ଦୁର୍ଘଟଣା ସ୍ଥଳରୁ ମିଳିଲା ଦ୍ୱିତୀୟ ବ୍ଲାକବକ୍ସ, ଜଣାପଡିବ ପ୍ରକୃତ କାରଣ

Published By : Prameya-News7 Bureau | June 16, 2025 IST

ନୂଆଦିଲ୍ଲୀ ୧୬/୦୬: ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ଘଟଣାସ୍ଥଳରୁ ମିଳିଲା ଦ୍ବିତୀୟ ବ୍ଲାକବକ୍ସ । ବ୍ଲାକ ବକ୍ସ ଉଦ୍ଧାର କରିଛନ୍ତି ତଦନ୍ତକାରୀ ଟିମ୍ । କକପିଟ୍ ଭଏସ ରେକଡର ବ୍ଲାକ ବକ୍ସ ମିଳିଥିବା ନେଇ ପିଟିଆଇ ପକ୍ଷରୁ ସୂଚନା ଦିଆଯାଇଛି । ଏହାଦ୍ୱାରା ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡିବ ବୋଲି କୁହାଯାଉଛି । ବ୍ଲାକବକ୍ସ ଜବତ ହୋଇଥିବା ନେଇ ତଦନ୍ତକାରୀ ଅଧିକାରୀ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପିକେ ମିଶ୍ରଙ୍କୁ ଅବଗତ କରିଛନ୍ତି। 

ରବିବାର ପିକେ ମିଶ୍ର ବିମାନଦୁର୍ଘଟଣା ସ୍ଥଳ ବୁଲିବା ସହ ହସ୍ପିଟାଲରେ ଆହତମାନଙ୍କୁ ଭେଟିଥିଲେ। ପୂର୍ବରୁ ବିମାନ ଦୁର୍ଘଟଣାର ତଦନ୍ତରକାରୀ ଟିମ୍ ବିମାନ ଡାଟା ରେକର୍ଡ ଜବତ କରିଥିଲା । ଆଉ ଏବେ କକପିଟ୍ ଭଏସ ରେକର୍ଡର ବ୍ଲାକବକ୍ସ ଜବତ ହୋଇଛି। ଉଭୟ ବ୍କାକ ବକ୍ସ ଯଥା ଏଫଡିଆର ଏବଂ ସିଭିଆରକୁ ଠାବ କରିବା ସହ ସୁରକ୍ଷିତ ରଖଯାଇଛି। 

ଆନ୍ତର୍ଜାତୀୟ ନିୟମ ଅନୁଯାୟୀ, ବିମାନ ଦୁର୍ଘଟଣାର ତଦନ୍ତକାରୀ ଟିମ୍ ଏବଂ ଆମେରିକା ନ୍ୟାସନାଲ ଟ୍ରାନ୍ସର୍ପୋଟେସନ ସେଫ୍ଟି ବୋର୍ଡ ସମାନ୍ତରଣ ଭାବେ ତଦନ୍ତ ଚଳାଇଛନ୍ତି । ବାସ୍ତବରେ କ’ଣ ତ୍ରୁଟି ଥିଲା ତା’ର ପ୍ରକୃତ କାରଣ ଜାଣିବାକୁ ଚେଷ୍ଟା ଜାରିରହିଛି । ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ବିମାନରେ ଥିବା ୨୪୧ ଜଣଙ୍କ ସହ ମୋଟ ୨୭୪ ଜଣଙ୍କ ଜୀବନ ଯାଇଛି । ବିମାନର ଦୁଇଟି ବ୍ଲାକ ବକ୍ସ ମିଳିବା ପରେ ଏବେ କାରଣ ଖୋଜିବା ସହଜ ହେବ ।

  • Ahmedabad Plane Crash
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.