‘ଅପରେସନ ସିନ୍ଦୂର’ରେ ରାଫେଲ ବିମାନକୁ ନେଇ ଚୀନର ଗୁଜବ ପ୍ରସାର , ଡ୍ରାଗନର ପର୍ଦ୍ଦାଫାସ କଲା ଫ୍ରାନ୍ସ

Published By : Prameya-News7 Bureau | July 06, 2025 IST

ନୂଆଦିଲ୍ଲୀ : ‘ଅପରେସନ ସିନ୍ଦୂର’ ସମୟରେ ପାକିସ୍ତାନ ଭାରତର ରାଫେଲ ସମେତ ଛଅଟି ବିମାନକୁ ଖସାଇବାର ଦାବି କରିଛି, ଯାହାକୁ ଭାରତୀୟ ସେନା ପୂରା ଖଣ୍ଡନ କରିଛି। ଏହାପରେ ଅନେକ ଦେଶରେ ରାଫେଲ ବିମାନକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ଏବେ ଫ୍ରାନ୍ସ ପକ୍ଷରୁ ପୂରା ସତ ସାମନାକୁ ଆସିଛି। ଉଲ୍ଲେଖନୀୟ ଯେ, ଫ୍ରାନ୍ସର ସେନା ଓ ଗୁଇନ୍ଦା ଅଧିକାରୀମାନେ ଖୁଲାସା କରିଛନ୍ତି ଯେ, ଚୀନ ବିକ୍ରୟକୁ ଦୁର୍ବଳ କରିବା ଓ ଫ୍ରାନ୍ସର ମୁଖ୍ୟ ଫାଇଟର ବିମାନର ପ୍ରତିଷ୍ଠାକୁ କ୍ଷତି ପହଞ୍ଚାଇବା ପାଇଁ ନିଜର ଦୂତାବାସର ବ୍ୟବହାର କରିଛି।

ଚାଇନା ବିଦେଶୀ ଦୂତାବାସରେ ପ୍ରତିରକ୍ଷା ସଂପର୍କିତ ଦଳ ରାଫେଲର ବିକ୍ରିକୁ ଦୁର୍ବଳ କରିବାର ଅଭିଯାନର ନେତୃତ୍ୱ ନେଉଥିଲେ, ଯାହାର ଉଦ୍ଦେଶ୍ୟ ଦେଶକୁ ଫ୍ରାନ୍ସର ଲଢୁଆ ବିମାନ କ୍ରୟ କରିବା ଓ ଏହା ପରିବର୍ତ୍ତେ ଚାଇନା ନିର୍ମିତ ଜେଟ୍‌ ବିମାନକୁ ବାଛିବା ପାଇଁ ରାଜି କରାଇବା ଥିଲା। ଏହି ସୂଚନା ନ୍ୟୁଜ୍‌ ଏଜେନ୍ସି ଆସୋସିଏଟେଡ୍‌ ପ୍ରେସ୍‌ ଫ୍ରାନ୍ସ ଗୁଇନ୍ଦା ସେବାର ନିଷ୍କର୍ଷର ଉଦ୍ଧୃତ କରି ଦେଇଛି। ଫ୍ରାନ୍ସ ଏବେ ନିଜର ରାଫେଲ ଫାଇଟର ଜେଟ୍‌ ବିରୋଧରେ ଗୁଜବ ପ୍ରାସର କରିବା ଅଭିଯାନ ସହ ଲଢୁଛି।

ରାଫେଲ ଜେଟ୍‌ ଓ ଅନ୍ୟାନ୍ୟ ଭାରୀ ଅସ୍ତ୍ରଶସ୍ତ୍ର ବିକ୍ରିୟ ଫ୍ରାନ୍ସର ପ୍ରତିରକ୍ଷା ଶିଳ୍ପକୁ ବଡ଼ ବ୍ୟବସାୟ ଦେଇଥାଏ, ଯାହା ଭାରତ ଓ ଏସିଆର ଅନ୍ୟାନ୍ୟ ଦେଶ ସହ ସଂପର୍କକୁ ସୁଦୃଢ କରିବା ପାଇଁ ସରକାରୀଙ୍କୁ ସାହାଯ୍ୟ କରିଥାଏ , ଅନ୍ୟପଟେ ଚୀନ ନିଜକୁ ଏକ ପ୍ରମୁଖ ଶକ୍ତି ଭାବେ ପ୍ରତିଷ୍ଠିତ କରିବାକୁ ଚେଷ୍ଟା କରୁଛି। ଫ୍ରାନ୍ସ ଅଧକାରୀମାନେ କଥିତ ଭାବେ କହିଛନ୍ତି , ମେ’ରେ ଲଢେଇ ବେଳେ ପାକିସ୍ତାନ ଦ୍ୱାରା ତିନୋଟି ରାଫେଲ ସହ ପାଞ୍ଚଟି ଭାରତୀୟ ବିମାନକୁ ମାରି ଖସାଇବାର ଦାବି କରିବା ପରେ ଅନ୍ୟ ଦେଶ ଗୁଡ଼ିକରେ ରାଫେଲର ପ୍ରଦର୍ଶନରେ ପ୍ରଶ୍ନ ଉଠିବା ଆରମ୍ଭ ହୋଇ ଯାଇଛି। ରାଫେଲ ବିଷୟରେ ପାକିସ୍ତାନର ଦାବି ଭାରତ ଦ୍ୱାରା ସ୍ପଷ୍ଟ କରାଯାଇନାହିଁ।

ଫ୍ରାନ୍ସ ଅଧିକାରୀମାନେ କହିଛନ୍ତି ଯେ, ସେମାନେ ପାକିସ୍ତାନ ଓ ଚୀନ ଦ୍ୱାରା ରାଫେଲକୁ ବଦନାମ କରିବା ଓ ଅନଲାଇନ୍‌ ଭୁଲ୍ ସୂଚନା ପ୍ରସାରର କଥିତ ସଂଗଠିତ ଅଭିଯାନର ବିରୋଧ କରୁଛନ୍ତି। ଫ୍ରାନ୍ସ କହିଛି ଯେ,ଏହି ଅଭିଯାନରେ କଥିତ ଭାବେ ରାଫେଲ ଭଗ୍ନାବଶେଷର ହେରଫେର କରାଯାଇ ଥିବା ଦୃଶ୍ୟ , ଏଆଇ-ଜେନେରେଟେଡ୍‌ ସାମଗ୍ରୀ  ଓ ୧,୦୦୦ରୁ ଅଧିକ ନବ ନିର୍ମିତ ସୋସିଆଲ ମିଡ଼ିଆ ଆକାଉଣ୍ଟ ସାମିଲ ଥିଲା, ଯାହାକି ଚାଇନା ପ୍ରଯୁକ୍ତିର ଶ୍ରେଷ୍ଠତ୍ୱ ପ୍ରଚାର କରାଯାଇ ପାରିବ। 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.