ମା’ ତାରାତାରିଣୀଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ହିଞ୍ଜିଳି ଆସନ ପାଇଁ ଭରିବେ ନାମାଙ୍କନ

Published By : Prameya-News7 Bureau | April 30, 2024 IST

ଆସ୍କା ୩୦।୪: ମଙ୍ଗଳବାର ହିଞ୍ଜିଳି ପାଇଁ ନବୀନ ପଟ୍ଟନାୟକ ଭରିବେ ନାମାଙ୍କନ । ଛତ୍ରପୁର ଉପଜିଲ୍ଲାପାଳଙ୍କ ଅଫିସ୍ ଯାଇ ହିଞ୍ଜିଳି ବିଧାନସଭା ଆସନ ପାଇଁ ନାମାଙ୍କନ ଦାଖଲ କରିବେ ବିଜେଡି ସୁପ୍ରିମୋ । ସ୍ବତନ୍ତ୍ର ହେଲିକାପ୍ଟରରେ ଗଞ୍ଜାମ ଜିଲ୍ଲା ନରସିଂହପୁର ଛକ ହେଲିପ୍ୟାଡ୍‌ରେ ପହଞ୍ଚିଥିଲେ ନବୀନ । ଏହାପରେ ମା’ ତାରାତାରିଣୀଙ୍କୁ ଦର୍ଶନ କରିବେ ନବୀନ । ସେଠାରୁ ବାହାରି ଛତ୍ରପୁର ସର୍କିଟ୍ ହାଉସରେ ପହଞ୍ଚିବେ। ପରେ ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ନାମାଙ୍କନ ଭରିବେ ନବୀନ । 

ସେପଟେ ମେ’ ୨ ରେ କଣ୍ଟାବାଞ୍ଝିରେ ନବୀନ ଭରିବେ ନାମାଙ୍କନ । ଦୁଇ ବିଧାନସଭା ପାଇଁ ନବୀନ ନାମାଙ୍କନ ଦାଖଲ ପରେ ୩ ତାରିଖରୁ ପ୍ରଚାର ମଇଦାନକୁ ଓହ୍ଲାଇବେ ।

ମୁଖ୍ୟମନ୍ତ୍ରୀଙ୍କ ଗଞ୍ଜାମ ଗସ୍ତକୁ ନେଇ ଜିଲ୍ଲା ପ୍ରଶାସନ ଓ ପୁଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ସୁରକ୍ଷା ଦୃଷ୍ଟିରୁ ଗଞ୍ଜାମ ପୁଲିସ ପକ୍ଷରୁ ପୁରୁଷୋତ୍ତମପୁର ଥାନା ଅଧୀନ ନରସିଂହପୁର ଛକ ଠାରୁ ତାରାତାରିଣୀ ଏବଂ ଛତ୍ରପୁର ଅଞ୍ଚଳରେ ୧୩ ପ୍ଲାଟୁନ୍ ପୁଲିସ ମୁତୟନ ରହିଛନ୍ତ । ସେହିପରି ୩ ଜଣ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ, ୮ ଜଣ ଡିଏସ୍‌ପି, ୧୭ ଇନ୍ସପେକ୍ଟର, ୬୨ ଜଣ ଏସଆଇ/ସବ୍ ଇନ୍ସପେକ୍ଟର ଏବଂ ୨ଟି ଏସ୍‌କର୍ଟ ଗାଡିର ବ୍ୟବସ୍ଥା କରାଯାଇଛି । 

You Can Read :

ମାଲକାନଗିରି ସୀମାନ୍ତରେ ଏନ୍‌କାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ୪ ମାଓବାଦୀ ନିହତ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.