ଭୁବନେଶ୍ବର ୨୧।୮: ମାନବ-ହାତୀ ସହାବସ୍ଥାନ ଅନ୍ତର୍ଜାତୀୟ କର୍ମଶାଳା ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଚନ୍ଦକା ଗୋଡ଼ିବାରି ଠାରେ ଦୁଇ ଦିନିଆ କର୍ମଶାଳା ଉଦ୍ଘାଟିତ ହୋଇଛି । ହାତୀମାନଙ୍କ ବିଷୟରେ ଗବେଷଣା ପାଇଁ ସ୍ବତନ୍ତ୍ର କେନ୍ଦ୍ର ମଧ୍ୟ ଉଦ୍ଘାଟିତ କରିଛନ୍ତି ମୁଖ୍ୟମନ୍ତ୍ରୀ । ଗବେଷଣା ପରେ ହାତୀ ସଂରକ୍ଷଣ ନେଇ ସ୍ବତନ୍ତ୍ର ପଲିସି ଆସିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହି ଅବସରରେ ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ କହିଛନ୍ତି, ଗତ ୧୦ ବର୍ଷରେ ମଣିଷ ହାତୀ ବିବାଦ ଭିତରେ ୭୫୦ଟି ହାତୀ ମରିଛନ୍ତି ଓ ୯୦୦ ଜଣ ମଣିଷ ମରିଛନ୍ତି । ହାତୀ ମୃତ୍ୟୁ ରୋକିବା ପାଇଁ ସ୍ବତନ୍ତ୍ର ଭାବେ ହାତୀ ସୁରକ୍ଷା ପାଇଁ ସରକାର ଆଣିବେ ହାତୀ ପଲିସି । ରେଜିନାଲ ଆକ୍ସନ ପ୍ଲାନ୍ ପ୍ରସ୍ତୁତ କରିବ ରାଜ୍ୟ । ହାତୀ ମଣିଷ ଶାନ୍ତିରେ ସହାବସ୍ଥାନ କରିବେ ।
ହାତୀ କରିଡରରେ ଓଡ଼ିଶା ଏକ ନମ୍ବର । ସହରୀକରଣ, ଭିତ୍ତିଭୂମି, କୃଷିର ସଂପ୍ରସାରଣ ଫଳରେ ହାତୀ ମଣିଷ ଲଢେଇ ହେବା ଦୁର୍ଭାଗ୍ୟଜନକ । ଏହାକୁ ରୋକିବାକୁ ସରକାର ଅନେକ ପଦକ୍ଷେପ ହାତକୁ ନେଇଛନ୍ତି । ଜଙ୍ଗଲରେ ୱାଟର ବଡି ତିଆରି କରାଯାଇଛି । ୨୧୦୦ ହାତୀର ଘର ହେଉଛି ଓଡ଼ିଶା । ବନ ସୁରକ୍ଷା ସମିତି, ଗଜସାଥୀ ଦ୍ୱାରା ହାତୀଙ୍କୁ ସୁରକ୍ଷା ଦିଆଯାଉଛି । ଯେଉଁଠି ସମସ୍ୟା ହେଉଛି ସେଠି ଏଲିଫ୍ୟାଣ୍ଟ ସ୍କ୍ୱାଡ୍, ରାପିଡ଼ ରେସପନ୍ସ ଟିମ୍ ସଙ୍ଗେ ସଙ୍ଗେ ପହଞ୍ଚୁଛନ୍ତି । ମୃତ୍ୟୁ ପାଇଁ ସଙ୍ଗେ ସଙ୍ଗେ କ୍ଷତିପୂରଣ ଦିଆଯାଇଛି । ସର୍ଭିଲାନ୍ସ ପାଇଁ ଜିପିଏସ, ରେଡ଼ିଓ କଲାର, ଏଆଇ କ୍ୟାମେରା ବ୍ୟବହାର କରାଯାଉଛି । ଆମ ସମସ୍ତଙ୍କୁ ମିଶି ହାତୀ ଏବଂ ମଣିଷ ନିରାପଦରେ ରହିବା ଭଳି ବାତାବରଣ ତିଆରି କରିବାକୁ ହେବ ବୋଲି ଆହ୍ୱାନ ଦେଲେ ମୁଖ୍ୟମନ୍ତ୍ରୀ । ଗତ ୧୦ ବର୍ଷରେ ହାତୀ-ମଣିଷ ଲଢେଇରେ ୯୦୦ ଜୀବନ ଯାଇଥିବା ବେଳେ ୭୫୦ ହାତୀ ପ୍ରାଣ ହରାଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
You Can Read:
ବିପର୍ଯ୍ୟୟ ପରିଚାଳନା ପାଇଁ ରାଜ୍ୟ ସରକାରଙ୍କ ବଡ଼ ଯୋଜନା : ନିର୍ମାଣ ହେବ ୮୦୦ ବହୁମୁଖୀ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀ