ଗମ୍ଭୀରଙ୍କ ଦୋମୁହାଁ ନୀତି : ଗିଲଙ୍କ ପାଇଁ ଗୋଟିଏ ନିୟମ, ଓ୍ୱାସିଂଟନଙ୍କ ପାଇଁ ଅଲଗା

NEWS7
cisf-jawan-death-in-rsp-at-rourkela

ନୂଆଦିଲ୍ଲୀ, ୧୩/୦୧:ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ଆହତ ହୋଇଥିଲେ ଓ୍ୱାସିଂଟନ୍ ସୁନ୍ଦର । ତଥାପି ବ୍ୟାଟିଂ ପାଇଁ କ୍ରିଜକୁ ଆସିଥିଲେ । ଶେଷ ଯାଏଁ କେଏଲ ରାହୁଲଙ୍କ ସହ ମିଶି ଅପରାଜିତ ରହିବା ସହରନ୍ ସ୍କୋର୍ କରିଥିଲେ । ଭାରତ ମ୍ୟାଚ୍ ଜିତିଥିଲେ ବି ଅଧିନାୟକ ଶୁଭମନ୍ ଗିଲ୍ ଏବଂ ଗୌତମ ଗମ୍ଭୀରଙ୍କ ମନୋଭାବକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପୂର୍ବତନ ଖେଳାଳି ମହମ୍ମଦ କୈଫ୍ ।

ଗୋଟିଏ ମ୍ୟାଚ୍ ଖେଳି ସିରିଜରୁ ଆଉଟ୍ ହୋଇଛନ୍ତି ଓ୍ୱାସିଂଟନ୍ । ତାଙ୍କ ଜାଗାରେ ଆୟୁଷ ବଦୋନୀଙ୍କୁ ସୁଯୋଗ ମିଳିଛି । ଆହତ ହୋଇ ଯନ୍ତ୍ରଣାରେ ଥିବା ଓ୍ୱାସିଂଟନ ବ୍ୟାଟିଂ ପାଇଁ ଆସିଥିବାରୁ ବର୍ଷିଛନ୍ତି କୈଫ୍ । ସେ କହିଛନ୍ତି ଯେ, ଦଳର ମ୍ୟାନେଜମେଣ୍ଟ୍ ଦୋମୁହାଁ ନୀତି ଆପଣାଉଛି । ଯେତେବେଳେ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରେ ଗିଲ୍ ଆହତ ହୋଇଥିଲେ ତାଙ୍କୁ କୋଚ୍ ଏବଂ ମ୍ୟାନେଜମେଣ୍ଟ୍ ସୁରକ୍ଷିତ ଭାବେ ରଖିଥିଲେ । କିନ୍ତୁ ସୁନ୍ଦରଙ୍କ କ୍ଷେତ୍ରରେ ସେପରି କିଛି ଦେଖିବାକୁ ମିଳିନଥିଲା । ଗିଲ୍ ଆହତ ହୋଇଥିବା ବେଳେ ବ୍ୟାଟିଂ ପାଇଁ ଆସିନଥିଲେ । ଯଦି ଗିଲ୍୨୦-୩୦ରନ୍ କରିଥାନ୍ତେ ତେବେ ଭାରତ ମ୍ୟାଚ୍ ଜିତିପାରିଥାନ୍ତା ।

ସେ ଆହୁରି କହିଛନ୍ତି ଯେ, ଗିଲଙ୍କୁ ଗୁରୁତର ଆଘାତ ଲାଗିନଥିଲା । କିନ୍ତୁ ବିସିସିଆଇ ଏବଂ କୋଚ୍ ତାଙ୍କୁ ପୁରା ସୁରକ୍ଷିତ କରି ରଖିଥିଲେ । ସୁନ୍ଦରଙ୍କ ସହ ଦଳ କିଛି ଠିକ୍ କରିନାହିଁ । ଭାରତ ମ୍ୟାଚ୍ ଜିତିଥିଲେ ବି ସୁନ୍ଦରଙ୍କୁ ବ୍ୟାଟିଂ ପାଇଁ ପଠାଇବା ସଠିକ୍ ନିଷ୍ପତ୍ତି ନଥିଲା । ଏହା ତାଙ୍କୁ ଗୀର୍ଘ ଦିନ ପାଇଁ ଦଳରୁ ବାହାରେ ରଖିପାରିଥାନ୍ତା । ଚାପ ଥିବା ବେଳେ ଆହତ ବ୍ୟାଟରଙ୍କୁ ଖେଳିବାକୁ ପଠାଇଲେ ସ୍ଥିତି ଅଧିକ ବିଗିଡି ଯାଏ ।

କୈଫ ଆହୁରି କହିଛନ୍ତି, ଦଳ ସଠିକ ନିଷ୍ପତ୍ତି ନେଇନାହିଁ । କୁଲଦୀପ କିମ୍ବା ଅନ୍ୟ କେହି କ୍ରିଜକୁ ଆସିପାରିଥାନ୍ତେ । ସମାନ ବଲରେ ସମାନ୍ ରନ୍ ଥିଲା । ଭାରତ ଜିତିବା ଦ୍ୱାରଦେଶରେ ରହିଥିଲା । ତଥାପି ଆହତ ସୁନ୍ଦର ବ୍ୟାଟିଂ ପାଇଁ ଆସିଥିଲେ ।