ପୋଲିସ SI ଚାକିରି କରାଇ ଦେବାକୁ କହି ଠକିଥିଲା କୋଟିଏରୁ ଅଧିକ ଟଙ୍କା, ପୁନେରୁ ଗିରଫ କଲା ଇଓଡବ୍ଲୁ

NEWS7
china-took-the-first-gold-of-the-paris-olympics-on-saturday---

ଭୁବନେଶ୍ବର ୨୫।୧୨: କ୍ରାଇମବ୍ରାଞ୍ଚ ଇଓଡବ୍ଲୁ ପଞ୍ଝାରେ ଚତୁର କାଳିଆ । ପୁନେରୁ ଗିରଫ କଲା ଇଓଡବ୍ଲୁ । ୨୦୨୧ ମସିହାରେ ପୋଲିସ SI ଚାକିରି କରାଇ ଦେବାକୁ କହି ଆଶାୟୀ ପ୍ରାର୍ଥୀଙ୍କ ଠାରୁ ଠକେଇ କରିଥିଲା କୋଟିଏରୁ ଅଧିକ ଟଙ୍କା । ଠକେଇ ଅଭିଯୋଗରେ କାଳନ୍ଦୀ ରାଉତକୁ ପୁନେରୁ ଗିରଫ କରିଛି ଇଓଡବ୍ଲୁ । ନିଜ ନାଁ ଗୋପନ ରଖି କାଳିଆ ପୁନେରେ ରହୁଥିଲା ।

ପୂର୍ବରୁ ଏହି ମାମଲରେ ନବରଙ୍ଗପୁରରୁ ବୈକୁଣ୍ଠନାଥ ନାଏକ, ଭୁବନେଶ୍ବରରୁ ଭୀମସେନ ମହାରଣା ଓ ବାଲେଶ୍ୱରରୁ ଜୟନ୍ତ ମହାନ୍ତିକୁ ଗିରଫ କରିଥିଲା ଇଓଡବ୍ଲୁ । ଏମାନେ ୨୦୨୧ ମସିହାରେ ନିଜକୁ ଗୃହ ବିଭାଗ ଅଧିକାରୀ ବୋଲି ପରିଚୟ ଦେଇଥିଲେ । ଆଶାୟୀ ପ୍ରାର୍ଥୀଙ୍କ ନିକଟରୁ ୧ କୋଟି ୪୭ ଲକ୍ଷ ଟଙ୍କା ହଡ଼ପ କରିଥିଲେ l କାଳିଆ ନିଜ ପରିଚୟ ଲୁଚାଇ ପୁନେରେ ରହୁଥିଲା ।