ୟୁରୋପକୁ ଧମକାଇଲେ ଟ୍ରମ୍ପ୍ : ୮ ଦେଶ ଉପରେ ଲଗାଇଲେ ୧୦% ଟାରିଫ୍

NEWS7
chris-gayle-were-out-of-the-ipl-auction-list

ନ୍ୟୁୟର୍କ,୮|୦୧: ଗ୍ରୀନଲ୍ୟାଣ୍ଡକୁ ଅକ୍ତିଆର କରିବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ସବୁ କଳ ବଳ ଲଗାଇ ଦେଇଛନ୍ତି । ଏହାକୁ ନେଇ ଖୁଲମଖୁଲା ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି । ଏପରିକି ଫେବ୍ରୁଆରୀରୁଟି ୟୁରୋପୀୟ ଦେଶ ଉପରେ ସେ୧୦ପ୍ରତିଶତର ଟାରିଫ୍ ଲଗାଇବେ ବୋଲି ମଧ୍ୟ ଧମକ ଦେଇଛନ୍ତି । ଯେଉଁମାନେ ଗ୍ରୀନଲ୍ୟାଣ୍ଡ ଉପରେ ଆମେରିକା ନିୟନ୍ତ୍ରଣକୁ ବିରୋଧ କରୁଛନ୍ତି ସେମାନଙ୍କ ଉପରେ ଏହି ଟିକସ ଲାଗିବ ।

ଟ୍ରମ୍ପ୍ ନିଜ ସୋସିଆଲ ମିଡିଆ ପୋଷ୍ଟରେ କହିଛନ୍ତି ଯେ, ଡେନମାର୍କ, ନରଓ୍ୱେ, ସ୍ୱିଡେନ, ଜର୍ମାନୀ, ୟୁନାଇଟେଡ୍ କିଙ୍ଗଡମ୍, ନେଦରଲ୍ୟାଣ୍ଡ, ଫିନଲ୍ୟାଣ୍ଡ୍ ଭଳି ଦେଶ ଟାରିଫର ସାମ୍ନା କରିବେ । ଆମେରିକା ଗ୍ରୀନଲ୍ୟାଣ୍ଡକୁ ହାସଲ କରିବାକୁ ଚାହୁଁଛି । ଏଥିପାଇଁ କୌଣସି ବୁଝାମଣା ନହେଲେ ଫେବ୍ରୁଆରୀରୁ୧୦ପ୍ରତିଶତ ଟାରିଫ୍ ଲାଗିବ । ଜୁନରୁ ଏହା୨୫ପ୍ରତିଶତ ହୋଇଯିବ ।

ଏଥିରୁ ଗୋଟିଏ କଥା ସ୍ପଷ୍ଟରେ ଟ୍ରମ୍ପ୍ ଡେନମାର୍କ ସମେତ ଅନ୍ୟ ୟୁରୋପୀୟ ଦେଶକୁ ଧମକ ଦେଉଛନ୍ତି । ଗ୍ରୀନଲ୍ୟାଣ୍ଡ ପ୍ରସଙ୍ଗରେ ଆଲୋଚନା ପାଇଁ ସେ ଟାରିଫକୁ ଅସ୍ତ୍ର ଭାବେ ବ୍ୟବହାର କରୁଛନ୍ତି । ଗ୍ରୀନଲ୍ୟାଣ୍ଡ ନାଟୋ ସହଯୋଗୀ ଦେଶ ଡେନମାର୍କର ନିୟନ୍ତ୍ରଣରେ ରହିଛି ।

ଡେନମାର୍କର ବୈଦେଶିକ ମନ୍ତ୍ରୀ ଲାର୍ସ ରାସମୁସେନ୍ କହିଛନ୍ତି ଯେ, ଆମେରିକାର ବରିଷ୍ଠ ଅଧିକାରୀଙ୍କ ସହ ସେ ଆଲୋଚନା କରିଥିଲେ । କିନ୍ତୁ ଏବେ ଟ୍ରମ୍ପ୍ ଯେପରି ପଦକ୍ଷେପ ନେବେ କହିଛନ୍ତି ତାହା ତାଙ୍କୁ ଚକିତ କରିଛି ।

ସେପଟେ ଟ୍ରମ୍ପଙ୍କ ଘୋଷଣା ପରେ ଫ୍ରାନ୍ସ ଏବଂ ବ୍ରିଟେନ ଭଳି ଦେଶ ଟ୍ରମ୍ପଙ୍କୁ ଟାର୍ଗେଟ୍ କରିଛନ୍ତି । ଏହାକୁ ନେଇ ୟୁରୋପୀୟ ସଙ୍ଘ ମଧ୍ୟ ଜରୁରୀ ବୈଠକ ଡାକିଛି ।