ରାଜ୍ୟରେ ଆସନ୍ତା ୪ରୁ ୫ ଦିନ ରହିବ ଶୀତର ପ୍ରକୋପ, ୩ ଦିନ ଯାଏ ୯ ଜିଲ୍ଲାକୁ କୁହୁଡ଼ି ଆଲର୍ଟ

Published By : Prameya-News7 Bureau | January 18, 2025 IST

ଭୁବନେଶ୍ୱର,୧୮/୦୧: ରାଜ୍ୟରେ ଶୀତ ଜାରି ରହିବ । ଅଧିକ ଶୀତ ଅନୁଭୂତ ନ ହେଲେ ବି ରାତି ତାପମାତ୍ରା ଆଉ ବଢ଼ିବନି । ରାତିବେଳା ବେଶି ଶୀତ ଅନୁଭୂତ ହେବ । ଆସନ୍ତା ୪ରୁ ୫ ଦିନ ଏଭଳି ଶୀତ ରହିବ । ଆସନ୍ତା ତିନି ଦିନ  କୁହୁଡ଼ି ରହିବ । ପାଣିପାଗ ବିଭାଗ ଏଭଳି ପୂର୍ବାନୁମାନ କରିଛି ।

ଜି ଉଦୟଗିରିରେ  ରାତି ତାପମାତ୍ରା ୬ ଡିଗ୍ରୀ ସେଲସିୟସ୍‌ ରେକର୍ଡ ହୋଇଛି । ଫୁଲବାଣୀରେ ୮.୫,  ଦାରିଙ୍ଗବାଡ଼ିରେ ୯, ରାଉରକେଲା ୧୦.୩, କେନ୍ଦୁଝର ୧୦.୪ ଓ ଭୁବନେଶ୍ୱରରେ  ୧୨.୩ ଡିଗ୍ରୀ ରେକର୍ଡ ହୋଇଛି । ଆସନ୍ତା ୩ ଦିନ ଯାଏ ଗଞ୍ଜାମ, ଗଜପତି, ପୁରୀ,  ଜଗତସିଂହପୁର, ଖୋର୍ଦ୍ଧା, କଟକ, ନୟାଗଡ଼, କେନ୍ଦୁଝର ଓ ଝାରସୁଗୁଡ଼ାର  ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ଦୃଶ୍ୟମାନ ହୋଇପାରେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.