ଭୁବନେଶ୍ୱର: ଅଜୟ କୁମାର ଲଲ୍ଲୁ ହେଲେ ଓଡ଼ିଶା କଂଗ୍ରେସ ପ୍ରଭାରୀ। ଏନେଇ ଏଆଇସିସି ପକ୍ଷରୁ ପ୍ରେସ୍ ରିଲିଜ୍ ଜାରି ହୋଇଛି। ଅଜୟ ଲଲ୍ଲୁ ଉତ୍ତରପ୍ରଦେଶର କଂଗ୍ରେସ ବିଧାୟକ ଓ ୟୁପିର ପିସିସି ସଭାପତି ଥିଲେ। ସେହିପରି ସପ୍ତଗିରି ଉଲ୍ଲାକାଙ୍କୁ ୪ ରାଜ୍ୟର ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଛି। ମଣିପୁର, ତ୍ରିପୁରା, ସିକ୍କିମ ଓ ନାଗାଲାଣ୍ଡର ପ୍ରଭାରୀ ଦାୟିତ୍ୱ ସମ୍ଭାଳିବେ।
ସେହିପରି ଦୀର୍ଘ ଦିନ ଯାଏ ମୁରବୀ ଶୂନ୍ୟ ଥିବା ଓଡ଼ିଶା ପ୍ରଦେଶ କଂଗ୍ରେସକୁ ମିଳିଛି ଏହାର ନୂଆ ମୁଖିଆ । ପୂର୍ବତନ ସାଂସଦ ତଥା ବରିଷ୍ଠ କଂଗ୍ରେସ ନେତା ଭକ୍ତ ଚରଣ ଦାସଙ୍କୁ ପିସିସି ସଭାପତି ନିଯୁକ୍ତ କରାଯାଇଛି । ଏଆଇସିସି ପକ୍ଷରୁ ମଙ୍ଗଳବାର ଏହି ଘୋଷଣା କରାଯାଇଥିଲା। କଂଗ୍ରେସର ଏକ୍ସ ଆକାଉଣ୍ଟରେ ଏନେଇ ପୋଷ୍ଟ କରାଯାଇଛି । ଏଥିରେ ଲେଖାଯାଇଛି, 'କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଭାବେ ଭକ୍ତ ଚରଣ ଦାସଙ୍କୁ ନିଯୁକ୍ତି ଦେଇଛନ୍ତି ।