ରାମ ନବମୀ ଏବଂ ଇଦ୍ ପାଇଁ କମିଶନରେଟ୍‌ ପୋଲିସ ପ୍ରସ୍ତୁତ; ଡିସିପି

Published By : Prameya-News7 Bureau | March 21, 2025 IST

ଭୁବନେଶ୍ବର: ଆଗକୁ ଆସୁଛି ଇଦ୍, ରାମ ନବମୀ, ହନୁମାନ ଜୟନ୍ତୀ। ତେଣୁ ଶାନ୍ତି ଶୃଙ୍ଖଳା ସହ ସବୁ ପର୍ବ ପାଳନ ପାଇଁ କମିଶନରେଟ ପୋଲିସର ସ୍ଵତନ୍ତ୍ର ଆକ୍ସନ ପ୍ଲାନ୍ ପ୍ରସ୍ତୁତ। ଦାଗୀ କ୍ରିମିନାଲଙ୍କୁ ତଡ଼ିପାର କରାଯିବ। ଶୁକ୍ରବାର ପୋଲିସ ଡିଜିଙ୍କ ଅଧ୍ୟକ୍ଷତାରେ ଡିସିପି ଅଫିସରେ ଅନୁଷ୍ଠିତ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ଜଗମୋହନ ମୀନା । 

ବୈଠକରେ ଡିସିପି କହିଛନ୍ତି ଯାହା ନାଁରେ ୱାରେଣ୍ଟ ରହିଛି ସେମାନଙ୍କୁ ତନାଘନା ଧରିବାକୁ ଚାଲିବ । ପୁରୁଣା ଦାଗୀଙ୍କୁ ଚିହ୍ନଟ କରାଯାଇଛି। ନାଇଟ ପତ୍ରୋଲିଂ ଜୋରଦାର ଚାଲିଛି। ୮ ଜଣକୁ ଖୋଲାରେ ମଦ୍ୟପାନ ପାଇଁ ଅଟକ ରଖାଯାଇଛି। ବିଗତ କିଛି ଦିନରେ ଭୁବନେଶ୍ୱରର ବିଭିନ୍ନ ଥାନାରେ ହୋଇଥିବା ସୁନା ଚୋରଙ୍କୁ କମିଶନରେଟ ପୋଲିସ୍ ଧରିଥିବା ସୂଚନା ଦେଇଛନ୍ତି ଡିସିପି। 

ସେ ଆହୁରି କହିଛନ୍ତି କିଛି ଜଣ ଗିରଫ ହେବା ସହିତ ଗାଡ଼ି, ମୋବାଇଲ ମଧ୍ୟ ସେମାନଙ୍କ ଠାରୁ ଜବତ କରାଯାଇଛି। ମୈତ୍ରୀ ବିହାର ଥାନାରେ ମୋବାଇଲ ଚୋରି ମାମଲାରେ ତିନି ଗିରଫ ହୋଇଛନ୍ତି। ତମୋଣ୍ଡୋ ଥାନାର ମୋବାଇଲ୍ ଲୁଟ ମାମଲାରେ ଜଣେ ଗିରଫ ହୋଇଛି। ଖଣ୍ଡଗିରି ଅଞ୍ଚଳରୁ ଲୁଟ ୨୭ ଗ୍ରାମ ସୁନା ଜବତ କରିଛି ପୋଲିସ୍। ଭୁବନେଶ୍ୱର ସବୁ ଥାନାକୁ ସ୍କର୍ପିଓ ସହିତ ଆଇଓଙ୍କୁ ବାଇକ ପ୍ରଦାନ କରାଯିବ ବୋଲି କହିଛନ୍ତି ଡିସିପି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.