ଦିଦିଙ୍କ ଗଡରେ ବିଜେପି ଜିତିବ କେତେ ସିଟ୍ ? ବିଧାନସଭା ନିର୍ବାଚନ ଆଗରୁ ଚକିତ କଲା ସର୍ଭେ ରିପୋର୍ଟ

NEWS7
cm-naveen-patnaik-pays-tribute-to-legendary-leader-biju-patnaik-on-his-108th-birth-anniversary

କୋଲକାତା,୩୦|୦୧ : ପଶ୍ଚିମବଙ୍ଗରେ କିଏ ମାରିବ ବାଜି?ଗଡ ରକ୍ଷା କରିପାରିବେ କି ମମତା ବାନାର୍ଜୀ?ନା ଧସେଇ ପସିବ ଭାରତୀୟ ଜନତା ପାର୍ଟି। କିଛି ଏପରି ପ୍ରଶ୍ନ ଏବେ ସାଧାରଣ ଲୋକଙ୍କ ମନରେ । ସଦାବେଳେ ରୋଚକ ରହୁଥିବା ପଶ୍ଚିମବଙ୍ଗ ରାଜନୀତିକୁ ନେଇ ଆସିଛି ସର୍ଭେ ରିପୋର୍ଟ । ଯେଉଁଥିରେ ପଶ୍ଚିମବଙ୍ଗରେ କାହାର କ୍ରେଜ୍ ଅଧିକ ଏବଂ ନିର୍ବାଚନ ହେଲେ କିଏ କେତେ ସିଟ୍ ପାଇବ ସେନେଇ ତଥ୍ୟ ପ୍ରକାଶ ପାଇଛି । ଇଣ୍ଡିଆ ଟୁଡେ ଏବଂ ସି ଭୋଟର ସର୍ଭେର ମୁଡ୍ ଅଫ୍ ଦି ନେସନର ଏନେଇ ରିପୋର୍ଟ ଆସିଛି ।

ସର୍ଭେ ଅନୁସାରେ, ଯଦି ଆଜି ଲାକସଭା ନିର୍ବାଚନ ହୁଏ ତାହାଲେ ପଶ୍ଚିମବଙ୍ଗରେ ଟିଏମସି ନିଜର ପ୍ରାୟ ସବୁ ଆସନ ପାଖରେ ରଖିବ ।୨୦୨୪ଲୋକସଭା ନିର୍ବାଚନରେ ଟିଏମସି୪୨ରୁ୨୯ଟି ସିଟ୍ ହାତେଇଥିଲା ।୨୦୧୯ତୁଳନାରେ ଦଳ ଭଲ ପ୍ରଦର୍ଶନ କରିଥିଲା । ବିଜେପି୧୨ସିଟ୍ ଜିତି ଦ୍ୱିତୀୟ ନମ୍ବରରେ ରହିଥିଲା ।

୨୦୨୬ର ସର୍ଭେ ଅନୁସାରେ, ଯଦି ଏବେ ସାଧାରଣ ନିର୍ବାଚନ ହୁଏ ତାହାଲେ ଟିଏମସି ୨୮ଟି ସିଟ୍ ଜିତିପାରେ । ସେହିପରି ବିଜେପି ଦୁଇଟି ସିଟ୍ ଅଧିକ ଅର୍ଥାତ୧୪ଟି ଆସନ ଜିତିପାରିବାର ସମ୍ବାବନା ରହିଛି । ଗତ ବର୍ଷ ଅଗଷ୍ଟରେ ଅନ୍ୟ ଏକ ସର୍ଭେରେ ବିଜେପିକୁ ୧୧ଟି ସିଟ୍ ମିଳିବା ନେଇ କୁହାଯାଇଥିଲା । କିନ୍ତୁ ନୂଆ ସର୍ଭେ ବିଜେପିକୁ ନିଶ୍ଚୟ ଖୁସି ଦେବ ।

ଗତବର୍ଷ ଅଗଷ୍ଟରେ ହୋଇଥିବା ସର୍ଭେରେ ଟିଏମସି୩୧ସିଟ୍ ଜିତିବା ନେଇ କୁହାଯାଇଥିଲା । କିନ୍ତୁ ଏବେକାର ସର୍ଭେରେ ଏହା୨୮କୁ ଖସି ଆସିଛି । ଏହି ସର୍ଭେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଦୁଇ ମାସ ପୂର୍ବରୁ ଆସିଛି । ଏହା ରାଜ୍ୟବାସୀଙ୍କ ବର୍ତ୍ତମାନର ମୁଡ୍ ବୋଲି କୁହାଯାଉଛି । ତେବେ ବିଜେପିର ଭୋଟ୍ ସେୟାରପ୍ରତିଶତ ବଢିବା ନେଇ ସର୍ଭେରେ ଦର୍ଶାଯାଇଛି । ଯାହା ୩୯ରୁ ବଢି ୪୨ପ୍ରତିଶତ ଛୁଇଁପାରେ ।

ଦେଶରେ ଏନଡିଏକୁ ୩୫୦ରୁ ଅଧିକ ସିଟ୍

ଗତସପ୍ତାହ ଧରି ଅନୁଷ୍ଠିତ ସର୍ଭେରେ ସାରା ଦେଶର ଲକ୍ଷେ୨୫ହଜାର ଲୋକଙ୍କୁ ସାମିଲ କରାଯାଇଥିଲା । ସର୍ଭେ ଅନୁସାରେ, ଜାତୀୟ ସ୍ତରରେ ବିଜେପି ନେତୃତ୍ୱାଧିନ ଏନଡିଏ ୩୫୦ରୁ ଅଧିକ ସିଟ୍ ଜିତିପାରେ । ସେପଟେ ପଶ୍ଚିମବଙ୍ଗରେ ଦ୍ୱିମୁଖୀ ଲଢେଇ ଦେଖିବାକୁ ମିଳିପାରେ । ତେବେ ଏହି ସର୍ଭେର ରିପୋର୍ଟ ପଶ୍ଚିମବଙ୍ଗ ବିଧାନସଭାର ବାସ୍ତବ ସ୍ଥିତିକୁ ଦର୍ଶାଇନା ନାହିଁ ତାହା ଏବେଠୁ କହିବା ମୁସ୍କିଲ ।