ପ୍ରେମ ପାଇଁ ଡବଲ୍ ମର୍ଡର : ପ୍ରେମିକ ସହ ମିଶି ମା’-ଭାଇକୁ ମାରିଦେଲା ନାବାଳିକା !

NEWS7
congress-support-bamadala-strike-for-due-to-oil-hike

ବୋରିଗୁମ୍ମା ୨୪।୨: ପ୍ୟାର୍ କେ ଲିୟେ କୁଛ୍ ଭି କରେଗା । ପ୍ରେମ ପାଇଁ ମା’-ଭାଇକୁ ମାରିବାକୁ ବି ପଛାଇଲା ନାହିଁ ନାବାଳିକା ଝିଅ । ପ୍ରେମିକ ସହ ମିଶି ଘଟାଇଲା ନାରକୀୟ କାଣ୍ଡ । ମା’ ଓ ଭାଇକୁ ଝିଅ ହତ୍ୟା କରିଥିବା ନେଇ ପରିବାର ଲୋକ ଅଭିଯୋଗ ଆଣିଛନ୍ତି । ସୋମବାର ଭାଇର ଗଳିତ ମୃତଦେହ କେନାଲରୁ ଉଦ୍ଧାର ହୋଇଥିବା ବେଳେ ମଙ୍ଗଳବାର ଜୟନ୍ତଗିରି କେନାଲରୁ ମା’ର ଗଳିତ ମୃତଦେହ ଉଦ୍ଧାର କରାଯାଇଛି ।

ଏ ଖବର ବି ପଢ଼ନ୍ତୁ:- ଶୈଳବାଳା ମହାବିଦ୍ୟାଳୟ କର୍ତ୍ତୃପକ୍ଷ କଠୋର, କଲେଜ ଭିତରକୁ ଗଣମାଧ୍ୟମ ପ୍ରବେଶ ଉପରେ କଟକଣା

ସୂଚନାଯୋଗ୍ୟ ଯେ, କୋରାପୁଟ ଜିଲ୍ଲା ବୋରିଗୁମ୍ମା ରୋଡ଼ରେ ଝିଅ ଏବଂ ପୁଅ ସହ ରହୁଥିଲେ ଅନୁଷ୍କା ପରିଡା । ତାଙ୍କ ପୁଅ ଏବଂ ଝିଅ ଉଭୟ ନାବାଳକ ଓ ନାବାଳିକା । ଗତ ୨୦ ତାରିଖରେ ପରିବାର ଲୋକେ ଜାଣିବାକୁ ପାଇଲେ ଯେ ମା’-ପୁଅ ନିଖୋଜ ଅଛନ୍ତି । ମୋବାଇଲ ସୁଇଚ୍ ଅଫ୍ ରହିଛି । ୨୧ ତାରିଖରେ ପରିବାର ଲୋକେ ବୋରିଗୁମ୍ମା ଥାନାରେ ମା’-ପୁଅ ନିଖୋଜ ନେଇ ଏକ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ତଦନ୍ତ ଆରମ୍ଭ କରିଥିଲା । ସୋମବାର କୋଟପାଡ଼ ଥାନା ଅନ୍ତର୍ଗତ ଅଣ୍ଡିରା ମୁଣ୍ଡା କେନାଲରେ ବସ୍ତାରେ ଏକ ଶବ ଭାସୁଥିବା ଲୋକେ ଦେଖି ପୋଲିସକୁ ଖବର ଦେଇଥିଲେ । ସଙ୍ଗେ ସଙ୍ଗେ ପୋଲିସ, ଅଗ୍ନିଶମ ବିଭାଗ ଏବଂ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ବସ୍ତା ଭିତରୁ ପୁଅର ଗଳିତ ଶବ ଉଦ୍ଧାର କରିଥିଲେ । ପୁଅର ଗଳା କାଟି, ହାତ-ଗୋଡ଼ ବାନ୍ଧି ଅତି ନିର୍ମମ ଭାବେ ହତ୍ୟା କରାଯାଇଥିବା ଜଣାପଡିଛି । ତେବେ ମଙ୍ଗଳବାର ଜୟନ୍ତଗିରି କେନାଲରୁ ମା’ର ଗଳିତ ମୃତଦେହ ଉଦ୍ଧାର କରାଯାଇଛି ।

ଏ ଖବର ବି ପଢ଼ନ୍ତୁ:- ଦୁର୍ଘଟଣାମୁକ୍ତ ହେବ ଏନ୍ଏଚ୍-୧୬ : ଲାଗିବ ସାଇନବୋର୍ଡ, ଝଲସିବ ହାଇମାଷ୍ଟ ଲାଇଟ୍

ସମ୍ପର୍କୀୟଙ୍କ କହିବା ଅନୁଯାୟୀ, ଝିଅ ସ୍ଥାନୀୟ ଅଞ୍ଚଳର ଜଣେ ପୁଅକୁ ଭଲ ପାଉଥିଲା । ମା’ ଅନୁଷ୍କା ପରିଡା ପ୍ରେମ ସମ୍ପର୍କକୁ ବାରଣ କରୁଥିଲେ । ଫଳରେ ଏଥିରେ ଉତକ୍ଷିପ୍ତ ହୋଇ ସବୁଦିନ ପାଇଁ ରାସ୍ତାର କଣ୍ଟାକୁ ହୋଟାଇବା ପାଇଁ ଏଭଳି କାଣ୍ଡ ଘଟାଇଛି ବୋଲି ଅଭିଯୋଗ କରିଛନ୍ତି । ସେପଟେ ପୋଲିସ ପ୍ରେମିକକୁ ଥାନାରେ ଅଟକ ରଖି ପୋଲିସ ତଦନ୍ତ କରୁଛି । ଏହି ଘଟଣାରେ ଆଉ କାହାର ସମ୍ପୃକ୍ତି ଅଛି ଖୁବ୍ଶୀଘ୍ର ପରଦା ହଟିବ ବୋଲି ଏସ୍ଡିପିଓ ସତ୍ୟବ୍ରତ ଲେଙ୍କା କହିଛନ୍ତି ।