ବଳଙ୍ଗା ପୀଡିତାଙ୍କ ମୃତ୍ୟୁ ପରେ ରାଜନୀତି ଜୋର୍,ସରକାରଙ୍କୁ ଘେରିଲା କଂଗ୍ରେସ

Published By : Prameya-News7 Bureau | August 03, 2025 IST

ଭୁବନେଶ୍ବର ୦୩ /୦୮: ବଳଙ୍ଗା ପୀଡିତାଙ୍କ ମୃତ୍ୟୁ ପରେ ସରକାରଙ୍କୁ ଘେରିଲା କଂଗ୍ରେସ । ସାମ୍ବାଦିକ ସମ୍ମିଳନୀ କରି ସରକାରଙ୍କ ଉପରେ ବର୍ଷିଛନ୍ତି ଦଳର ନେତା । କଂଗ୍ରେସ ମୁଖପାତ୍ର ସୋନାଲି ସାହୁ କହିଛନ୍ତି ୬ ଦିନ ପୂର୍ବରୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଥିଲେ ବଳଙ୍ଗା ପୀଡିତା ଧୀରେ ଧୀରେ ସୁସ୍ଥ ହେଉଛନ୍ତି । ଏବେ ହଠାତ କେମିତି ମୃତ୍ୟୁ ହେଲା । ଏହା ଆତ୍ମହତ୍ୟା ନୁହେଁ । ବରଂ ଷଡଯନ୍ତ୍ର କରି ହତ୍ୟା । ସେହିପରି କଂଗ୍ରେସ ନେତ୍ରୀ ମୁଧୁସ୍ମିତା ଆଚାର୍ଯ୍ୟ କହିଛନ୍ତି ପୀଡିତାଙ୍କ ବାପା କହୁଛନ୍ତି ଝିଅର ମାନସିକ ସ୍ଥିତି ଠିକ ନଥିଲା ।ଅନ୍ୟପଟେ  ପୋଲିସ କହୁଛି କାହାର ସମ୍ପୃକ୍ତି ନାହିଁ ।  ସରକାର ଏହି ମାମଲାକୁ ଚାପି ଦେବାକୁ ଚାହୁଁଛନ୍ତି । ୭ ଦିନ ଭିତରେ ଡିଜି ଯଦି ମାମଲାରେ ସଂପୃକ୍ତି ଥିବା ୩ ଅଭିଯୁକ୍ତଙ୍କୁ ଗିରଫ ନ କରନ୍ତି ତେବେ ଡିଜି ଅଫିସ ଘେରାଉ କରିବୁ । ସେହିପରି  ଦଳର ନେତ୍ରୀ ମଧୁସ୍ମିତା ଆଚାର୍ଯ୍ୟ କହିଛନ୍ତି ପୋଲିସର ରାତି ଅଧିଆ ଟ୍ବିଟ ଅନେକ ସନ୍ଦେହ ସୃଷ୍ଟି କରୁଛି । ଆକାଶରୁ ନିଆଁ ପଡି କଣ ପୀଡିଡାଙ୍କ ମୃତ୍ୟୁ ହେଲା ? ପୀଡିତାଙ୍କ ଷ୍ଟେଟମେଣ୍ଟର ଭିଡିଓ ରେକଡିଂ ସାମ୍ନାକୁ ଅଣା ଯାଉ । ସରକାର ଘଣ୍ଟ ନ ଘୋଡ଼ାଇ ଅଭିଯୁକ୍ତଙ୍କୁ ଧରନ୍ତୁ । 



  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.