ଆତଙ୍କବାଦୀଙ୍କୁ ନିପାତ ପାଇଁ ଭାରତ ସଂକଳ୍ପ ନେଇଛି, ଯୋଜନାବଦ୍ଧ ଆକ୍ରମଣ କରି କରାଯାଉଛି ନିପାତ : ମୁଖ୍ୟମନ୍ତ୍ରୀ

Published By : Prameya-News7 Bureau | May 09, 2025 IST

ଭୁବନେଶ୍ବର ୯: ଭାରତ-ପାକିସ୍ତାନ ଯୁଦ୍ଧ ପରିସ୍ଥିତି ମଧ୍ୟରେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସେ କହିଛନ୍ତି, ଆତଙ୍କବାଦୀ ନିପାତ ପାଇଁ ଭାରତ ସଂକଳ୍ପ ନେଇଛି । ଯୋଜନାବଦ୍ଧ ଆକ୍ରମଣ କରି ଆତଙ୍କବାଦୀଙ୍କୁ ନିପାତ କରାଯାଉଛି । ପ୍ରଧାନମନ୍ତ୍ରୀ ସାରା ବିଶ୍ୱର ନେତୃତ୍ୱ ନେଉଛନ୍ତି । ଓଡ଼ିଶା କ୍ଷେତ୍ରରେ ଆମ ରାଜ୍ୟରେ ଥିବା କିଛି ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଚାନ୍ଦିପୁର, ପୁରୀ ଭଳି ସ୍ଥାନ ଗୁଡ଼ିକରେ ବଙ୍ଗୋପସାଗର ପଟୁ ଆକ୍ରମଣର ଆଶଙ୍କା ରହିଛି । କେନ୍ଦ୍ର ସରକାର ଏଥିପାଇଁ ପ୍ରସ୍ତୁତ ଅଛନ୍ତି । ରାଜ୍ୟରେ ଥିବା ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଗୁଡିକର ସୁରକ୍ଷାକୁ ନେଇ ପୂର୍ବରୁ ରାଜ୍ୟ ସରକାର ଆଲୋଚନା କରିଥିଲେ ଆଜି ବି ଆଉ ଥରେ ଆଲୋଚନା ହେବ । କିଭଳି ଭାବେ ସବୁ ଅଞ୍ଚଳକୁ ସିଲ୍ କରାଯିବ ଓ ଯାଞ୍ଚ କଡାକଡି କରାଯିବ । ଯେଉଁମାନେ ବାହାରେ ଅଛନ୍ତି ତାଙ୍କୁ ଓଡ଼ିଶା ଆଣିବା ପାଇଁ ବନ୍ଦୋବସ୍ତ କରାଯାଉଛି । ନୂଆଦିଲ୍ଲୀରେ ଆବାସିକ କମିଶନରଙ୍କ କାର୍ଯ୍ୟାଳୟରେ ୨୪ ଘଣ୍ଟିଆ ହେଲ୍ପ ଡେକ୍ସ ଖୋଲାଯାଇଛି । ଜମ୍ମୁରେ ପଢ଼ୁଥିବା ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ଦିଲ୍ଲୀ ଅଣାଯାଉଛି । ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିବା ସହ ଆମେ ଲଗାତାର ଭାବେ ସମୀକ୍ଷା କରୁଛୁ । ଲମ୍ବା ଯୁଦ୍ଧ ହେବ ଭାରତ ବିଜୟୀ ହେବ । ଭୟଭୀତ ହେବାର କୌଣସି ପ୍ରଶ୍ନ ନାହିଁ । ରାଜ୍ୟରେ ଯେଉଁ ସାଧାରଣ ବ୍ୟବସ୍ଥା ରହିଛି ତାହା କାର୍ଯ୍ୟକାରୀ ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।


You Can Read:

ଯୁଦ୍ଧ ସ୍ଥିତିକୁ ଦେଖି ରାଜ୍ୟ ସରକାରଙ୍କ ପ୍ରସ୍ତୁତି, କେନ୍ଦ୍ର ସରକାରଙ୍କ ସଂସ୍ଥାପନରେ ବଢାଯାଇଛି ସୁରକ୍ଷା : ସୁରେଶ ପୂଜାରୀ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.