ଭୁବନେଶ୍ବର ୨୬।୬: ଗଞ୍ଜାମ ଜିଲ୍ଲା ଧରାକୋଟରେ ଦଳିତଙ୍କ ଉପରେ ଅତ୍ୟାଚାର ନେଇ ବର୍ଷିଲେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ । ଡବଲ ଇଞ୍ଜିନ ସରକାରରେ ଦଳିତ ମାନେ ଅଧିକ ଅବହେଳିତ ହୋଇଛନ୍ତି । ୨୨ ତାରିଖ ଘଟଣା ଦଳିତମାନଙ୍କୁ ମାନସିକ ଆଘାତ ଦେଇଛି । ଏତେ ବଡ ଘଟଣା ଘଟିଛି ଦଳିତ ମାନଙ୍କ ଉପରେ, ଭାରତ ବର୍ଷରେ ଓଡ଼ିଶା ଲଜ୍ଜିତ ହୋଇଛି l ହେଲେ ସରକାରଙ୍କର କୌଣସି ମନ୍ତ୍ରୀ କି ବିଧାୟକ ଏଯାଏ ଘଟଣାସ୍ଥଳକୁ ଯାଇନାହାନ୍ତି । ଲୋକସଭାର ବିରୋଧୀ ଦଳ ନେତା ଏ ଘଟଣାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି । ଦୋଷୀ ଏବେ ବି ବାହାରେ ବୁଲୁଛି । ସରକାର ତୁରନ୍ତ ଦୋଷୀଙ୍କୁ ଗିରଫ କରନ୍ତୁ l ଅତ୍ୟାଚାରର ଶିକାର ହୋଇଥିବା ଦଳିତ ପରିବାରକୁ ୧୦ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଦିଆଯାଉ ।
ସେପଟେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କଡ଼ାମ ଅଧ୍ୟକ୍ଷତାରେ କଂଗ୍ରେସର ଏକ ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଧରାକୋଟ ଯାଇ ପୀଡିତାଙ୍କ ପରିବାରକୁ ଭେଟିବା ଘଟଣାର ତଦନ୍ତ କରିଛନ୍ତି ।
You Can Read:
ଭିଜିଲାନ୍ସ ଜାଲରେ କୁଜଙ୍ଗ ବିଇଓ କାର୍ଯ୍ୟାଳୟ କିରାଣୀ, ଲାଞ୍ଚ ନେବା ବେଳେ ଧରାପଡିଲେ