କର୍ଣ୍ଣାଟକ ହାଇକୋର୍ଟରୁ ରାହୁଲ ଗାନ୍ଧିଙ୍କୁ ଆଶ୍ୱସ୍ତି, ବିଜେପି ନେତାଙ୍କ ମାନହାନୀ ଆବେଦନ କୋର୍ଟରେ ଖାରଜ

NEWS7
congress-leader-p-chidambaram-reaction-on-budget

ବେଙ୍ଗାଲୁରୁ ୧୭।୨: ରାହୁଲ ଗାନ୍ଧିଙ୍କ ବିରୋଧରେ ଦାୟର ଅପରାଧିକ ମାନହାନୀ ଆବେଦନ ମଙ୍ଗଳବାର କର୍ଣ୍ଣାଟକ ହାଇକୋର୍ଟ ଖାରଜ କରିଦେଇଛନ୍ତି। ଏହି ପିଟିସନ ବିଜେପି ପକ୍ଷରୁ ରୁଜୁ ହୋଇଥିଲା। ଏଥିରେ କଂଗ୍ରେସ ଦ୍ୱାରା ବିଧାନସଭା ନିର୍ବାଚନ କାଳରେ ପ୍ରକାଶିତ ‘ଭ୍ରଷ୍ଟାଚାର ରେଟ କାର୍ଡ’ ବିଜ୍ଞାପନ ମାଧ୍ୟମରେ ବିଜେପି ବିରୋଧରେ ଅପପ୍ରଚାର କରାଯାଇଥିଲା ବୋଲି ଅଭିଯୋଗ ହୋଇଥିଲା।

ତେବେ ଜଷ୍ଟିସ୍ ସୁନିଲ ଦତ୍ତଙ୍କ ଅଧ୍ୟକ୍ଷତାରେ ଗଠିତ ପୀଠ କହିଛନ୍ତି ଯେ ଏହି ପିଟିସନ ଉପରେ ପରବର୍ତ୍ତି ଶୁଣାଣି କଲେ ଏହା ଆଇନ ପ୍ରକ୍ରିୟାର ଦୂରୁପଯୋଗ ହେବ। ଏଣୁ କୋର୍ଟ ରାହୁଲ ଗାନ୍ଧିଙ୍କ ସମ୍ପର୍କିତ ଅପରାଧିକ କାର୍ଯ୍ୟାନୁଷ୍ଠାନକୁ ଖାରଜ କରି ଦେଇଛନ୍ତି। ଏହି ମାନହାନୀ ମୋକଦ୍ଦମା ବିଜେପି ନେତା କେଶବ ପ୍ରସାଦଙ୍କ ଅଭିଯୋଗ ଆଧାରରେ ରୁଜୁ ହୋଇଥିଲା। ଏଥିରେ ଭାରତୀୟ ଜାତୀୟ କଂଗ୍ରେସ ନେତା ରାହୁଲ ଗାନ୍ଧି, ମୁଖ୍ୟମନ୍ତ୍ରୀ ସିଦ୍ଦାରମୈୟା ଓ ଉପମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାରଙ୍କ ଉପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇଙ୍କ ନେତୃତ୍ୱାଧୀନ ବିଜେପି ସରକାର ବିରୋଧରେ ମିଥ୍ୟାବିଜ୍ଞାପନ ପ୍ରକାଶିତ କରିଥିବାର ଅଭିଯୋଗ କରାଯାଇଥିଲା।

ଅଭିଯୋଗରେ କୁହାଯାଇଥିଲା ଯେ ୫ ମେ ୨୦୨୩ରେ ରାଜ୍ୟର ପ୍ରମୁଖ ସମ୍ବାଦପତ୍ରରେ ଛପାଯାଇଥିବା ପୁରା ପୃଷ୍ଠା ବିଜ୍ଞାପନରେ ବିଜେପି ଉପରେ ‘୪୦% କମିସନ’ ନେବା ଭଳି ନିରାଧାର ଅଭିଯୋଗ କରାଯାଇଥିଲା। ଏହାକୁ ଇଣ୍ଟନେଟ୍ ମିଡିଆ ମଞ୍ଚ ଏକ୍ସ ରେ ମଧ୍ୟ ସେୟାର କରାଯାଇଥିଲା। ତେବେ ରାହୁଲ ଗାନ୍ଧିଙ୍କ ପକ୍ଷରୁ ତାଙ୍କ ବିରୋଧରେ ଏ ବାବଦେ କୌଣସି ପ୍ରଥମ ଦୃଷ୍ଟ୍ୟା ସାକ୍ଷ ଉପଲବ୍ଧ ନଥିବା ତଥା ଅଭିଯୋଗକାରୀ ଏହା ମଧ୍ୟ ପୁଷ୍ଟି କରିପାରିନାହାନ୍ତି ଯେ ଏହି ବିଜ୍ଞାପନ ମୋ ନିର୍ଦ୍ଦେଶରେ ଜାରି ହୋଇଥିଲା। ମୁଁ ଏହାକୁ ସୋସିଆଲ ମିଡିଆରେ ମଧ୍ୟ ସ୍ୱୟଂ ଜାରି କରିନଥିଲି ବୋଲି ତର୍କ ଦେଇଥିଲେ।

ଏହା ବି ପଢନ୍ତୁ:-