LIVE TV

ସଂପର୍କର ଅନେକ ନାମ...କେବେ ସେ ଜନ୍ମଦାତା, କେବେ ସେ ଭାଇ, କେବେ ସେ ସହପାଠୀ...

NEWS7
congress-will-take-all-democratic-measures-to-oppose-the-waqf-bill

ଭୁବନେଶ୍ୱର ୧୯/୧୧: କଥାରେ ଅଛି ମର୍ଦ କୋ କଭି ଦର୍ଦ ନେହି ହୋତା । ଅର୍ଥାତ୍ ସେ ବହୁତ ମଜ୍ଭୁତ । ହୃଦୟ ବହୁତ ବଡ । ସବୁ ସଂପର୍କକୁ ନିଭାଇବାରେ ଥାଏ ବଡ଼ ହାତ । ସେ ବାପା ହେଉ ଭାଇ ବା ସ୍ୱାମୀ । ଏମିତିକି କର୍ମସ୍ଥଳୀରେ ସହପାଠୀ ବି ହେଉନା କାହିଁକି । ବିନା କୌଣସି ଦ୍ୱିଧାରେ ଦାୟିତ୍ୱର ବୋଝ ମୁଣ୍ଡେଇଥାଏ ପ୍ରତିଟି ପୁରୁଷ ।

ଯଦି ସେ ବାପା ହୁଏ ତେବେ ତେବେ ସେଠି ତ୍ୟାଗର ରୁହେ ଅନେକ ଉଦାହରଣ । କାରଣ ସେ ଏମିତି ଜଣେ ପୁରୁଷ ଯିଏ ନିଜେ ନ ଖାଇ ପିଲାକୁ ଖାଇବାକୁ ଦିଏ । ଭାଇ ବି ସେମିତି ପୁରୁଷଟିଏ ଯିଏ ଭଉଣୀକୁ ପ୍ରତିଟି କ୍ଷେତ୍ରରେ ସୁରକ୍ଷା ଦିଏ । ସେତିକି ନୁହେଁ ବୟସ ବଢ଼ିବା ସହ ବାପାମାଆଙ୍କ ସାହାର ପାଲଟି ଯାଏ ।

ଆଉ ସ୍ୱାମୀ ହୋଇଥିଲେ ସଂଘର୍ଷ ଭିତରେ ସ୍ତ୍ରୀ ପରିବାର କଥା ଭାବି ଭାବି ଦିନ କାଟିଦିଏ । ଏମିତିକି ସ୍ତ୍ରୀର ସଫଳତା ପଛରେ ଥାଏ ତାଙ୍କର ବଡ ଅବଦାନ । ଝିଅ ଟି ବାହା ହୋଇ ଆସିବା ପରେ ଯଦି ବେଶ ସ୍ନେହ ଆଦର କାହାଠୁ ମିଳେ ତେବେ ସେ ହେଉଛନ୍ତି ତାର ସ୍ୱାମୀ । ହଁ ସିଏ ବି ସେମିତି ପୁରୁଷଟିଏ ।

ପ୍ରତିବର୍ଷ ୧୯ ନଭେମ୍ବରରେ ଆନ୍ତର୍ଜାତୀୟ ପୁରୁଷ ଦିବସ ପାଳନ କରାଯାଏ। ଏହାର ମୂଳ ଉଦ୍ଦେଶ୍ୟ ହେଉଛି ପୁରୁଷ ଆଦର୍ଶକୁ ଆଲୋକିତ କରିବା ଏବଂ ପୁରୁଷତ୍ୱର ସକରାତ୍ମକ ଅଭିବ୍ୟକ୍ତିକୁ ପ୍ରୋତ୍ସାହିତ କରିବା। ଅନ୍ତର୍ଜାତୀୟ ପୁରୁଷ ଦିବସ ବାଳକ ଓ ପୁରୁଷ, ସଂଘ, ସମାଜ, ସମ୍ପ୍ରଦାୟ, ଜାତି, ପରିବାର, ବିବାହ ଏବଂ ଶିଶୁ ଯତ୍ନ କ୍ଷେତ୍ରରେ ଅବଦାନ ଥିବା ବ୍ୟକ୍ତିଙ୍କୁ ଖୋଜି ସମ୍ମାନ ଦେବାରେ ସାହାଯ୍ୟ କରେ। ଏହା ମଧ୍ୟ ପୁରୁଷମାନଙ୍କ ସମସ୍ୟା ବିଷୟରେ ମୌଳିକ ସଚେତନତା ସୃଷ୍ଟି କରିବାକୁ ଲକ୍ଷ୍ୟ ରଖେ।

୨୦୦୭ ମସିହା ନଭେମ୍ବର ୧୯ରେ ଭାରତରେ ପ୍ରଥମେ ଅନ୍ତର୍ଜାତୀୟ ପୁରୁଷ ଦିବସ ପାଳନ କରାଯାଇଥିଲା। ପୁରୁଷମାନଙ୍କ ପ୍ରତି ସଚେତନତା ବୃଦ୍ଧି ଲକ୍ଷ୍ୟରେ ଏହିଦିନ ପ୍ରତିବର୍ଷ ନଭେମ୍ବର ୧୯ରେ ପାଳନ କରାଯାଏ। ତେବେ ଆନ୍ତର୍ଜାତୀୟ ପୁରୁଷ ଦିବସ ୨୦୨୫ର ଥିମ୍, Celebrating Men and Boys” । ଆଉ ଏହି ଅବସରରେ ଆମ ତରଫରୁ ସବୁ ପୁରୁଷ ମାନଙ୍କୁ ଅନେକ ଅନେକ ଶୁଭକାମନା ।