ବଣ୍ଡିବିଚ୍ ‘ହିରୋ’ଙ୍କୁ ୨.୫ ନିୟୁତ ଡଲାରର ଚେକ୍, ବିନମ୍ରତାରସହ ଗ୍ରହଣ କଲେ

NEWS7
congress-said-in-assam-it-retained-three-mps

ସିଡନୀ ୧୯।୧୨: ଅଷ୍ଟ୍ରେଲିଆ ବଣ୍ଡିବିଚ୍ ଗୁଳିକାଣ୍ଡ ଲୋକଙ୍କ ମନରୁ ଲିଭିନି। ତେବେ ଜଣେ ବନ୍ଧୁକଧାରୀଙ୍କୁ କାବୁ କରି ଦେଶରେ ହିରୋ ପାଲଟିଥିବା ଅହମଦ ଅଲ-ଅହମଦ (୪୪)ଙ୍କୁ ପୁରସ୍କୃତ କରାଯାଇଛି। ହସ୍ପିଟାଲରେ ଏବେ ଚିକିତ୍ସାଧୀନ ଥିବା ଏହି ସାହାସୀ ବ୍ୟକ୍ତିଙ୍କୁ ସାରା ବିଶ୍ୱରୁ ୪୩ ହଜାର ଲୋକେ ଆର୍ଥିକ ସହାୟତା ପଠାଇଛନ୍ତି। ଏଥିରୁ ତାଙ୍କୁ ୧୨ ଲକ୍ଷ ପାଉଣ୍ଡ ଅର୍ଥାତ ୨୫ଲକ୍ଷ ଅଷ୍ଟ୍ରେଲିୟ ଡଲାର ମିଳିଛି। ଏହି ଅର୍ଥକୁ ତାଙ୍କୁ ଏକ ଚେକ୍ ମାଧ୍ୟମରେ ପ୍ରଦାନ କରାଯାଇଛି। ଯାହକୁ ସେ ଅତ୍ୟନ୍ତ ବିନମ୍ରତାର ସହ ଗ୍ରହଣ କରିଛନ୍ତି।

ଏହି ଚେକ୍ ଗ୍ରହଣ କରିବା ବେଳେ ଅଲ-ଅହମଦ ଏଥି ପାଇଁ ମୁଁ ଯୋଗ୍ୟ କି? ବୋଲି ପ୍ରଶ୍ନ କରିଥିଲେ। ଏହାର ଜବାବରେ ଏମଡିମୋଟିଭେଟର ନାମରେ ଜଣାଶୁଣା ଇନଫ୍ଲୁଏନ୍ସ ଜାଚେରୀ ଡେରେନିୟୋଭେସ୍କି ପ୍ରତି ପଇସା ପାଇଁ ଆପଣ ଯୋଗ୍ୟ ବୋଲି କହି ତାଙ୍କୁ ହସ୍ପିଟାଲ ବେଡ କଡରେ ଚେକ୍ ହସ୍ତାନ୍ତର କରିଛନ୍ତି। ସିରିୟାରେ ଜନ୍ମିତ ଦୁଇ ସନ୍ତାନଙ୍କ ଜନକ ରବିବାର ବିଶ୍ୱପ୍ରସିଦ୍ଧ ବଣ୍ଡି ବିଚ୍ ରେ ହୋଇଥିବା ଭୟାବହ ଇହୁଦୀ ବିରୋଧୀ ଆକ୍ରମଣ କାଳରେ ଅପୂର୍ବ ସାହସ ପ୍ରଦର୍ଶନ କରିଥିଲେ । ଏହି ଘଟଣାରେ ଶିଶୁ ବୟଷ୍କଙ୍କ ସହ ମୋଟ ୧୫ ଜଣଙ୍କ ମୃତ୍ୟୁ ହୋଇଥିଲା।

ଡେରେନିୟୋଭେସ୍କି ହସ୍ପିଟାଲରେ ଭେଟି ଚେକ୍ ଦେବା ବେଳେ ଅଲ-ଅହମଦ ଏହାକୁ ଗ୍ରହଣ କରିବାକୁ ଥତମତ ହୋଇଥିଲେ। ସାରା ବିଶ୍ୱରୁ ସଂଗୃହୀତ ଧନରାଶି ଲାଗି ମୁଁ ହକଦାର କି ବୋଲି ପ୍ରଶ୍ନ କରିଥିଲେ। ଏଥିରେ ଡେରେନିୟୋଭେସ୍କି ପ୍ରତ୍ୟେକ ପଇସାର ହକଦାର ବୋଲି କହିଥିଲେ। ଏଥିରେ ଅଲ-ଅହମଦ ଇନଫ୍ଲୁଏନ୍ସରଙ୍କୁ ଧନ୍ୟବାଦ ଜଣାଇଛନ୍ତି ଓ ଏହି ଅଦଭୂତ ଧନସଂଗ୍ରହ ଅଭିଯାନରେ ଦାନଦାତାଙ୍କ ନିମନ୍ତେ ଏକ ଭାବପୂର୍ଣ୍ଣ ବାର୍ତ୍ତା ଦେଇଛନ୍ତି। ଦୁଇ ସନ୍ତାନଙ୍କ ଜନକ ଅଲ-ଅହମଦ କହିଛନ୍ତି ଆମେ ସମସ୍ତେ ଜଣେ ଜଣକ ପାଇଁ ଛିଡା ହେବା ଆବଶ୍ୟକ। ପିଠି ପଛପଟେ ହେଉଥିବା ସବୁ ଖରାପ ଘଟଣାକୁ ଭୁଲିଯିବା ଦରକାର ଓ ଜୀବନ ବଞ୍ଚାଇବା ପାଇଁ ଆଗକୁ ଆସିବା ଦରକାର ‘ସେଭ ଲାଇଫ’ ।

ଅଲ-ଅହମଦ କହିଛନ୍ତି ଯେ ଯେତେବେଳେ ସେ କାହାକୁ ସହାୟତା କରନ୍ତି ସେ ହୃଦୟରୁ କରିଥାନ୍ତି। ସେଦିନ ଏକ ଭଲ ଦିନ ଥିଲା , ସମସ୍ତେ ନିଜନିଜ ପିଲା ପରିବାରଙ୍କ ସହ ଉତ୍ସବ ପାଳନ କରୁଥିଲେ। ସମସ୍ତେ ଖୁସିଥିଲେ ଓ ଏଥି ପାଇଁ ସେମାନେ ହକଦାର ଥିଲେ। ଜୀବନର ଆନନ୍ଦ ନେବା ସମସ୍ତଙ୍କ ହକ ଓ ଏହା ସେମାନଙ୍କର ଅଧିକାର। ଅଲ-ଅହମଦଙ୍କ ଏହି ଭାବପୂର୍ଣ୍ଣ ଭିଡିଓ ଦର୍ଶକଙ୍କୁ ଏବେ ଭାବୁକ କରିଛି ଓ ସେମାନେ ଅଲ-ଅହମଦଙ୍କୁ ପ୍ରଶଂସା କରୁଛନ୍ତି।

ଚଳିତ ସପ୍ତାହରେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଏନ୍ଥୋନୀ ଆଲାବାନିଜ୍ ମଧ୍ୟ ଅଲ-ଅହମଦଙ୍କୁ ହସ୍ପିଟାଲରେ ଭେଟିଛନ୍ତି ଓ ତାଙ୍କର ପ୍ରଶଂସା କରିଛନ୍ତି। ଏହି ଘଟଣାରେ ଅଲ-ଅହମଦ ମଧ୍ୟ ଆହତ ହୋଇଥିଲେ। ତାଙ୍କ କାନ୍ଧରେ ଗୁଳି ବାଜିଥିଲା। ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେ ଏବେ ସୁସ୍ଥ ହେଉଛନ୍ତି। ସିରିୟା ଜନ୍ମିତ ଅଲ-ଅହମଦ ଅଷ୍ଟ୍ରେଲିଆରେ ଦୀର୍ଘ ବର୍ଷ ହେଲା ବସବାସ କରିଆସୁଛନ୍ତି। ତାଙ୍କର ଏକ ଛୋଟ ଫଳ ବ୍ୟବସାୟ ଅଛି। ଏଥିରୁ ଯାହା ଉପାର୍ଜନ ହୁଏ ସେଥିରେ ତାଙ୍କର ପରିବାର ଚଳେ।