ଆମ ସାଂସଦ ବୁଲୁଛନ୍ତି ଆଉ ଆତଙ୍କବାଦୀ ବି, ଜାଣନ୍ତୁ କ’ଣ କହିଲେ ଜୟ ରାମ ରମେଶ?

Published By : Prameya-News7 Bureau | May 29, 2025 IST

ନୂଆଦିଲ୍ଲୀ ୨୯।୫: ସର୍ବଦଳୀୟ ପ୍ରତିନିଧିମଣ୍ଡଳ ଆତଙ୍କବାଦ ପ୍ରସଙ୍ଗରେ ବୁଲି ବୁଲି  ସାରା ବିଶ୍ୱରେ ପାକିସ୍ତାନର ଗୁମର ଖୋଲୁଛନ୍ତି। ଏଥି ମଧ୍ୟରେ କଂଗ୍ରେସ ନେତା ଜୟରାମ ରମେଶ ଏକ ବଡ଼ ଟିପ୍ପଣୀ କରିଛନ୍ତି। ସେ କହିଛନ୍ତି ପହଲଗାମରେ ଆକ୍ରମଣରେ ସାମିଲ ୪ ଆତଙ୍କବାଦୀ ଏବେବି ଖୋଲା ବୁଲୁଛନ୍ତି, ଆମ ସାଂସଦ ବି ବିଦେଶ ବୁଲୁଛନ୍ତି। ସରକାରଙ୍କ ଟାର୍ଗେଟ ଆତଙ୍କବାଦୀ ହେବା ଦରକାର, ସେମାନଙ୍କୁ ଗିରଫ କରାଯିବା ଆବଶ୍ୟକ। ଆମେ ସରକାରଙ୍କୁ ଏହି ପ୍ରଶ୍ନ କରୁଛୁ, ହେଲେ ସେମାନେ କଂଗ୍ରେସ ପାର୍ଟି ଉପରେ ଆକ୍ରମଣ ଚଳାଇଛନ୍ତି, କଂଗ୍ରେସ ପାର୍ଟି ଉପରକୁ କ୍ଷେପଣାସ୍ତ୍ର ମାଡ଼ କରୁଛନ୍ତି।  

ସେପଟେ ଜୟରାମ ରମେଶଙ୍କ ବୟାନକୁ ନେଇ ବିଜେପି ପାଲଟା ଆକ୍ରମଣ କରିଛି। ବିଜେପି ମୁଖପାତ୍ର ଶାହଜାଦ ପୁନାୱାଲା କହିଛନ୍ତି ଯେ ଏହା ଅତ୍ୟନ୍ତ ଲଜ୍ଜାଜନକ, ନିନ୍ଦନୀୟ ଓ ଭିତ୍ତିହୀନ ବୟାନବାଜୀ। ସଂସଦ ବିଶେଷାଧିକାର କମିଟି ଏହାକୁ ସଂଜ୍ଞାନକୁ ନେଇ ତୁରନ୍ତ ଏହା ଉପରେ କାର୍ଯ୍ୟାନୁଷ୍ଠାନ କରିବା ଦରକାର। ଆମ ସାଂସଦମାନେ ପାକିସ୍ତାନର ଗୁମର ଖୋଲିବା ପାଇଁ ଦେଶରୁ ଦେଶକୁ ଘୁରି ବୁଲୁଛନ୍ତି ଏପଟେ ଜୟରାମ ରମେଶ ସେମାନଙ୍କୁ ଆତଙ୍କବାଦୀଙ୍କ ସହ ତୁଳନା କରୁଛନ୍ତି। ଏହା ସେହି ଲୋକଙ୍କ ପାର୍ଟି ଯିଏ ସେନା ମୁଖ୍ୟଙ୍କୁ  ‘ଗୁଣ୍ଡା’ ବୋଲି କହିଥିଲେ। 

ପୁନାୱାଲା କହିଛନ୍ତି ଏମାନେ ସେହି ଲୋକ ଯେଉଁମାନେ ବାଲାକୋଟ ସର୍ଜିକାଲ ଷ୍ଟ୍ରାଇକ୍ ର ପ୍ରମାଣ ମାଗିଥିଲେ। ଏମାନେ ବାରମ୍ବାର ସେନାର ଅପମାନ କରୁଛନ୍ତି। ସୈନ୍ୟ କାର୍ଯ୍ୟାନୁଷ୍ଠାନ ଉପରେ ପ୍ରଶ୍ନ ଉଠାଇବା ପରେ ଏବେ କୂଟନୈତିକ ଅଭିଯାନ ଉପରେ ପ୍ରଶ୍ନ ଉଠାଉଛନ୍ତି। ପ୍ରଥମେ ସେମାନେ ନିଜ ସାଂସଦ ଶଶି ଥରୁରଙ୍କୁ ଘେରିଥିଲେ, ଏବେ ନିଜ ସହଯୋଗୀ ସାଂସଦଙ୍କ ବିରୋଧରେ ଟିପ୍ପଣୀ କରିବା ବାସ୍ତବିକ ନିନ୍ଦନୀୟ। ପାକିସ୍ତାନ ନିଜକୁ କ୍ଲିନଚିଟ୍ ଦେବା ପାଇଁ ଏହି ବୟାନର ଉପଯୋଗ କରୁଛି। ଜୟରାମ ରମେଶ ପାକିସ୍ତାନର ଡିଜି-ଆଇଏସପିଆରର ଭାଷା କହୁଛନ୍ତି ବୋଲି ପୁନାୱାଲା ଅଭିଯୋଗ କରିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.