ଆୟଠୁ ଅଧିକ ଠୁଳ କରିଥିଲେ ଖଣି ଉପ-ନିର୍ଦ୍ଦେଶକ, ଏବେ ଜେଲ୍‌ ଚାରିକାନ୍ଥରେ କଟିବ ଦିନ

NEWS7
cm-will-watch-barabati-celebrity-cricket-match

ଭୁବନେଶ୍ୱର ୨୫/୦୨: ଅସତ ଧନ ବଢ଼େ ବହୁତ, ଗଲା ବେଳେ ଯାଏ ମୂଳ ସହିତ । ଶେଷରେ ସେୟା ଘଟିଛି । ଅନ୍ୟାୟ ଟଙ୍କା ସାମ୍ରାଜ୍ୟରେ ପଡିଛି ଯବନିକା । ବନ୍ଧା ହୋଇଛନ୍ତି କୁବେର ଖଣି ଅଧିକାରୀ ତଥା କଟକ ସର୍କଲ ଖଣି ଉପନିର୍ଦ୍ଦେଶକ ଦେବବ୍ରତ ମହାନ୍ତି ।

ଅସତ ଟଙ୍କାରେ ଛିଡା କରିଥିଲେ ଟଙ୍କାର ପାହାଡ । ଆଉ ସେହି ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଗିରଫ କରିଛି ଭିଜିଲାନ୍ସ । ଖଣି ଅଧିକାରୀ ଗିରଫ ନେଇ ଭିଜିଲାନ୍ସ ଏସ୍ପିଙ୍କ ସୂଚନା ଦେଇଛନ୍ତି । ଏସ୍ପି କହିଛନ୍ତି ଏପର୍ଯ୍ୟନ୍ତ ଭିଜିଲାନ୍ସ ରେଡ୍ରେ ନଗଦ ଟଙ୍କା ଜବତରେ ସର୍ବାଧିକ ।