ଭୁବନେଶ୍ବର ୩।୯: ବିଧାନସଭା ଶୂନ୍ୟକାଳରେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ କୋଟିଆକୁ ନେଇ ଉଦବେଗ ପ୍ରକାଶ କରିବା ସହ ବାଚସ୍ପତି ସରକାରଙ୍କୁ ତାର ସୁରକ୍ଷା ପାଇଁ ନିର୍ଦ୍ଦେଶ ଦେବାକୁ ଦାବି କଲେ ।
ସପୋର୍ଟ ଇଞ୍ଜିନ ଡବଲ ଇଞ୍ଜିନ ଉପରେ ଭାରି ପଡ଼ୁଛି । ଆନ୍ଧ୍ର ସରକାର ଆଦାନୀ ସହ ଏମ୍ଓୟୁ କରି ୧୨୦୦ମେଗାୱାଟର ଜଳ ବିଦ୍ୟୁତ ପ୍ରକଳ୍ପ ଓ ଦୁଇଟି ଡ୍ୟାମ୍ ନିର୍ମାଣ କରିବାକୁ ଯାଉଛି । ଓଡ଼ିଶାର ପାଣି ଜମି ଓ ଜଙ୍ଗଲକୁ ନେଇ ଆନ୍ଦ୍ର ଉପକୃତ ହେବ ହେଲେ କ୍ଷତି ସହିବ ଓଡ଼ିଶା । ୩୦ଗାଁ ହେବ ପ୍ରଭାବିତ । ମୁଖ୍ୟମନ୍ତ୍ରୀ ଓ ରାଜସ୍ବ ମନ୍ତ୍ରୀ ଠୋସ୍ ପଦକ୍ଷେପ ନିଅନ୍ତୁ । ଆଦିବାସୀ ମୁଖ୍ୟମନ୍ତ୍ରୀ ଆମ ରାଜ୍ୟର ଆଦିବାସୀଙ୍କୁ ସୁରକ୍ଷା ସହ ସୀମା ସୁରକ୍ଷା ଦିଅନ୍ତୁ ଏବଂ ବାଚସ୍ପତି ସରକାରଙ୍କୁ ଏ ଦିଗରେ ନିର୍ଦ୍ଦେଶ ଦେବାକୁ ଦାବି କଲେ ।
You Can Read:
ଆମ ଓଡିଶା ନବୀନ ଓଡିଶାର ବାକି କାମ ପୁଣି ଆରମ୍ଭ ହେବ : ପଞ୍ଚାୟତିରାଜ ମନ୍ତ୍ରୀ