ମହିଳାଙ୍କ ନିମନ୍ତେ ସବୁଠୁ ଭଲ ସହର ହେଲା ବେଙ୍ଗାଲୁରୁ, Avatar ରିପୋର୍ଟରେ ମିଳିଲା ୧ ନମ୍ବର ସ୍ଥାନ

NEWS7
communal-violence-in-nepal-50-injured-curfew-imposed

ବେଙ୍ଗାଲୁରୁ ୮।୧: ମହିଳାଙ୍କ ସୁରକ୍ଷା ଓ କ୍ୟାରିୟରରେ ସୁବର୍ଣ୍ଣ ଅବସର ପାଇବା ମାମଲାରେ ବେଙ୍ଗାଲୁରୁକୁ ମହିଳାଙ୍କ ନିମନ୍ତେ ଭାରତର ସର୍ବ ଶ୍ରେଷ୍ଠ ସହର ବଛା ଯାଇଛି। ଏହି ଅଧ୍ୟୟନ ୱାର୍କ ପ୍ଲେସ୍ ଇନକ୍ଲୁଜନ ଫାର୍ମ ‘ଅଭତାର’ ଗ୍ରୁପର ସଦ୍ୟ ପ୍ରକାଶିତ ରିପୋର୍ଟରେ ଜାରି କରାଯାଇଛି। ‘ଟପ ସିଟିଜ ଫର ୱମେନ ଇଣ୍ଡିଆ’(ଟିସିଡବ୍ଲୁଆଇ)ର ଚତୁର୍ଥ ସଂସ୍କରଣରେ ଦେଶର ୧୨୫ ସହରଙ୍କୁ ସାମିଲ କରାଯାଇଥିଲା। ଏହି ଅଧ୍ୟୟନରେ ମହିଳାଙ୍କ ସୁରକ୍ଷା, କ୍ୟାରିୟର ଗ୍ରୋଥ, ଶିକ୍ଷା, ସ୍ୱାସ୍ଥ୍ୟ ଓ ସାମାଜିକ-ସାଂସ୍କୃତିକ ପରିବେଶ ସମ୍ପର୍କିତ ପ୍ରଶ୍ନ କରାଯାଇଥିଲା। ଏହି ମାନକ ଆଧାରରେ ସହରମାନଙ୍କର ରାକିଙ୍ଗ କରାଯାଇଛି।

ଏହି ରିପୋର୍ଟକୁ ଏକ ଲଙ୍ଗିଟ୍ୟୁଡିନଲ ଇନକ୍ଲୁଜନ ଇଣ୍ଡେକ୍ସ ରୂପେ ପ୍ରସ୍ତୁତ କରାଯାଇଛି। ଏଥିରେ କେଉଁ ସହର ମହିଳାଙ୍କ ପାଇଁ କେତେ ସୁରକ୍ଷିତ ଓ ଅବସରରେ ଭରା ତାର ଆକଳନ କରାଯାଇଛି। ଏହି ଇଣ୍ଡେକ୍ସ ମାଧ୍ୟମରେ ମହିଳାଙ୍କ ଭାଗିଦାରୀ, ସୁରକ୍ଷା ଓ ପ୍ରଫେସନାଲ ଗ୍ରୋଥରେ ସମୟ ସହିତ ହେଉଥିବା ସୁଧାରକୁ ମପା ଯାଏ। ଯେଉଁଥିରେ ବେଙ୍ଗାଲୁରୁ ଲଗାତାର ସଫଳ ହୋଇଛି। ଏବେକା ଟପ ସିଟିଜ୍ ଫର ୱମେନ ଇନ୍ ଇଣ୍ଡିଆ (ଟିସିଡବ୍ଲୁଆଇ) ରିପୋର୍ଟ ଅନୁସାରେ ବେଙ୍ଗାଲୁରୁ ୫୩.୨୯ ସିଟି ଇନକ୍ଲୁଜନ ସ୍କୋର (ସିଆଇଏସ୍) ସହିତ ପ୍ରଥମ ସ୍ଥାନ ହାସଲ କରିଛି।

ଏଠାରେ ମହିଳାଙ୍କ ନିମନ୍ତେ ସୁରକ୍ଷିତ ପରିବେଶ ସହିତ ବଢିଆ କ୍ୟାରିୟର ଓ ସମାବେଶୀ କାର୍ଯ୍ୟସ୍ଥଳ ଉପଲବ୍ଧ ରହିଛି। ଏହି ସହର ସୂଚୀର ପ୍ରଥମ ସ୍ଥାନରେ ବେଙ୍ଗାଲୁରୁ ଥିବା ବେଳେ ଦ୍ୱିତୀୟ ସ୍ଥାନରେ ଚେନ୍ନାଇ, ତୃତୀୟ ସ୍ଥାନରେ ପୁଣେ, ଚତୁର୍ଥ ସ୍ଥାନରେ ହାଇଦ୍ରାବାଦ ଓ ତା ପଛକୁ ପଞ୍ଚମ ସ୍ଥାନରେ ମୁମ୍ବାଇ ରହିଛି। ଏହି ରାଙ୍କିଙ୍ଗ ମହିଳାଙ୍କ ଅନୁକୂଳ ସହର ପରିବେଶ ପ୍ରସ୍ତୁତ କରିବାରେ ଦକ୍ଷିଣ ଓ ପଶ୍ଚିମ ଭାରତର ମଜଭୁତ ସ୍ଥିତିକୁ ସାବ୍ୟସ୍ତ କରୁଛି।

ସୋସିଆଲ ଇନକ୍ଲୁଜନ ସ୍କୋରରେ ସୁରକ୍ଷା, ସ୍ୱାସ୍ଥ୍ୟ, ଶିକ୍ଷା, ଯାତାୟାତ ଓ ରହିବା ଯୋଗ୍ୟ ପରିସ୍ଥିତି ଭଳି ଦିଗଗୁଡିକର ଆକଳନ କରାଯାଏ। ସେହିପରି ଇଣ୍ଡଷ୍ଟ୍ରିଆଲ ଇନକ୍ଲୁଜନ ସ୍କୋର (ଆଇଆଇଏସ)ରେ ମହିଳାଙ୍କ ଲାଗି ସରକାରୀ, ଘରୋଇ ନିଯୁକ୍ତି, ସ୍କିଲିଂ, କାର୍ଯ୍ୟବଳରେ ଭାଗିଦାରୀ ଓ କମ୍ପାନୀଙ୍କ ମାଧ୍ୟମରେ ଦିଆଯାଉଥିବା ସୁବିଧା ଆକଳନ କରାଯାଏ। ଅଧ୍ୟୟନ ଅନୁସାରେ ଯେଉଁ ସହର ସାମାଜିକ ଏବଂ ଔଦ୍ୟୋଗିକ ଉଭୟ ସ୍ତରରେ ଭଲ ପ୍ରଦର୍ଶନ କରୁଛନ୍ତି ତାହା ମହିଳାଙ୍କ କ୍ୟାରିୟରରେ ବିକାଶ ନିମନ୍ତେ ସବୁଠୁ ଅନୁକୂଳ ହୋଇଥାଏ।

ଏଥିରେ ଚେନ୍ନାଇ ସାମାଜିକ ସମାବେଶନରେ ସବୁଠୁ ଶୀର୍ଷରେ ରହିଛି। ଏଥିରେ ବେଙ୍ଗାଲୁରୁ କଥା କୁହାଗଲେ ଏହା ଔଦ୍ୟୋଗିକ ସମାବେଶନରେ ଆଗରେ ରହିଛି। ପୁଣେ ଓ ହାଇଦ୍ରାବାଦ ଉଭୟ ସଂକେତରେ ସନ୍ତୁଳିତ ପ୍ରଦର୍ଶନ କରିଛି। ରିପୋର୍ଟ ଅନୁସାରେ ମହିଳାଙ୍କ ନିମନ୍ତେ ସବୁଠୁ ନମନିୟ ଓ ସଶକ୍ତ ପରିବେଶ ଦେବାରେ ଦେଶରେ ୧୦ଟି ସହର ରହିଛି। ଏଥିରେ ବେଙ୍ଗାଲୁରୁ, ଚେନ୍ନାଇ, ପୁଣେ, ହାଇଦ୍ରାବାଦ, ମୁମ୍ବାଇ, ଗୁରୁଗ୍ରାମ, କୋଲକାତା, ଅହମଦାବାଦ, ତିରୁଅନନ୍ତପୁରମ ଓ କୋୟମ୍ବାଟୁର ଆଦିସହର ସବୁଠୁ ଉତ୍ତମ।