ଇସ୍ରାଏଲ-ଇରାନ ଯୁଦ୍ଧ: UNରେ ଆମେରିକାର ବୟାନକୁ ନେଇ ଚାଞ୍ଚଲ୍ୟ, କୂଟନୀତିଜ୍ଞଙ୍କ ଭାଷଣ ଭିଡିଓ ଭାଇରାଲ

Published By : Prameya-News7 Bureau | June 21, 2025 IST

ନୂଆଦିଲ୍ଲୀ ୨୧।୬: ଇସ୍ରାଏଲ ଓ ଇରାନ ମଧ୍ୟରେ ଯୁଦ୍ଧ ଶନିବାର ନବମ ଦିନରେ ପହଞ୍ଚିଛି। ଦୁଇ ଦେଶ ପରସ୍ପର ଉପରେ ପ୍ରହାର ଜାରି ରଖିଛନ୍ତି। ଏଥି ମଧ୍ୟରେ ଜନୈକା ବରିଷ୍ଠ ଆମେରିକୀୟ କୂଟନୀତିଜ୍ଞ ଶୁକ୍ରବାର ଜାତି ସଂଘ ସୁରକ୍ଷା ପରିଷଦ (ୟୁଏନଏସସି) ରେ ଏପରି କିଛି ବୟାନ ଦେଇଛନ୍ତି ଯାହା ସାରା ବିଶ୍ୱରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ତାଙ୍କ ଭାଷଣର ଭିଡିଓ କ୍ଲିପ୍ ଏବେ ସୋସିଆଲ ମିଡିଆରେ ଅପଲୋଡ ହୋଇଥିବା ବେଳେ ତାହା ଭାଇରାଲ ହୋଇଯାଇଛି। 

ଆମେରିକୀୟ କୂଟନୀତିଜ୍ଞ ଏହି ଯୁଦ୍ଧ ପାଇଁ ଇସ୍ରାଏଲକୁ ଦୋଷୀ କରିଛନ୍ତି। ତେବେ ଭାଷଣରେ ସେ ସଙ୍ଗେ ସଙ୍ଗେ ନିଜ ତ୍ରୁଟି ସୁଧାରିବାକୁ ଚେଷ୍ଟା କରିଥିଲେ ହେଁ ଏଥି ପ୍ରତି କେହି ଗୁରୁତ୍ୱ ଦେଇ ନାହାନ୍ତି। ଉଲ୍ଲେଖଯୋଗ୍ୟ ଯେ ଜାତି ସଂଘରେ ଆମେରିକାର ଅନ୍ତରୀଣ ପ୍ରଭାରୀ ଡୋରୋଥୀ ଶିୟା ଇରାନର କାର୍ଯ୍ୟାନୁଷ୍ଠାନକୁ ନିନ୍ଦା କରି ନିଜ ଭାଷରେ ଏପରି ଏକ ତ୍ରୁଟି କରିଦେଇଛନ୍ତି ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। 


ସମ୍ବୋଧନ କାଳରେ ଡୋରଥୀ ଶିୟା ପ୍ରଥମେ କହିଥିଲେ ଯେ ଇସ୍ରାଏଲ ହିଁ ପୁରା କ୍ଷେତ୍ରରେ ଅରାଜକତା, ଆତଙ୍କ ଓ ଯନ୍ତ୍ରଣା ବ୍ୟାପ୍ତ କରିଛି। ତେବେ ସେ ତୁରନ୍ତ ତାଙ୍କ ତ୍ରୁଟି ସୁଧାରିବାକୁ ଚେଷ୍ଟା କରିଥିଲେ ଓ କହିଥିଲେ ଇରାନ ସରକାର ପୁରା କ୍ଷେତ୍ରରେ ଅରାଜକତା, ଆତଙ୍କ ଓ ଯନ୍ତ୍ରଣା ବ୍ୟାପ୍ତ କରୁଛନ୍ତି । ତେବେ ତାଙ୍କ ଭାଷଣ କ୍ୟାମେରାରେ ରେକର୍ଡ ହୋଇଯାଇଥିଲା। ଏବେ ଏହି କ୍ଲିପ୍ ସୋସିଆଲ ମିଡିଆରେ ତୀବ୍ର ଭାଇରାଲ ହେବାରେ ଲାଗିଛି। ଏଥିରୁ ଲୋକେ ଏବେ ଭାବୁଛନ୍ତି ଏହା କଣ ବାସ୍ତବରେ ସେ ଭୁଲ କହିଛନ୍ତି ନା କୂଟନୈତିକ ଅସମଞ୍ଜସତାର ଏକ କ୍ଷଣ ଥିଲା?


ଉଲ୍ଲେଖଯୋଗ୍ୟ ଯେ ଆମେରିକା ଅନ୍ତରୀଣ ପ୍ରଭାରୀ ଡୋରଥୀ ଶିୟା ଇସ୍ରାଏଲର ଏହି ଆକ୍ରମଣରେ ଆମେରିକା ସାମିଲ ନାହିଁ ବୋଲି କହିବାକୁ ଚେଷ୍ଟା କରିଛନ୍ତି। ତେବେ ଏଥିରେ କୌଣସି ସନ୍ଦେହ ନାହିଁ ଯେ ଯୁଦ୍ଧ ଇସ୍ରାଏଲ ସହ ଆମେରିକା କିନ୍ତୁ ଛିଡା ହୋଇଛି ଓ ଇରାନର ନ୍ୟୁକ୍ଲିୟର ମହତ୍ୱକାଙକ୍ଷା ବିରୋଧରେ ଇସ୍ରାଏଲର କାର୍ଯ୍ୟକୁ ସମର୍ଥନ କରୁଛି। ଉଲ୍ଲେଖଯୋଗ୍ୟ ଯେ ଆମେରିକାର ଜାତିସଂଘ ଅନ୍ତରୀଣ ପ୍ରଭାବରୀ ଡୋରୋଥୀଙ୍କ ବୟାନ ଏପରି ଏକ ସମୟରେ ଆସିଛି ଯେତେବେଳେ ଇରାନ ଓ ଇସ୍ରାଏଲ ମଧ୍ୟରେ ଘମାଘୋଟ ଲଢେଇ ଚାଲିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.