ନୂଆଦିଲ୍ଲୀ: ବାଂଲାଦେଶ ଓ ସିରିଆ ଭଳି କଲମ୍ବିଆ ଆରମ୍ଭ ହୋଇଯାଇଛି ଗୃହଯୁଦ୍ଧ । ନ୍ୟାସନାଲ ଲିବରେସନ ଆର୍ମି ଏବଂ କଲମ୍ବିଆ ମାର୍କ୍ସସିଷ୍ଟ ରେଭଲ୍ୟୁସନ ଆର୍ମଡ୍ ଫୋର୍ସ ମଧ୍ୟରେ ଶାନ୍ତି ଆଲୋଚନା ବିଫଳ ହେବା ପରେ ଅଶାନ୍ତ ହୋଇପଡ଼ିଛି ଦେଶ । ଉଭୟ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଯୋଗୁ ଶତାଧିକ ଲୋକ ପ୍ରାଣ ହରାଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ଦେଶର ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି । ଏନେଇ କଲମ୍ବିଆର ଜଣେ ଅଧିକାରୀ ସୂଚନା ଦେଇଛନ୍ତି ।
ଦେଶରେ ହିଂସା କାରଣରୁ ୧୧ ହଜାରରୁ ଅଧିକ ସ୍ଥାନନ୍ତରିତ ହୋଇଛନ୍ତି । କଲମ୍ବିଆ କେଟାଟ୍ଟୁମ୍ବି ଅଞ୍ଚଳରେ ହିଂସା ସାଂଘାତିକ୍ ରୂପ ଧାରଣ କରିଛି । ଶାନ୍ତି ଫେରିବା ନେଇ ଆଲୋଚନା ବିଫଳ ହୋଇଛି । ଆଇନ ଶୃଙ୍ଖଳା ପରିସ୍ଥିତି ପାଇଁ ୫ ହଜାର ସୁରକ୍ଷାକର୍ମୀ ନିୟୋଜିତ ହେଇଛନ୍ତି । ସୂଚନା ଅନୁଯାୟୀ, କେଟାଟ୍ଟୁମ୍ବି ଅଞ୍ଚଳରେ ନିଶାଦ୍ରବ୍ୟ ଯେପରି କୋକେନ ଓ ତସ୍କରୀ କାର୍ଯ୍ୟକଳାପ ବୃଦ୍ଧି ପାଇବାରେ ଲାଗିଛି । ଏଠାରେ ଦୁଇ ସଶସ୍ତ୍ର ସଂଗଠନ ନ୍ୟାସନାଲ ଲେବସେସନ ଆର୍ମି ଏବଂ କଲମ୍ବିଆ ମାର୍କର୍ସସିଷ୍ଟ ରିଭଲ୍ୟୁସନାରୀ ସଶସ୍ତ୍ର ଫୋର୍ସ ମଧ୍ୟରେ ହିଂସା ଦେଖିବାକୁ ମିଳିଛି । ହିଂସା କାରଣକୁ ଲୋକ ଘର ଛାଡିବାକୁ ବାଧ୍ୟ ହୋଇଥିଲେ । ପଡୋଶୀ ରାଜ୍ୟରେ ଆଶ୍ରୟ ନେଉଛନ୍ତି ଲୋକେ । କିଛି ଲୋକ କଲମ୍ବିଆ ସୀମା ପାର୍ କରି ବେନେଜୁଏଲା ପହଞ୍ଚିଛନ୍ତି ।
୨୦୧୬ରେ ଏଫଏଆରସି, ଇଏଲଏନ ଏବଂ ଡ୍ରଗ୍ସ ତସ୍କରୀ ମଧ୍ୟରେ ଏକ ବୁଝାମଣା ହୋଇଥିଲା । ହେଲେ ଏହାକୁ ନେଇ କିଛି ବିବାଦ ହେବାରୁ ହିଂସା ଦୁଇ ଗୋଷ୍ଠୀ ମଧ୍ୟରେ ହିଂସା ଉପୁଜିଛି ।