ନୂଆଦିଲ୍ଲୀ ୨୯।୬: କଂଗ୍ରେସ ରବିବାର ଇଣ୍ଡୋନେସିୟାରେ ଭାରତର ଡିଫେନ୍ସ ଆଟାଚୀଙ୍କ ବୟାନକୁ ନେଇ ଅପରେସନ ସିନ୍ଦୂରରେ ଭାରତ ଯୁଦ୍ଧ ବିମାନ ହରାଇଥିବାର ଦାବି କରିଛି। ଏଣୁ ଦେଶକୁ ମୋଦି ସରକାର ଭ୍ରମିତ କରୁଥିବାର କଂଗ୍ରେସ ଅଭିଯୋଗ ଆଣିଛି। କଂଗ୍ରେସ ପ୍ରଶ୍ନ କରିଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିରୋଧୀଙ୍କୁ ବିଶ୍ୱାସକୁ ନେବା ପାଇଁ ସର୍ବଦଳୀୟ ବୈଠକରେ କାହିଁକି ଅଧ୍ୟକ୍ଷତା କରୁ ନାହାନ୍ତି, ସେହିପରି ସଂସଦର ସ୍ୱତନ୍ତ୍ର ଅଧିବେଶନ ଦାବିକୁ କାହିଁକି ଖାରଜ କରାଯାଉଛି?
First the Chief of Defence Staff makes important revelations in Singapore. Then a senior defence official follows up from Indonesia.
— Jairam Ramesh (@Jairam_Ramesh) June 29, 2025
But why is the PM refusing to preside over an all-party meeting and take the Opposition into confidence? Why has the demand for a special session…
କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ ଏ ନେଇ ଏକ୍ସ ରେ ଏକ ପୋଷ୍ଟ ମଧ୍ୟ କରିଛନ୍ତି। ଏଥିରେ ସେ ନୌସେନା କ୍ୟାପ୍ଟେନ ଶିବ କୁମାରଙ୍କ ସ୍ରୋତରୁ ପାକିସ୍ତାନରେ ଆତଙ୍କବାଦୀଙ୍କ ଆଡ୍ଡାକୁ ଟାର୍ଗେଟ କରାଯିବା ବେଳେ ଭାରତ ଯୁଦ୍ଧ ବିମାନ ହରାଇଥିବା ଅଭିଯୋଗ କରିଛନ୍ତି। ଶିବକୁମାର ଇଣ୍ଡୋନେସିୟାରେ ଏକ ସେମିନାରକୁ ସମ୍ବୋଧିତ କରି କହିଛନ୍ତି ଯେ ଭାରତୀୟ ବାୟୁସେନା ୭ ମେ ୨୦୨୫ ଅପରେସନ ସିନ୍ଦୂର କାଳରେ ନିଜର ଯୁଦ୍ଧବିମାନ ହରାଇଛି।
ତେବେ ମିଡିଆ ରିପୋର୍ଟରେ କ୍ୟାପ୍ଟେନ ଶିବକୁମାରଙ୍କ ଟିପ୍ପଣୀକୁ ସ୍ୱତନ୍ତ୍ର ରୂପେ ପୁଷ୍ଟି କରାଯାଇ ନାହିଁ। ସେହପରି ସରକାର ଅଥବା ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଏ ନେଇ ଏ ପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଆସି ନାହିଁ। କଂଗ୍ରେସ ସାଧାରଣ ସମ୍ପାଦକ ତାଙ୍କ ପୋଷ୍ଟରେ କହିଛନ୍ତି ଯେ ପ୍ରଥମେ ଚିଫ ଅଫ ଡିଫେନ୍ସ ଷ୍ଟାଫ (ସିଡିଏସ୍) ସିଙ୍ଗାପୁରରେ ଅପରେସନ ସିନ୍ଦୂର ନେଇ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଇଥିଲେ। ଏଥିରେ ଏବେ ପୁଣି ଜଣେ ବରିଷ୍ଠ ପ୍ରତିରକ୍ଷା ଅଧିକାରୀ ଇଣ୍ଡୋନେସିୟାରେ ଏ ନେଇ ପ୍ରତିକ୍ରିୟା ଦେଇଛନ୍ତି।
ଏ ସବୁ ସତ୍ତ୍ୱେ ପ୍ରଧାନମନ୍ତ୍ରୀ ସର୍ବଦଳୀୟ ବୈଠକରେ ଅଧ୍ୟକ୍ଷତା କରିବା ଓ ବିରୋଧୀଙ୍କୁ ବିଶ୍ୱାସକୁ ନେବାକୁ କାହିଁକି ଅସ୍ୱୀକାର କରୁଛନ୍ତି? ସଂସଦର ସ୍ୱତନ୍ତ୍ର ଅଧିବେସନ ଦାବିକୁ ମଧ୍ୟ ଅଗ୍ରାହ୍ୟ କରିଦିଆଯାଉଛି। ଏହି ଗଣମାଧ୍ୟମ ରିପୋର୍ଟର ଉଦାହରଣ ଦେଇ କଂଗ୍ରେସ ଆଇଟି ସେଲ ମୁଖ୍ୟ ପବନ ଖେଡା କହିଛନ୍ତି ଯେ ମୋଦି ସରକାର ଆରମ୍ଭରୁ ଦେଶକୁ ଭ୍ରମିତ କରିଆସୁଛନ୍ତି। ଅପରେସନ ସିନ୍ଦୂର କାଳରେ ଯୁଦ୍ଧବିମାନ ହରାଇବା ସମ୍ପର୍କରେ ଦେଶକୁ ଜଣାଇବାରେ ବିଫଳ ହୋଇଛନ୍ତି।
Indian Embassy in Indonesia, tweets "We have seen media reports regarding a presentation made by India's defence attache to Indonesia at a Seminar. His remarks have been quoted out of context, and the media reports are a misrepresentation of the intention and thrust of the… pic.twitter.com/FRdKq80Flc
— ANI (@ANI) June 29, 2025
ସେ କହିଛନ୍ତି ଯେ ଏୟାରମାର୍ସଲ ଅବଧେଶ କୁମାର ଭାରତୀ ବ୍ରିଫିଙ୍ଗ କାଳରେ କ୍ଷତିନେଇ ପରୋକ୍ଷରେ ଉଦାହରଣ ଦେଇଥିଲେ। ସେ କହିଥିଲେ ଆମେ ଯୁଦ୍ଧ ପରିସ୍ଥିତିରେ ଅଛେ ଓ କ୍ଷତି ଯୁଦ୍ଧର ଏକ ଅଂଶବିଶେଷ। ତେବେ ଏହି ପ୍ରସଙ୍ଗ ନେଇ ଇଣ୍ଡୋନେସିୟାରେ ଭାରତୀୟ ଦୂତାବାସ ଏକ୍ସ ରେ ଏକ ପୋଷ୍ଟ କରିଛନ୍ତି। କହିଛନ୍ତି ଯେ ଇଣ୍ଡୋନେସିୟାରେ ଭାରତର ରକ୍ଷା ଆଟାଚୀ ଏକ ସେମିନାରରେ ଦେଇଥିବା ପ୍ରେଜେଣ୍ଟେସନ ସମ୍ପର୍କରେ ମିଡିଆ ରିପୋର୍ଟକୁ ଆମେ ଦେଖିଛୁ। ତେବେ ତାଙ୍କ ବୟାନକୁ ପ୍ରସଙ୍ଗରୁ ପୃଥକ କରି ଉପସ୍ଥାପନ କରାଯାଇଛି। ମିଡିଆ ରିପୋର୍ଟ ତାଙ୍କ ପ୍ରେଜେଣ୍ଟେସନର ଉଦ୍ଦେଶ୍ୟ ଓ ଗୁରୁତ୍ୱକୁ ଭୁଲ ଭାବେ ଚିତ୍ରିତ କରିଛି।