Live Live
LIVE

ବିଦ୍ୟୁତ ଟ୍ରାନ୍ସଫର୍ମର ଉପରେ ଚଢ଼ିଗଲେ ଯୁବକ, ଦେହରେ ଲାଗିଗଲା ୧୧କେ.ଭି. ତାର, ଆଉ ତାପରେ…

NEWS7
cm-mamata-banerjee-slams-the-centre-over-bengal-violence

ନୂଆପଡ଼ା ୭।୩: ଯୁବକଙ୍କ ଉନ୍ମତ୍ତକାଣ୍ଡ । ବିଦ୍ୟୁତ ଟ୍ରାନ୍ସଫର୍ମର ଉପରେ ଚଢ଼ିଗଲେ ଯୁବକ । ଆତ୍ମହତ୍ୟା ଉଦ୍ୟମ ବେଳେ ଲାଗିଗଲା ୧୧କେ.ଭି. ବିଦ୍ୟୁତ ତାର । ଉଦ୍ଧାର କଲେ ଅଗ୍ନିଶମ ବାହିନୀ କର୍ମଚାରୀ । ନୂଆପଡ଼ା ଜିଲ୍ଲା ଖରିଆର ରୋଡ଼ ସହର ମଝିରେ ଘଟିଛି ଏଭଳି ଅଘଟଣ । ତେବେ ଯୁବକ ଜଣଙ୍କ କାହିଁକି ଏଭଳି ନିଷ୍ପତ୍ତି ନେଲେ ସେନେଇ ଖୋଳତାଡ଼ କରୁଛି ପୋଲିସ ।

ଏ ଖବର ବି ପଢ଼ନ୍ତୁ:- ଭିଜିଲାନ୍ସ ପଞ୍ଝାରେ ସହକାରୀ ଯନ୍ତ୍ରୀ, ଏକାସାଙ୍ଗେ ୭ଟି ସ୍ଥାନରେ ଚାଲିଛି ଚଢାଉ

ସୂଚନାଯୋଗ୍ୟ ଯେ, ନୂଆପଡ଼ା ଜିଲ୍ଲା ଖରିଆର ରୋଡ଼ ସହର ମଝିରେ ଥିବା ଟ୍ରାନ୍ସଫର୍ମର ଉପରେ ଚଢ଼ିଗଲେ ଜଣେ ଯୁବକ । ହଠାତ୍ ଯୁବକଙ୍କ ଦେହରେ ଲାଗିଗଲା ୧୧କେଭି ବିଦ୍ୟୁତ ତାର । ଏ ନେଇ ଖବର ପାଇ ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମବାହିନୀ କର୍ମଚାରୀ ପହଞ୍ଚିଗଲେ । ଗୁରୁତର ଅବସ୍ଥାରେ ଯୁବକଙ୍କୁ ଉଦ୍ଧାର କଲା ଖରିଆର ରୋଡ଼ ଅଗ୍ନିଶମବାହିନୀ ।

​​​​​​​ଏ ଖବର ବି ପଢ଼ନ୍ତୁ:- ଗୁଜବ ନା ସତ, ମାଲକାନଗିରିରେ ମିଳୁନି ପେଟ୍ରୋଲ-ଡିଜେଲ୍ !

ଉଦ୍ଧାର ହୋଇଥିବା ଯୁବକ ଜଣକ ବିହାର ଅଞ୍ଚଳର ବୋଲି ଜଣାପଡିଛି । ସେ ଖରିଆର ରୋଡ଼ରେ ଘର ଭଡା ନେଇ ସ୍ତ୍ରୀଙ୍କ ସହ ରହୁଥିଲେ । ତେବେ ପାରିବାରିକ କଳହରୁ କିଛିଦିନ ହେଲା ସ୍ତ୍ରୀ ତାଙ୍କୁ ଛାଡ଼ି କେଉଁଆଡ଼େ ଚାଲି ଯାଇଥିଲେ । ଯାହାକୁ ନେଇ ଯୁବକ ଜଣକ ମାନସିକ ଚିନ୍ତାରେ ରହୁଥିଲେ । ଜୋଙ୍କ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ଯୁବକ ଜଣଙ୍କ କେଉଁ ଘରେ ଭଡ଼ାରେ ରହୁଥିଲେ ? ତାଙ୍କର ଆଉ କିଏ କିଏ ଅଛନ୍ତି ? ଯୁବକ ଜଣକ କାହିଁକି ଏଭଳି ଆତ୍ମହତ୍ୟା ଉଦ୍ୟମ କରୁଥିଲେ ? ସେ ନେଇ ତଦନ୍ତ କରୁଛି ।