ଯାତ୍ରୀବାହୀ ବସ୍‌କୁ ଧକ୍କା ଦେଲା କୋଇଲା ବୋଝେଇ ଟ୍ରକ୍, ୨୦ ଆହତଙ୍କ ମଧ୍ୟରୁ ୫ ଗୁରୁତର

Published By : Prameya-News7 Bureau | May 30, 2025 IST

ସମ୍ବଲପୁର ୩୦।୫: ଘରୋଇ ବସ୍‌କୁ ପଛପଟୁ ଧକ୍କା ଦେଲା କୋଇଲା ବୋଝେଇ ଟ୍ରକ୍‌ । ଦୁର୍ଘଟଣାରେ ୨୦ ଜଣ ଆହତ ହୋଇଛନ୍ତି ।ଆହତଙ୍କ ମଧ୍ୟରୁ ୫ ଗୁରୁତର ରେଢାଖୋଲ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ସମ୍ବଲପୁର-ଅନୁଗୋଳ ୫୫ନଂ ଜାତୀୟ ରାଜପଥ ରେଢାଖୋଲ ଥାନା ଲୁହାପଙ୍କ ଛକ ନିକଟରେ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି ।

ସୂଚନାଯୋଗ୍ୟ ଯେ, ଅନୁଗୋଳ ପାତ୍ରପଡାରୁ ସମ୍ବଲପୁର ଆସୁଥିବା ‘ଗଜଲକ୍ଷ୍ମୀ’ ନାମକ ଏକ ଘରୋଇ ବସ୍କୁ ପଛପଟୁ ଧକ୍କା ଦେଲା କୋଇଲା ବୋଝେଇ ଟ୍ରକ୍ । ଦୁର୍ଘଟଣା ଫଳରେ ବସ୍‌ରେ ଥିବା ୩୫ରୁ ଉର୍ଦ୍ଧ୍ବ ଯାତ୍ରୀଙ୍କ ମଧ୍ୟରୁ ୨୦ ଯାତ୍ରୀ ଆହତ ଥିବା ବେଳେ ୫ ଜଣ ଗୁରୁତର ଅଛନ୍ତି ।ସେମାନଙ୍କୁ ରେଢାଖୋଲ ମେଡିକାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି । ଦୁର୍ଘଚଣା ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

You Can Read:

ED ଡେପୁଟି ଡାଇରେକ୍ଟର ଚିନ୍ତନ ରଘୁବଂଶୀ ଗିରଫ, ୨୦ଲକ୍ଷ ଟଙ୍କା ଲାଞ୍ଚ ନେଲା ବେଳେ ମାଡ଼ି ବସିଥିଲା CBI

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.