ୟୁପି ସୁଲତାନପୁରରେ ରହିଛି ମୋଚି ଦୋକାନ । ରାତାରାତି ବଦଳିଛି ଏହି ଛୋଟିଆ ଦୋକାନ ଭାଗ୍ୟ । ବଢିଯାଇଛି ଦୋକାନରେ ଝୁଲୁଥିବା ସାମାନ୍ୟ ଚପଲର ଡିମାଣ୍ଡ । କିଏ ଡାକୁଛି ୨ ଲକ୍ଷ ତ ଆଉ କିଏ ୫ ଲକ୍ଷ । ଏମିତିକି ୧୦ ଲକ୍ଷ ଦେବାକୁ ଲୋକେ ରାଜି । ମୋଚି କିନ୍ତୁ ଯେତେ ଅଧିକ ଦାମ୍ ଦେଲେ ବି ଦେବାକୁ ନାରାଜ । ହେଲେ କଣ ପାଇଁ ଦେବାକୁ ମନା କରୁଛନ୍ତି ମୋଚି? କାହିଁକି ସାମାନ୍ୟ ଚପଲଟିର ଦାମ ଏତେ ଅଧିକ? ଏହା ପଛର ପ୍ରକୃତ କାରଣ କଣ ? ଆସନ୍ତୁ ଜାଣିବା ପୂରା ଘଟଣା ।
ଜୁଲାଇ ୨୬, ଦୋକାନ ପାଇଁ ଥିଲା ଅବିସ୍ମରଣୀୟ । ଦୋକାନକୁ ଆସିଥିଲେ କଂଗ୍ରେସ ନେତା ରାହୁଲ ଗାନ୍ଧି । କୋର୍ଟ ଯିବା ବାଟରେ ଦୋକାନ ଉପରେ ପଡିଥିଲା ରାହୁଲଙ୍କ ନଜର । ନିଜେ ରାହୁଲ ସେଠାକୁ ଯାଇ ହାତରେ ସିଲେଇ କରିଥିଲେ ଚପଲ । ବେଶ୍ ଭାଇରାଲ୍ ହୋଇଥିଲା କଂଗ୍ରେସ ଯୁବରାଜଙ୍କ ସେହି ଫଟୋ। ଦୋକାନରେ ଚପଲ ସିଲାଇ ସହ ମୋଚି ରାମଚିତଙ୍କ ସହ ଦୁଃଖସୁଖ ହୋଇଥିଲେ ରାହୁଲ । ଏହାପରେ ସେଠାରୁ ଫେରିଯାଇଥିଲେ ସେ ।

ଚପଲ ଏବେ ଦୋକାନରେ ରହିବ ସତ କିନ୍ତିୁ ବିକ୍ରି ହେବନି । କାଚର ପ୍ରିଜିମ ଭିତରେ ସାଇତା ଯିବ । କାରଣ ସେହି ଚପଲରେ ବାଜିଛି ରାହୁଲଙ୍କ ହାତ । ଦିନେ ରାମଚିତ୍ ମୋଚିଙ୍କୁ ଚିହ୍ନୁନଥିବା ଲୋକ ଏବେ ଦୋକାନକୁ ଆସିଲେଣି । ଯାହା ତାଙ୍କ ପାଇଁ ଆଶୀର୍ବାଦ ।