ଜଙ୍ଗଲ ଜମିକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ : ୨୩ ଜଣ ମହିଳା, ପୁରୁଷ ଓ ନାବାଳକ ଆହତ

Published By : Prameya-News7 Bureau | July 09, 2024 IST

ଉମରକୋଟ ୯ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ୍ କଂଗ୍ରଆ ବନାଞ୍ଚଳରେ ଜଙ୍ଗଲ ଜମିରେ ଚାଷ କରିବାକୁ ନେଇ ଦୁଇ ଗ୍ରାମ ମଧ୍ୟରେ ଗୋଷ୍ଠୀ ସଂଘର୍ଷ । ଏହି ସଂଘର୍ଷରେ ୨୩ ଜଣ ମହିଳା, ପୁରୁଷ ଓ ନାବାଳକ ଆହତ ହୋଇ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି । ଝରିଗାଁ ପୋଲିସ ଘଟଣାସ୍ଥଳରେ ପହଁଛି ପରିସ୍ଥିତି ଉପରେ ନଜର ରଖିଛନ୍ତି ।

ସୂଚନାଯୋଗ୍ୟ ଯେ, ଚକଲାପଦର ନିକଟରେ ଥିବା ବାଞ୍ଜଣୀ ଜଙ୍ଗଲକୁ ସଫା କରି ଧୋଆଡାକୋଟ ଗ୍ରାମର ଲୋକ ଚାଷ କରୁଥିଲେ । କିନ୍ତୁ ବନ ବିଭାଗ ଜଙ୍ଗଲ କାଟି ସଫା କରୁଥିବା ଲୋକଙ୍କୁ ଜଙ୍ଗଲ ନ କାଟିବାକୁ ପରାମର୍ଶ ଦେଇ ନୂଆ ଜଙ୍ଗଲ ସୃଷ୍ଟି ପାଇଁ ପଦକ୍ଷେପ ନେଲେ । ଯେଉଁ ସ୍ଥାନରେ ଧୋଆଡାକୋଟ ଲୋକ ଚାଷ କରିଥିଲେ ସେହିଠାରେ ବୃକ୍ଷ ରୋପଣ ପାଇଁ ଗାତ ଖୋଳିବାରୁ ବିବାଦର ସୂତ୍ରପାତ ହୋଇଥିଲା । ସୋମବାର ବିଳମ୍ବିତ ରାତିର  ନକ୍ସାପଦର ଗ୍ରାମର ୫୦ରୁ ଅଧିକ ଲୋକ ଟ୍ରାକ୍ଟର, ଅଟୋ ଓ ବାଇକରେ ବିଭିନ୍ନ ମାରଣାସ୍ତ୍ର ସହ  ଧଅଁଡାକୋଟ ଗାଁରେ ପଶି ଗ୍ରାମବାସୀଙ୍କୁ ଅତର୍କିତ ଆକ୍ରମଣ କଲେ । ଆକ୍ରମଣରେ ଉଭୟ ପକ୍ଷରୁ ୨୩ ଜଣ ଆହତ ହୋଇ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି । ଆହତଙ୍କ ମଧ୍ୟରେ ନକ୍ସାପଦରର ୭ ଜଣ, ଧୋଅରାକୋଟର ୧୬ ଜଣ, ସେଥିମଧ୍ୟରୁ ୭ ଜଣ ମହିଳା ଏବଂ ୫ ଜଣ ନାବାଳକ ଅଛନ୍ତି । ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଥିବା ବେଳେ ଝରିଗାଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରୁଛନ୍ତି ।

You Can Read:

୩୦୦ ଫୁଟ ଧସିଲା ଏସିଆର ସର୍ବବୃହତ ସାଇଫନ କେନାଲ ବନ୍ଧ, ଆତଙ୍କିତ ସ୍ଥାନୀୟ ବାସିନ୍ଦା

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.