ୍ କାର୍ଯ୍ୟକ୍ରମ କରୁଛନ୍ତି, କିନ୍ତୁ ମାର୍ଚ୍ଚ ୨୧ ରେ ଗିରଫ ହେବା ପରେ ଏହା ବନ୍ଦ ହୋଇଯାଇଛି। ଗତ କିଛି ଦିନ ହେବ ଶୁଗାର ଲେବଲ ୩୦୦ ରୁ ଅଧିକ ବୃଦ୍ଧି ପାଇଛି, କିନ୍ତୁ ଜେଲ କର୍ତ୍ତୃପକ୍ଷ କେଜରିୱାଲ୍‌ଙ୍କୁ ଇନସୁଲିନ୍ ଦେଉ ନାହାଁନ୍ତି। ମୁଁ ଇଡିକୁ କହିବାକୁ ଚାହେଁ ଯେ ଆଜି ବିଜେପି ଆପଣଙ୍କୁ ବଞ୍ଚାଇ ପାରିବ, କିନ୍ତୁ ଭଗବାନ ଆପଣଙ୍କୁ ରକ୍ଷା କରିବେ ନାହିଁ। ଭିଡିଓ କନଫରେନ୍ସିଂ ମାଧ୍ୟମରେ ତାଙ୍କ ଡାକ୍ତରଙ୍କ ସହ କଥା ହେବାକୁ କେଜରିୱାଲ୍ ଅନୁରୋଧ କରିଛନ୍ତି। ହେଲେ ଇଡି ଏହାକୁ ବିରୋଧ କରୁଛି। ସେମାନେ ତାଙ୍କୁ ତିହାର ଜେଲ ଖାଦ୍ୟ ଦେଇ ହତ୍ୟା କରିବାକୁ ଷଡଯନ୍ତ୍ର କରୁଛନ୍ତି।” 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.